'ସାଗର, ମନୋରଂଜନ, ନୀଲମ ଓ...', ସଂସଦର ସୁରକ୍ଷା ଭଙ୍ଗିଥିବା ଏହି ଚାରି ଜଣ କିଏ?
Advertisement
Article Detail0/zeeodisha/odisha2009083

'ସାଗର, ମନୋରଂଜନ, ନୀଲମ ଓ...', ସଂସଦର ସୁରକ୍ଷା ଭଙ୍ଗିଥିବା ଏହି ଚାରି ଜଣ କିଏ?

Parliament Security Breach: ସଂସଦର ସୁରକ୍ଷା ଭାଙ୍ଗିଥିବାରୁ ଜଣେ ମହିଳାଙ୍କ ସମେତ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

 

'ସାଗର, ମନୋରଂଜନ, ନୀଲମ ଓ...', ସଂସଦର ସୁରକ୍ଷା ଭଙ୍ଗିଥିବା ଏହି ଚାରି ଜଣ କିଏ?

Parliament Security Breach: ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଉଥିବା ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ଦେଖିବକୁ ମିଳିଛି । ବୁଧବାର ଦିନ (ଡିସେମ୍ବର 13) ଲୋକସଭାର ପ୍ରକ୍ରିୟା ଚାଲିଥିବା ସମୟରେ ଦୁଇଜଣ ଲୋକ ଭିଜିଟର ଗ୍ୟାଲେରୀରୁ ଡେଇଁପଡି ସ୍ପ୍ରେ ମାଧ୍ୟମରେ ଧୂଆଁ ବିସ୍ତାର କରିଥିଲେ । ଘଟଣା ପରେ ତୁରନ୍ତ ଉଭୟଙ୍କୁ ଧରାଯାଇଥିଲା ।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହାର କିଛି ସମୟ ପରେ ଅନ୍ୟ ଦୁଇଜଣ ବ୍ୟକ୍ତି ଲୋକସଭା ବାହାରେ ବ୍ଲର ଧୂଆଁ ଉଡ଼ାଇଥିଲେ । ଏହି ମାମଲାରେ ସମସ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି । ସଂସଦକୁ ଡେଇଁଥିବା ବ୍ୟାକ୍ତି ସାଗର ଶର୍ମା ଓ ମନୋରଂଜନ ବୋଲି ପୋଲିସ କହିଛି । ଯେଉଁମାନେ ବାହାରେ ବ୍ଲର ଧୂଆଁ ବ୍ୟବହାର କରିଥିଲେ ସେମାନଙ୍କୁ ନୀଲମ୍ (୪୨) ଓ ଆନମୋଲ୍ ସିନ୍ଦେ (୨୫) ବୋଲି ଚିହ୍ନଟ କରାଯାଇଛି ।

ନୀଲମ ଓ ଆମୋଲ ସିନ୍ଦେ କିଏ?
ସଂସଦ ବାହାରେ ଗିରଫ ହୋଇଥିବା ନୀଲମ, ହରିୟାଣାର ଜିନ୍ଦରେ ଘାସୋସର ବାସିନ୍ଦା । ପିତା ଉଚାନାରେ ଏକ ମିଠା ଦୋକାନ ଚଳାନ୍ତି । ଆନ୍ଦୋଳନରେ ସକ୍ରିୟ ରହିଛନ୍ତି > ନ୍ୟୁଜ୍ ଏଜେନ୍ସି ପିଟିଆଇ ପୋଲିସ୍ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଅନମୋଲ ସିନ୍ଦେ ମହାରାଷ୍ଟ୍ରର ଲାଟୁର ବାସିନ୍ଦା । ଦୁହେଁ 'ଏକଛତ୍ରବାଦୀ ଶାସନ ଚଳିବ ନାହିଁ', 'ଭାରତ ମାତା କି ଜୟ', 'ଜୟ ଭୀମ' ଏବଂ 'ଜୟ ଭାରତ' ସ୍ଲୋଗାନ ଦେଇଥିଲେ ।

ସାଗର ଏବଂ ମନୋରଂଜନ କିଏ?
ମନୋରଂଜନ କର୍ଣ୍ଣାଟକର ବାସିନ୍ଦା ଓ ବୃତ୍ତି ଅନୁଯାୟୀ ଜଣେ ଅଟୋ ଡ୍ରାଇଭର । ସାଗର ଶର୍ମା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବାସିନ୍ଦା । ଖବର ଅନୁଯାୟୀ ଏହି ଚାରି ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ ଓ ନିରନ୍ତର ଯୋଗାଯୋଗରେ ଥିଲେ । ସେମାନେ ମିଳିତ ଭାବେ ସଂସଦରେ ସ୍ମୋକ କ୍ୟାଣ୍ଡେଲ୍ ଜାଳିବାକୁ ଷଡଯନ୍ତ୍ର କରିଥିଲେ ।

ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଲୋକସଭା ନିଜସ୍ୱ ସ୍ତରରେ ଯାଞ୍ଚ କରୁଛି । ଏ ବାବଦରେ ଦିଲ୍ଲୀ ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି, “ଗୃହରେ ଧୂଆଁ ବ୍ୟାପିବା ପରେ ସବୁ ସ୍ୱାଭାବିକ ଥିଲା । ଏ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।"