Excessive Salt: ଖାଦ୍ୟରେ ଲୁଣ ଅଧିକ ହୋଇଥିଲା ବୋଲି... ନିଜକୁ ଗୁଳି କରିଦେଲେ ଯୁବକ
Advertisement
Article Detail0/zeeodisha/odisha1674730

Excessive Salt: ଖାଦ୍ୟରେ ଲୁଣ ଅଧିକ ହୋଇଥିଲା ବୋଲି... ନିଜକୁ ଗୁଳି କରିଦେଲେ ଯୁବକ

Excessive Salt:ୟୁପିର ଲକ୍ଷ୍ନୌରେ ଜଣେ ଯୁବକ ଘରେ ଅଧିକ ଲୁଣିଆ ଖାଦ୍ୟ ପରିବେଷଣ କରିବା ପରେ ତାଙ୍କ ଜୀବନ ଶେଷ କରିଥିଲେ। ଶନିବାର ରାତିରେ ଯୁବକ ଜଣକ ତାଙ୍କ ପରିବାର ସଦସ୍ୟଙ୍କ ସହ ବିବାଦ କରି ନିଜକୁ ଗୁଳି କରି ହତ୍ୟା କରିଥିଲେ।

Excessive Salt: ଖାଦ୍ୟରେ ଲୁଣ ଅଧିକ ହୋଇଥିଲା ବୋଲି... ନିଜକୁ ଗୁଳି କରିଦେଲେ ଯୁବକ

Excessive Salt: ନୂଆଦିଲ୍ଲୀ:ଉତ୍ତରପ୍ରଦେଶର (Uttarpradesh) ଲକ୍ଷ୍ନୌରୁ (Lucknow) ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖାଦ୍ୟରେ ସାମାନ୍ୟ ଲୁଣ ଅଧିକ ହୋଇଯିବାରୁ ରାଗରେ ଜଣେ ଯୁବକ ନିଜକୁ ଗୁଳି କରିଦେଇଛନ୍ତି। ଏହି ଘଟଣା ଶନିବାର ରାତିରେ ଘଟିଛି। ତେବେ ଆତ୍ମହତ୍ୟା କରିଥିବା ଯୁବକଙ୍କ ନାଁ ସ୍ଥାନୀୟ ନୀଳମଠ ଅଞ୍ଚଳର ପୁରନ ଶଙ୍କର ଦୁବେ ବୋଲି ଜଣାପଡ଼ିଛି। ତାଙ୍କୁ ୨୨ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ଲୁଣ ଓ ମସଲା ଜାତୀୟ ଖାଦ୍ୟରୁ ଦୁରେଇ ରହୁଥିଲେ। ତେବେ ଶନିବାର ରାତିରେ ସେ ମଦ୍ୟପାନ କରିଘରକୁ ଫେରିଥିଲେ। ତେବେ ରାତିରେ ଖାଦ୍ୟ ଖାଉଥିବା ସମୟରେ ଅଧିକ ଲୁଣଯୁକ୍ତ ଖାଦ୍ୟ ହୋଇଥିବାରୁ ଘରେ ଝଗଡା ଆରମ୍ଭ କରିଦେଇଥିଲେ। 

ପୋଲିସ କହିଛି ଯେ ଉତ୍ତେଜନା ସୃଷ୍ଟି କରିଥିବାରୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଗାଳି ଦେଇଥିଲେ। ଏହି ଅଞ୍ଚଳର ଏକ ମନ୍ଦିରର ପୁରୋହିତ ଯୁବ ପିତା ଉମା ଶଙ୍କର କହିଛନ୍ତି ଯେ ପୁରନ ତାଙ୍କ କୋଠରୀକୁ ଯାଇ ନିଜକୁ ଗୁଳି କରିଦେଇଥିଲେ। ଗୁଳିର ଶବ୍ଦ ଶୁଣିବା ପରେ ଆମେ ପୁରନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖି ତାଙ୍କୁ କେଜିଏମୟୁ ଟ୍ରମା ସେଣ୍ଟରକୁ ନେଇଥିଲୁ, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ କହିଛନ୍ତି ଯେ ପୁରନଙ୍କ ଛାତିରେ ଗୁଳି ବାଜିଛି।

ପୁରନଙ୍କ ବଡ ଭାଇ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କ୍ୟାଣ୍ଟନମେଣ୍ଟ SHO ରାଜ କୁମାର କହିଛନ୍ତି, ପରିବାର ଏହି ଘଟଣାରେ କାହାକୁ ଅଭିଯୋଗ କରିନାହାଁନ୍ତି। ପୁରାଣ କେଉଁଠାରୁ ପିସ୍ତଲ ପାଇଥିଲେ ଆମେ ଅନୁସନ୍ଧାନ କରୁଛୁ।

ସେପଟେ ଆଜି ରବିବାର ପଞ୍ଜାବ ପାଇଁ ଅତ୍ୟନ୍ତ ଅଶୁଭକର ରହିଛି। ପଞ୍ଜାବର ଲୁଧିଆନାର ଜିଆସପୁର ଅଞ୍ଚଳରେ ଥିବା ଗୋୟଲ ମିଲକ୍ ପ୍ଲାଣ୍ଟରୁ କିଛି ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା ।  ଏହାର ସଂସ୍ପର୍ଶରେ ଆସିବା ଯୋଗୁଁ ଫ୍ୟାକ୍ଟ୍ରିରେ କାମ କରୁଥିବା ୧୨ରୁ ଅଧିକ କର୍ମଚାରୀ ଅଚେତ ହୋଇପଡିଥିଲେ। ଏପରିକି ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ସ୍ଥିତି ଅସମ୍ଭାଳ ଦେଖି ପୋଲିସ ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲା ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ। ଏବେବି ମିଲକ୍ ପ୍ଲାଣ୍ଟରେ କିଛି କର୍ମଚାରୀ ଫସି ରହିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଶାନ୍ତ ଗ୍ୟାସ୍ ବ୍ୟାପିବା ଯୋଗୁଁ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରାଯାଇଛି । ତେବେ, ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ କେଉଁ ପରିସ୍ଥିତିରେ ଏସବୁ ହେଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି।  ସେପଟେ, ଏହି ଘଟଣାନେଇ ଦୁଃଖ ପ୍ରକାଶ କରିଛନ୍ତି ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୋଲିସ୍ ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପ୍ରଭାବିତମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯିବ। ଏବଂ ପୁରା ଘଟଣା ଉପରେ ନଜର ରଖାଯାଇଛି ।

ଏହି ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏହି ଘଟଣାରେ ସେ ତାଙ୍କର ୧୨ ବର୍ଷର ଭାଇକୁ ହରାଇଥିଲେ। ସେ କହିଛନ୍ତି, ମୋର ୧୨ ବର୍ଷର ଭାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଘଟଣା ସମୟରେ ସେ ତାଙ୍କ କୋଠରୀରେ ଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ ଏବଂ ବିହାରର ବାସିନ୍ଦା ଥିଲେ ମଧ୍ୟ ଅନେକ ଲୋକ ସେମାନଙ୍କ ଘରେ ଫସି ରହିଥିବାର ଭୟ ରହିଛି। ଘର ଏବଂ କାରଖାନାଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି ଏବଂ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି।

Also Read: Odisha News: ଓଡ଼ିଶା ପାଇଁ ଗର୍ବ, ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ବଡ଼ ଦାୟିତ୍ୱ

Also Read: Mo Bus: ମୋ’ ବସ୍ ଦୁର୍ଘଟଣାଗ୍ରସ୍ତ, ଏକାଧିକ ଯାତ୍ରୀ ଆହତ