ନୂପୂର ଶର୍ମାଙ୍କୁ ଗିରଫ ଦାବିରେ ଜୁମା ନମାଜ ପରେ ହିଂସାକାଣ୍ଡ
Advertisement
Article Detail0/zeeodisha/odisha1214891

ନୂପୂର ଶର୍ମାଙ୍କୁ ଗିରଫ ଦାବିରେ ଜୁମା ନମାଜ ପରେ ହିଂସାକାଣ୍ଡ


ଶୁକ୍ରବାର ଦେଶର ବିଭିନ୍ନ ମସଜିଦ ଠାରେ ଜୁମା ନମାଜ ପରେ କୋଲକାତା, ହାଇଦ୍ରାବାଦ, ଶ୍ରୀନଗର ଲାଲଚୌକ, ଦେୱବନ୍ଦ, ପ୍ରୟାଗରାଜ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସମୟରେ ବିବାଦୀୟ ପରିସ୍ଥିତି ଉୁପୁଜିଥିଲା।

 

ନୂପୂର ଶର୍ମାଙ୍କୁ ଗିରଫ ଦାବିରେ ଜୁମା ନମାଜ ପରେ ହିଂସାକାଣ୍ଡ

Violence after Jumma Namaz: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୂର ଶର୍ମା ବିବାଦୀୟ ବୟାନ ରଖିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନା ଧରୁନାହିଁ। ଏହିକ୍ରମରେ ଶୁକ୍ରବାର ଦିଲ୍ଲୀସ୍ଥିତ ଜାମା ମସଜିଦ ଠାରେ ଜୁମା ନମାଜ ପରେ ବିରୋଧ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀ ନୁପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ବିକ୍ଷୋଭ ବେଳେ ନୁପୁର ଶର୍ମାଙ୍କ ବିରୋଧରେ ନାରାବାଜି ମଧ୍ୟ କରାଯାଇଥିଲା। 

ଅନ୍ୟପଟେ ଶୁକ୍ରବାର ଜୁମା ନମାଜ ହେବା ପରେ ରାଜ୍ୟର ପ୍ରମୁଖ ମସଜିଦ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ  ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଗତ ୩ ତାରିଖରେ ରାଜ୍ୟର କାନପୁର ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡକୁ ଦେଖି ଏହି ପଦକ୍ଷେପ ନିଆଯାଇଛି। କାନପୁର ବ୍ୟତୀତ ରାଜଧାନୀ ଲକ୍ଷ୍ନୌ ଜିଲ୍ଲାରେ ମଧ୍ୟ ଲୋକ ଭିଡ଼କୁ ରୋକିବା ପାଇଁ ୧୪୪ ଧାରା ଜାରି କରାଯାଇଛି।   

ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ପୋଲିସ ଆଇନ ଶୃଙ୍ଖଳା ବିଭାଗ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ରାଜ୍ୟର ସମ୍ବେଦନଶୀଳ ସ୍ଥାନ ତଥା ଧାର୍ମିକସ୍ଥଳରେ ରାଜ୍ୟ ପୋଲିସ ବଳକୁ ରଣନୀତିଗତ ଭାବେ ମୁତୟନ କରାଯାଇଛି। ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ପୋଲିସ୍ ଅଧିକାରୀ ଧର୍ମଗୁରୁଙ୍କ ସହ ଯୋଗାଯୋଗରେ ଅଛନ୍ତି। ବିରୋଧ ପ୍ରଦର୍ଶନ ବେଳେ ରାଜ୍ୟର ପ୍ରୟାଗରାଜ ଜିଲ୍ଲାର ଜିଲ୍ଲା ଅଧିକାରୀ ଏବଂ ସ୍ଥାନୀୟ ADG ପ୍ରେମ ପ୍ରକାଶଙ୍କ ଗନର ଆହତ ହୋଇଛନ୍ତି।

ରାଜ୍ୟର ପିରୋଜାବାଦ, ଶାମଲି, ସହାରନପୁର, ମୁରାଦାବାଦ, ଆଗରା, ଅଯୋଧ୍ୟା, ବାରଣାସୀ, ଗୋରଖପୁର, କାନପୁର, ଲକ୍ଷ୍ନୌ ପ୍ରଭୃତି ଜିଲ୍ଲାର ସମ୍ବେଦନଶୀଳ ସ୍ଥାନରେ ସ୍ୱତନ୍ତ୍ର ପୋଲିସ ବଳ ନିୟୋଜିତ କରାଯାଇଛି। ପ୍ରାଦେଶିକ ସଶସ୍ତ୍ର ପୋଲିସ ବଳର ୧୨ କମ୍ପାନୀ ଫୋର୍ସ କାନପୁର ଠାରେ ମୁତୟନ ହୋଇଥିବା ବେଳେ କେତେକ କମ୍ପାନୀ ସମ୍ବେଦନଶୀଳ ଜିଲ୍ଲାକୁ ପଠାଯାଇଛି। କାନପୁର ଜିଲ୍ଲାରେ ୧୨ କମ୍ପାନୀ PAC, ୩ ଅତିରିକ୍ତ ଆଇପିଏସ୍ ଅଧିକାରୀ ଏବଂ ରାପିଡ୍ ଆକ୍ସନ୍ ଫୋର୍ସ ବଳର  ଦୁଇଟି କମ୍ପାନୀ ମୁତୟନ କରାଯାଇଛି।

ଏହାପୂର୍ବରୁ ଗୁରୁବାର ଦିନ ଅସାଦୁଦ୍ଦିନ ଓୱେସିଙ୍କ ଦଳର କର୍ମକର୍ତ୍ତା ପାର୍ଲାମେଣ୍ଟ ପୋଲିସ ଥାନା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଜାମୁ କାଶ୍ମୀର ରାଜଧାନୀ ଶ୍ରୀନଗର ଠାରେ ମଧ୍ୟ ନିଲମ୍ବିତ ବିଜେପି ମୁଖପାତ୍ର ନୂପୂର ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧ ପ୍ରଦର୍ଶନ କରାଯାଇଛି। 

ଶୁକ୍ରବାର ଦେଶର ବିଭିନ୍ନ ମସଜିଦ ଠାରେ ଜୁମା ନମାଜ ପରେ କୋଲକାତା, ହାଇଦ୍ରାବାଦ, ଶ୍ରୀନଗର ଲାଲଚୌକ, ଦେୱବନ୍ଦ, ପ୍ରୟାଗରାଜ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସମୟରେ ବିବାଦୀୟ ପରିସ୍ଥିତି ଉୁପୁଜିଥିଲା।

Also Read: ପୈଗମ୍ବରଙ୍କୁ ଅପମାନ: OIC ଦେଶକୁ ଜବାବ ଦେଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ