ଏସିଆରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ! ତାଇୱାନକୁ ଚୀନ ଦେଖାଉଛି ଶକ୍ତି ତ ଏହି ଦୁଇ ଦେଶ ମଧ୍ୟରେ ଆରମ୍ଭ ହେଲା ଲଢ଼େଇ
Advertisement

ଏସିଆରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ! ତାଇୱାନକୁ ଚୀନ ଦେଖାଉଛି ଶକ୍ତି ତ ଏହି ଦୁଇ ଦେଶ ମଧ୍ୟରେ ଆରମ୍ଭ ହେଲା ଲଢ଼େଇ

World War 3: ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନର ବୟାନ ସାମ୍ନାକୁ ଆସିଛି । ଚୀନ କହିଛି ଯେ, ପେଲୋସି ତାଇୱାନ ଯିବା ପରେ ଏପରି ପରିସ୍ଥିତି ଉତ୍ପନ୍ନ ହେବା ପାଇଁ ଯଦି କେହି ଦାୟୀ, ତେବେ ସେ ହେଉଛି ଆମେରିକା । ଏହାର ଅର୍ଥ ହେଉଛି ତାଇୱାନକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: World War 3​: ଏସିଆ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି । ଯେଉଁଠାରେ ଗୋଟିଏ ପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିବାବେଳେ ବର୍ତ୍ତମାନ ଚୀନ ଓ ତାଇୱାନ ମଧ୍ୟରେ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି । ଏବେବି ଦୁଇ ଦେଶ ମଧ୍ୟରେ ତିକ୍ତତାର ମାହୋଲ ରହିଛି । ସେପଟେ ଆଜେରବାଇଜାନ ଓ ଆର୍ମେନିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରି ସ୍ଥିତି ଦେଖାଦେଇଛି । ଆଜେରବାଇଜାନ ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଆର୍ମେନିଆର ୩ ସୈନିକଙ୍କ ମୃତ୍ୟୁ ଘଟିଛି । 

ଯଦି ବିଶେଷଜ୍ଞମାନଙ୍କୁ ବିଶ୍ୱାସ କରାଯାଏ, ତେବେ ଚୀନ ବହୁତ ଭାବିଚିନ୍ତି ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବ । କାରଣ, ଏହି ଯୁଦ୍ଧ କେବଳ ତାଇୱାନ ପାଇଁ ନୁହେଁ ବରଂ ତା' ପାଇଁ ମଧ୍ୟ ସାଂଘାତିକ ପ୍ରମାଣିତ ହୋଇପାରେ । ଏହାର କାରଣ ଚୀନର ଶକ୍ତି ହେଉଛି ତାର ଅର୍ଥ । ଏହି ଅର୍ଥ ଆମେରିକା ସମେତ ୟୁରୋପୀୟ ଦେଶରୁ ଆମଦାନୀ-ରପ୍ତାନି ମାଧ୍ୟମରେ ସେ ଆୟ କରେ । ଏଭଳି ପରିସ୍ଥିତିରେ ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରେ, ତେବେ ସୁପର ପାୱାର ଆମେରିକା ତାର ଦୁର୍ବଳ ସ୍ଥାନରେ ଆଘାତ କରିପାରେ ।

ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନର ବୟାନ ସାମ୍ନାକୁ ଆସିଛି । ଚୀନ କହିଛି ଯେ, ପେଲୋସି ତାଇୱାନ ଯିବା ପରେ ଏପରି ପରିସ୍ଥିତି ଉତ୍ପନ୍ନ ହେବା ପାଇଁ ଯଦି କେହି ଦାୟୀ, ତେବେ ସେ ହେଉଛି ଆମେରିକା । ଏହାର ଅର୍ଥ ହେଉଛି ତାଇୱାନକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯଦି ଚୀନ ଓ ତାଇୱାନ ମଧ୍ୟରେ ସଂଘର୍ଷ ହୁଏ, ତେବେ ଆମେରିକା କେଉଁ ଆଭିମୁଖ୍ୟ ଗ୍ରହଣ କରିବ । ଆମେରିକା ଚୀନ ବିରୋଧରେ ଯୁଦ୍ଧକ୍ଷେତ୍ରରେ ଓହ୍ଲାଇବ କି?

ତାଇୱାନରୁ ନାନସୀ ପେଲୋସି ଯିବା ପୂର୍ବରୁ ମଧ୍ୟ ଚୀନର ନୌସେନା ଓ ବାୟୁସେନା ଦକ୍ଷିଣ ଚୀନ ସାଗରରେ ୬ଟି ସ୍ଥାନରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଯେଉଁଠାରେ ଚୀନ ନୌସେନା ତାଇୱାନର ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମରେ ଲାଇଭ୍ ଫାୟାର ଡ୍ରିଲ୍ କରୁଛି, ସେଠାରୁ ତାଇୱାନର ଦୂରତା ୧୫ କିଲୋମିଟର ବୋଲି କୁହାଯାଉଛି । ପେଲୋସିଙ୍କ ଗସ୍ତରେ ନିରାଶ ହୋଇ ଚୀନ ତାଇୱାନର ଅନେକ ସ୍ଥାନରେ ନିଜର ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ ମଧ୍ୟ ମୁତୟନ କରିଛି । ୨୭ଟି ଚୀନ ଯୁଦ୍ଧ ବିମାନ ତାଇୱାନର ଆକାଶରେ ପ୍ରବେଶ କରିଛି । ଚୀନର ଏହି ଯୁଦ୍ଧାଭ୍ୟାସ ୧୯୯୬ ତାଇୱାନ ସଙ୍କଟ ଅପେକ୍ଷା ବଡ଼ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଜିଠୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଏହା ବି ପଢ଼ନ୍ତୁ:-କମନୱେଲଥ ଗେମ୍ସରେ ସୁଧର ଜିତିଲେ ସ୍ୱର୍ଣ୍ଣ ତ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ; ଜାଣନ୍ତୁ ଭାରତକୁ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ମିଳିଛି ପଦକ

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୫ ପ୍ରତିଶତ ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା

 

ଅନ୍ୟପଟେ ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳକୁ ଦଖଲ କରିବା ନେଇ ଆଜେରବାଇଜାନ ଓ ଆର୍ମେନିଆ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି । ଆଜେରବାଇଜାନର ସେନା ନିକଟ ଅତୀତରେ ଆର୍ମେନିଆ ବିରୁଦ୍ଧରେ ଏକ ସାମରିକ ଅଭିଯାନ ଚଲାଇଥିଲା । ଆଜେରବାଇଜାନରେ ହୋଇଥିବା ଏହି ସାମରିକ ଅପରେସନରେ ୩ ଆର୍ମେନିଆ ସୈନିକଙ୍କର ମୃତ୍ୟୁ ହୋଇଛି ବୋଲି ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଆଧିକାରୀକ ବୟାନ ଜାରି କରିଛି । ଆଜେରବାଇଜାନ-ଆର୍ମେନିଆ ମଧ୍ୟରେ ବିବାଦର ମୂଳ କାରଣ ହେଉଛି ନାଗୋର୍ଣ୍ଣୋ-କରାବାଖର ପାର୍ବତ୍ୟ ଅଞ୍ଚଳ । ଆଜେରବାଇଜାନ ଏହି କ୍ଷେତ୍ରକୁ ତାର ଅଂଶ ବୋଲି ଦାବି କରୁଛି । ଯଦିଓ ଏହା ୧୯୯୪ରୁ ଆର୍ମେନିଆ ଦ୍ୱାରା ଅଧିକୃତ ହୋଇଛି । ବିବାଦୀୟ ଅଞ୍ଚଳକୁ ଦଖଲ କରିବା ପାଇଁ ଉଭୟ ଦେଶ ଏପର୍ଯ୍ୟନ୍ତ ଦୁଇଟି ଯୁଦ୍ଧ କରିଛନ୍ତି । ଆଜେରବାଇଜାନ ଆକ୍ରମଣ କରିଥିବା ଆର୍ମେନିଆ ଅଞ୍ଚଳରେ ଦୁଇ ହଜାର ଋଷର ଶାନ୍ତି ରକ୍ଷାକାରୀ ସୈନ୍ୟ ମୁତୟନ ଅଛନ୍ତି ।