Vice Presidential Election: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ (Draupadi Murmu) ଭୋଟ୍ ଦେଇଥିବା ଜେଏମ୍ଏମ୍ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ (Margaret Alva) ଆଲଭାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି ।
Trending Photos
Vice Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳକୁ ଝଟକା ଦେଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ (Draupadi Murmu) ଭୋଟ୍ ଦେଇଥିବା ଝାଡଖଣ୍ଡ ମୁଖୀ ମୋର୍ଚ୍ଚା (JMM) ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନରେ (Vice Presidential Election 2022) ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ (Margaret Alva) ସମର୍ଥନ ଦେବାକୁ ଘୋଷଣା କରିଛି । ଦଳ ଏହାର ବିଧାୟକ ଓ ସାଂସଦମାନଙ୍କୁ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ଭୋଟ୍ ଦେବାକୁ କହିଛି । ଉପରାଷ୍ଟ୍ରପତି ନିର୍ବାଚନରେ ଆଲଭା ଓ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ (Jagdeep Dhankhar) ମଧ୍ୟରେ ଲଢ଼େଇ ହେବ ।
ଜେଏମଏମ ସଭାପତି ଶିବୁ ସୋରେନଙ୍କ ତରଫରୁ ସାଂସଦମାନଙ୍କୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଦଳ ତରଫରୁ ମାର୍ଗରେଟ୍ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି । ବହୁ ବିଚାର ବିମର୍ଶ ପରେ ଉପରାଷ୍ଟ୍ରପତି ନିର୍ବାଚନରେ ମାର୍ଗରେଟ୍ ଆଲଭାଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ସମସ୍ତ ସାଂସଦଙ୍କୁ ଅଗଷ୍ଟ ୬ ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ମାର୍ଗରେଟ୍ ଆଲଭାଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଉଛି ।
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଶିବିରରୁ ଜେଏମଏମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇଥିଲା । ଦଳ ହାଜରିବାଗର ପୂର୍ବତନ ସାଂସଦ ତଥା ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲା । ରାଜ୍ୟରେ ବହୁ ଆଦିବାସୀ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଜେଏମଏମ ଏହି ପଦକ୍ଷେପ ନେଇଥିଲା । ଏଥି ସହିତ ବହୁ କଂଗ୍ରେସ ବିଧାୟକ ମଧ୍ୟ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ।
ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ବୁଧବାର ଦିନ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ମାୟାବତୀ ରାଷ୍ଟ୍ରପତି ନିର୍ବାଚନ ସମୟରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲେ । ଏହା ପରେ ବର୍ତ୍ତମାନ ସେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ତରଫରୁ ପ୍ରାର୍ଥୀ କରାଯାଇଛି । ଜଗଦୀପ ଧନଖର ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ । ଅନ୍ୟପକ୍ଷରେ, ମାର୍ଗେଟ୍ ଅଲଭା ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି । ତେବେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି ।
ଏହା ବି ପଢ଼ନ୍ତୁ: ଏସିଆ କପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ, ଭାରତ ସହିତ ଲଢ଼ିବ ପ୍ରଥମ ମୁକାବିଲା
ଏହା ବି ପଢ଼ନ୍ତୁ: ରାହୁଲ ଗାନ୍ଧୀ ରାଜି ନ ହେଲେ ଏହି ନେତାଙ୍କୁ ଦଳର ସଭାପତି କରିବ କଂଗ୍ରେସ!