ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କିଏ ମାରିଲା ଗୁଳି? ୫ଟି ପଏଣ୍ଟରେ ଜାଣନ୍ତୁ ଗିରଫ ବ୍ୟକ୍ତିଙ୍କ ବିଷୟରେ
Advertisement

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କିଏ ମାରିଲା ଗୁଳି? ୫ଟି ପଏଣ୍ଟରେ ଜାଣନ୍ତୁ ଗିରଫ ବ୍ୟକ୍ତିଙ୍କ ବିଷୟରେ

Shinzo Abe: ସିଞ୍ଜୋ ଆବେଙ୍କ ଉପରେ ଏହି ମାରାତ୍ମକ ଆକ୍ରମଣ ଜାପାନର ନାରା ସହରରେ ଘଟିଥିଲା । ସିଞ୍ଜୋ ଆବେଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା, ଏହାପରେ ସେ ତଳେ ପଡ଼ିଯାଇଥିଲେ ।

ସୌ: ସୋସିଆଲ ମିଡିଆ

Former Japanese PM Shinzo Abe Shot: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ (Shinzo Abe) ନାରା ରାସ୍ତା ମଝିରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀ ଅତି ନିକଟରୁ ତାଙ୍କ ଉପରକୁ ଦୁଇଟି ଗୁଳି ମାରିଥିଲେ । ତେବେ ଆକ୍ରମଣକାରୀ ସନ୍ଦିଗ୍ଧଙ୍କୁ ଧରାଯାଇଛି । ସିଞ୍ଜୋ ଆବେଙ୍କୁ ଗୁଳି କରାଯିବା ପରେ ଏଠାରେ ତାଙ୍କର ହୃଦଘାତ ହୋଇଥିଲା ଓ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିଲା । କିନ୍ତୁ, ସମସ୍ତଙ୍କ ପ୍ରାର୍ଥନା ତାଙ୍କ ଜୀବନ ବଞ୍ଚାଇବା ପାଇଁ କାମରେ ଆସି ନଥିଲା । ସିଞ୍ଜୋ ଆବେ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ଜାଣନ୍ତୁ ସିଞ୍ଜୋ ଆବେଙ୍କ ଆକ୍ରମଣକାରୀଙ୍କ ବିଷୟରେ ପାଞ୍ଚଟି ବିଷୟ ...

୧- ସିଞ୍ଜୋ ଆବେଙ୍କୁ ଆକ୍ରମଣ କରିଥିବା ସୁଟର ହେଉଛନ୍ତି ତେସ୍ତୁୟା ୟମଗମି, ସେ ଜଣେ ସ୍ଥାନୀୟ ବ୍ୟକ୍ତି ।

୨- ଖବର ଅନୁଯାୟୀ, ୪୧ ବର୍ଷୀୟ ସୁଟର ତେସ୍ତୁୟା ୟମଗମୀ ଜାପାନର ସୈନ୍ୟବାହିନୀରେ କାମ ସାରିଛନ୍ତି । ସେ ଜାପାନର ନୌସେନାରେ କାର୍ଯ୍ୟ କରିଛନ୍ତି ।

୩- ଯେତେବେଳେ ୟମଗମୀ ସିଞ୍ଜୋ ଆବେଙ୍କ ଉପରକୁ ଗୁଳି ଚଳାଇଥିଲେ, ବିଶ୍ୱାସ କରାଯାଏ ଯେ ତାଙ୍କର ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କଠାରୁ ଦୂରତା ମାତ୍ର ୧୦ ଫୁଟର ଥିଲା ।

୪- ଯେତେବେଳେ ସିଞ୍ଜୋଙ୍କୁ ଗୁଳି କରାଯାଇଥିଲା, ସେ ଭାଷଣ ଦେବା ସମୟରେ ରାସ୍ତା ମଝିରେ ପଡ଼ିଯାଇଥିଲେ । କିଛି ସମୟ ପରେ, ୟମଗମିଙ୍କୁ ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ଧରି ନେଇଥିଲେ ।

୫-ରିପୋର୍ଟ ଅନୁଯାୟୀ, ସେ ସ୍ମାର୍ଟଗନର ବ୍ୟବହାର କରିଥିଲେ । ତାଙ୍କ ଉପରେ ହତ୍ୟା କରିବାର ଉଦ୍ୟମ ପାଇଁ ଏକ ମାମଲା ରୁଜୁ ହୋଇଛି ।

ବର୍ବର ଆକ୍ରମଣ ବୋଲି କହିଛନ୍ତି ଜାପାନର ପ୍ରଧାନମନ୍ତ୍ରୀ 
ଏହି ଘଟଣା ପରେ ଏଠାରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟା କିଶିଦା ଭାବପ୍ରବଣ ହୋଇଥିଲେ । ତାଙ୍କୁ ସମ୍ବୋଧିତ କରି ସେ ଏହାକୁ ବର୍ବର ଆକ୍ରମଣ ବୋଲି କହିଥିଲେ ଓ ଦୃଢ ଶବ୍ଦରେ କହିଥିଲେ ଯେ ଆକ୍ରମଣକାରୀଙ୍କୁ ରକ୍ଷା କରାଯିବ ନାହିଁ ।

ଏହା ବି ପଢ଼ନ୍ତୁ: ଷ୍ଟିଲ୍ ପ୍ଲାଣ୍ଟରୁ ଜାପାନର ପିଏମ ପଦ ପର୍ଯ୍ୟନ୍ତ...କିଛି ଏପରି ଥିଲା ସିଞ୍ଜୋ ଆବେଙ୍କ ଜୀବନ ଯାତ୍ରା

ଏହା ବି ପଢ଼ନ୍ତୁ: ଜନସନଙ୍କ ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ PM? ରେସରେ ଆଗରେ ଅଛନ୍ତି ଏହି ମୂଳ ଭାରତୀୟ ନେତା