US Pizza Attack: ପିଜ୍ଜା ସହାୟତାରେ ମହିଳାଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ବାନ୍ଧିଲା ପୋଲିସ
Advertisement

US Pizza Attack: ପିଜ୍ଜା ସହାୟତାରେ ମହିଳାଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ବାନ୍ଧିଲା ପୋଲିସ

Pizza Attack In USA: ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଗତ ସପ୍ତାହରେ ଫ୍ଲୋରିଡା ଠାରେ ଘଟିଥିଲା। ମାରିଅନ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ଅନୁଯାୟୀ, ଅର୍ଟେଲିଓ ଲାଜାରୋ ଆଲଫୋନ୍ସୋ ନାମକ ଜଣେ ବ୍ୟକ୍ତି ଯୁକ୍ତିତର୍କ କରିବା ସମୟରେ ତାଙ୍କ ବାନ୍ଧବୀଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।

US Pizza Attack: ପିଜ୍ଜା ସହାୟତାରେ ମହିଳାଙ୍କ ଉପରେ ଆକ୍ରମଣ, ଅଭିଯୁକ୍ତ ବାନ୍ଧିଲା ପୋଲିସ

Florida Pizza Attack: ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଳୋରିଡା଼ ସହରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଯେଉଁଠାରେ ଜଣେ ବ୍ୟକ୍ତି ପିଜ୍ଜା ସହାୟତା ତାଙ୍କ ବାନ୍ଧବୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ବାନ୍ଧବୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରିଛି।

ଆମେରିକୀୟ ଗଣମାଧ୍ୟମ ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଗତ ସପ୍ତାହରେ ଫ୍ଲୋରିଡା (Florida) ଠାରେ ଘଟିଥିଲା। ମାରିଅନ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ (Marion County Sheriffs Office) ଅନୁଯାୟୀ, ଅର୍ଟେଲିଓ ଲାଜାରୋ ଆଲଫୋନ୍ସୋ (Ortelio Lazaro Alfonso) ନାମକ ଜଣେ ବ୍ୟକ୍ତି ଯୁକ୍ତିତର୍କ କରିବା ସମୟରେ ତାଙ୍କ ବାନ୍ଧବୀଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।

ମାରିଅନ କାଉଣ୍ଟି ପୋଲିସ ଅଧିକାରୀଙ୍କୁ (Marion County Police Official) ୯୧୧ ନମ୍ବର ସହାୟତାରେ ଏହି ଘଟଣା ସମ୍ପର୍କରେ ଖବର ମିଳିଥିଲା। ଏହା ପରେ ପାରିବାରିକ ହିଂସା (Domestic Violence) ହେବାର ସମ୍ଭାବନା ଦେଖି ତୁରନ୍ତ ମାରିଅନ କାଉଣ୍ଟି ପୋଲିସ (Marion County Police) ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଥିବା ୩୯ ବର୍ଷୀୟ ଅଭିଯୁକ୍ତଙ୍କ ସହ ପୋଲିସ କଥା ହୋଇଥିଲା। ଉକ୍ତ ମହିଳାଙ୍କ ସହ ତାଙ୍କର ଝଗଡା ହୋଇଥିବା ଅଭିଯୁକ୍ତ କହିଥିଲା। ଏହା ପରେ ମହିଳା ପୋଲିସ ଅଧିକାରୀଙ୍କୁ କହିଥିଲେ ଯେ ଯୁକ୍ତିତର୍କ ସମୟରେ ଆଲଫୋନ୍ସୋ ରାଗି ଯାଇଥିଲେ। ଏହା ପରେ ଆଲଫୋନସୋ ପ୍ରଥମେ ପିଜା ଖଣ୍ଡ ସହିତ ଆକ୍ରମଣ କରିଥିଲେ। ଏହା ପରେ ଡାହାଣ ଗାଲରେ ଜୋରରେ ଚାପୁଡ଼ା ମାରିଥିଲେ।
 
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ପୀଡିତାଙ୍କ ସାର୍ଟ କଲର ଏବଂ ପଛ ଭାଗରେ ପିଜା ସସ୍ ଲାଗିଥିବାର ଦେଖା ଯାଇଥିଥିଲା। ତାଙ୍କ କେଶ ଏବଂ କାନ ନିକଟରେ ପିଜା ଖଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା। ପୋଲିସ ଅଧିକାରୀ ରୋଷେଇ ଘରର କାନ୍ଥ ଏବଂ ଛାତରେ ପିଜା ସସ୍ ଲାଗିଥିବାର ଦେଖାଯାଇଥିଲା। ଏହା ସହିତ ଅଭିଯୁକ୍ତ ଜଣଙ୍କ କହିଛନ୍ତି ଯେ ସେ ଚାପୁଡ଼ା ମାରି ନାହାଁନ୍ତି। କେବଳ ପିଜା ସହିତ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଆଲଫୋନ୍ସୋଙ୍କୁ ଗିରଫ କରାଯିବା ପରେ ମୁକ୍ତ କରାଯାଇଥିଲା।

ପିଜ୍ଜା ଆକ୍ରମଣ ଘଟଣା ପୂର୍ବରୁ ଫ୍ଳୋରିଡା଼ ଅଞ୍ଚଳରେ ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା।  ଜଣେ ବ୍ୟକ୍ତି ବିନା ପୋଷାକରେ ଫ୍ଲୋରିଡା ସମୁଦ୍ର କୂଳରେ ଉଲଗ୍ନ ବୁଲୁ ହୋଇଥିଲେ। ପୋଲିସ ସମୁଦ୍ର କୂଳରେ ଉଲଗ୍ନ ହୋଇ ବୁଲୁଥିବା ବ୍ୟକ୍ତି ଗିରଫ କରିଥିଲା। ଏହି ଘଟଣାରେ ସଫେଇ ଦେଇ ସେହି ବ୍ୟକ୍ତି ଜଣଙ୍କ କହିଥିଲେ ଯେ, ସେ ଏକ ଭିନ୍ନ ଦୁନିଆରୁ ଆସିଛନ୍ତି।