Russia Presidential Election: ନିର୍ବାଚନରେ ପୁଟିନ୍ ଙ୍କ ବାଜିମାତ, ହାତେଇଲେ ୮୭.୯୭ % ଭୋଟ
Advertisement
Article Detail0/zeeodisha/odisha2162007

Russia Presidential Election: ନିର୍ବାଚନରେ ପୁଟିନ୍ ଙ୍କ ବାଜିମାତ, ହାତେଇଲେ ୮୭.୯୭ % ଭୋଟ

Russia Presidential Election: ରବିବାର ମତଦାନ ଶେଷ ହେବା ପରେ ପ୍ରଥମ ସରକାରୀ ଫଳାଫଳ ଅନୁଯାୟୀ ପୁଟିନ୍ ୮୭.୯୭% ଭୋଟ ପାଇଁ ପଞ୍ଚମ ଥର ପାଇଁ ରୁଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାଫଳରେ ସେ ଆଗାମୀ ୬ ବର୍ଷ ଅର୍ଥାତ୍ ୨୦୩୦ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦରେ ରହିବେ । 

Russia Presidential Election: ନିର୍ବାଚନରେ ପୁଟିନ୍ ଙ୍କ ବାଜିମାତ, ହାତେଇଲେ ୮୭.୯୭ % ଭୋଟ

Russia Presidential Election 2024 : ରୁଷରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବାଜି ମାରିଛନ୍ତି ଭ୍ଲାଦିମିର ପୁଟିନ୍ । ପ୍ରାୟ ୮୭.୯୭ % ଭୋଟ ପାଇ ବିଜୟୀ ହୋଇଛନ୍ତି ପୁଟିନ୍ । ରବିବାର ମତଦାନ ଶେଷ ହେବା ପରେ ପ୍ରଥମ ସରକାରୀ ଫଳାଫଳ ଅନୁଯାୟୀ, ପୁଟିନ୍ ୮୭.୯୭% ଭୋଟ ପାଇଁ ପଞ୍ଚମ ଥର ପାଇଁ ରୁଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । 

ପୁଣି ଥରେ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦମିର ପୁଟିନ୍ । ଏହାସହ ୫ମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ୍ । ଏହାଫଳରେ ସେ ଆଗାମୀ ୬ ବର୍ଷ ଅର୍ଥାତ୍ ୨୦୩୦ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦରେ ରହିବେ । ଶୁକ୍ରବାରଠାରୁ କଡ଼ା ସୁରକ୍ଷା ମଧ୍ଯରେ ତିନି ଦିନିଆ ନିର୍ବାଚନ ଆରମ୍ଭ ହୋଇଥିଲା । ଏଥିରେ ୭୩% ମତଦାନ ହୋଇଥିବା ବେଳେ ପ୍ରାୟ ୧୧ କୋଟି ଲୋକେ ଭୋଟ ଦେଇଥିଲେ । ପୁଟିନଙ୍କ ବିରୋଧରେ ୩ ପ୍ରାର୍ଥୀ ପ୍ରତୀକାତ୍ମକ ଭାବେ ନିର୍ବାଚନ ଲଢିଥିଲେ । ତେବେ କେହି ମଧ୍ଯ ପୁଟିନ୍ ଙ୍କ ୨୪ ବର୍ଷର ଶାସନ ଉପରେ ଅଙ୍ଗୁଳି ଉଠାଇ ନଥିଲେ । ଏମିତି କି, ୟୁକ୍ରେନ୍ ଯୁଦ୍ଧକୁ ନେଇ ମଧ୍ଯ ସେମାନେ ସମାଲୋଚନା କରିନଥିଲେ । ଜିତିବା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ହେବ ବୋଲି ପୁଟିନ୍ କହିଛନ୍ତି ।  ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ୍ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିବା ତାଲିକା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି । ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି ।

Also Read-Donald Trump: ଟ୍ରମ୍ପଙ୍କ ଚେତାବନୀ! ମୁଁ ରାଷ୍ଟ୍ରପତି ନ ହେଲେ ଗଣତନ୍ତ୍ରର ଅନ୍ତ ଘଟିବ…