Cricket News: କ୍ରିକେଟ ମ୍ୟାଚ ବେଳେ ବିଶ୍ୱ ଆଗରେ ଅପମାନିତ ହେଲା ପାକିସ୍ତାନ, ପର୍ଦ୍ଦାଫାଶ କଲେ ଅମ୍ପାୟର
Advertisement

Cricket News: କ୍ରିକେଟ ମ୍ୟାଚ ବେଳେ ବିଶ୍ୱ ଆଗରେ ଅପମାନିତ ହେଲା ପାକିସ୍ତାନ, ପର୍ଦ୍ଦାଫାଶ କଲେ ଅମ୍ପାୟର

PAK vs NZ Cricket Series: କ୍ରିକେଟ ପଡ଼ିଆରେ ୩୦ ୟାର୍ଡ ସର୍କଲ ମାପ ଭୁଲ ହେବା କାରଣରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। କ୍ରିକେଟ ମ୍ୟାଚ ସମୟରେ ଭୁଲ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛି ପାକିସ୍ତାନ। 
 

Cricket News:  କ୍ରିକେଟ ମ୍ୟାଚ ବେଳେ ବିଶ୍ୱ ଆଗରେ ଅପମାନିତ ହେଲା ପାକିସ୍ତାନ, ପର୍ଦ୍ଦାଫାଶ କଲେ ଅମ୍ପାୟର

Pakistan vs New Zealand: ଆତଙ୍କବାଦର ପୃଷ୍ଠପୋଷକତା ପରେ ଏବେ କ୍ରିକେଟ ମ୍ୟାଚ ବେଳେ ସମଗ୍ର ବିଶ୍ୱ ସାମ୍ନାରେ ଅପମାନିତ ହୋଇଛି ପାକିସ୍ତାନ। ମ୍ୟାଚ ଚାଲିଥିବା ସମୟରେ ପୂର୍ବରୁ କରାଯାଇଥିବା କାରନାମାର ପର୍ଦ୍ଦାଫାଶ କରି ଦେଇଛନ୍ତି ଅମ୍ପାୟର। ନିକଟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ପାକିସ୍ତାନ ଗସ୍ତରେ ଆସିଛି। ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୨ ସହ ବରାବର ରହିବା ପରେ,  ୨୭ ଅପ୍ରେଲରୁ ଆରମ୍ଭ ହୋଇଥିଲା ଦିନିକିଆ ସିରିଜ୍। ପ୍ରଥମ ମୁକାବିଲାରେ ଘରୋଇ ପାକିସ୍ତାନ ବିଜୟୀ ହୋଇଥିଲା। ଏବେ ଦ୍ୱିତୀୟ ମ୍ୟାଚ୍ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ୍ ଠାରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭୁଲ ହୋଇଗଲା ୩୦ ୟାର୍ଡ ସର୍କଲ ମାପ 
କ୍ରିକେଟ୍ ପଡ଼ିଆରେ ବାଉଣ୍ଡ୍ରି ଲାଇନ ଭଳି, ୩୦ ୟାର୍ଡ ସର୍କଲ୍ ମଧ୍ୟ ରହିବା ଆବଶ୍ୟକ। ପ୍ରଥମ ପାୱାର ପ୍ଲେ ସମୟରେ କେବଳ ୨ ଫିଲ୍ଡର ଏହି ସର୍କଲ ମଧ୍ୟରୁ ବାହାରି ପାରିବେ। ଦ୍ୱିତୀୟ ପାୱାର ପ୍ଲେ  ସମୟରେ ୪ ଫିଲ୍ଡର ଏହା ବାହାରେ ରହିପାରିବେ। ଏହା ସହିତ ଶେଷ ୧୦ ଓଭର ବୋଲିଂ ବେଳେ ଅଧିନାୟକ ୫ ଜଣ ଫିଲ୍ଡର ଙ୍କୁ ଏହି ଲାଇନ ଠାରୁ ଦୂରେଇ ରଖିପାରିବେ। ହେଲେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମୁକାବିଲା ସମୟରେ ୩୦ ୟାର୍ଡ ସର୍କଲ ମାପ ମଧ୍ୟ ଭୁଲ ରହିଥିଲା।

ମ୍ୟାଚର ପ୍ରଥମ ଓଭର ବୋଲି ପରେ ଅମ୍ପାୟାର ଏ ସମ୍ପର୍କରେ ବୁଝି ପାରିଥିଲେ। ଲାଇନ ଯେଉଁଠାରେ ରହିବା କଥା ସେଠାରୁ ବହୁତ ଦୂରରେ ରହିଥିଲା। ଏହା ପରେ ଫୋର୍ଥ ଅମ୍ପାୟାର ପଡ଼ିଆକୁ ଆସି ତାଙ୍କ ସହିତ ଏକ ମାପ ଫିତା ଆଣିଥିଲେ। ସେ ୱିକେଟ୍ ଠାରୁ ୩୦ ୟାର୍ଡ ମାପ କରି ସର୍କଲ ମଧ୍ୟରେ ପ୍ରବେଶ କରିଥିଲେ। ତାଙ୍କୁ ସାହାଯ୍ୟ କରିବାକୁ ଗ୍ରାଉଣ୍ଡ ମ୍ୟାନ୍ ମଧ୍ୟ ଆସି ପଡ଼ିଆରେ ପହଞ୍ଚିଥିଲେ। ଏହି କାରଣରୁ ମ୍ୟାଚ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। 

କ୍ରିକେଟ ମ୍ୟାଚ ସମୟରେ ବାରମ୍ବାର ଭୁଲ ପାଇଁ ଚର୍ଚ୍ଚାରେ ରହିଛି ପାକିସ୍ତାନ
ଏହା ପ୍ରଥମ ଘଟଣା ନୁହେଁ ଯେ, ଯେତେବେଳେ ଖେଳର ନିୟମରେ ଭୁଲ କରି ପାକିସ୍ତାନ ଲଜ୍ଜିତ ହୋଇଛି। ଗତ ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ସମୟରେ କ୍ୟାପଟେନ ବାବର ଆଜାମ ପଡ଼ିଆରେ ନଥିଲେ। ଦଳର ନିୟମିତ ଉପ-ଅଧିନାୟକ ମହମ୍ମଦ ରିଜୱାନ୍ ଚୂଡାନ୍ତ ଏକାଦଶରେ ଅନ୍ତର୍ଭୂକ୍ତ ହୋଇନଥିଲେ। ମହମ୍ମଦ ରିଜୱାନ୍ ବାବର ଆଜାମଙ୍କ ସ୍ଥାନରେ ଫିଲ୍ଡିଂ କରିବାକୁ ଆସି ଅଧିନାୟକତ୍ୱ ଆରମ୍ଭ କରିଥିଲେ। ହେଲେ ଏହାକୁ ନେଇ ମ୍ୟାଚ ବେଳେ ଅମ୍ପାୟରିଂ କରୁଥିବା ଅମ୍ପାୟାର ରାଗିଯାଇ ମହମ୍ମଦ ରିଜୱାନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଥିଲେ ଏବଂ ଅଧିନାୟକତ୍ୱ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ। ଟି-୨୦ ବିଶ୍ୱକପ ସମୟରେ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା ​। ଯେତେବେଳେ ବିରାଟ କୋହଲି ଭାରତ ବିପକ୍ଷ ମୁକାବିଲାରେ ଫ୍ରି ହିଟ୍ କାରଣରୁ ବୋଲ୍ଡ ହେବା ପରେ ଏକ ରନ୍ ନେଇଥିଲେ। ସେତେବେଳେ ପାକିସ୍ତାନ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା। ହେଲ କ୍ରିକେଟ୍ ନିୟମ ଅନୁଯାୟୀ  ନୋ ବଲ୍ କିମ୍ବା ଫ୍ରି ହିଟ୍ ଉପରେ ବୋଲ୍ଡ ହେବା ପରେ ମଧ୍ୟ ବ୍ୟାଟ୍ସମ୍ୟାନ୍ ରନ୍ ନେଇପାରିବେ।