US News: ଆଲାସ୍କା ଠାରୁ ୪୦ ହଜାର ଫୁଟ ଉପରେ ଉଡ଼ୁଥିଲା ଅଜ୍ଞାତ ବସ୍ତୁ, ମାରି ତଳକୁ ଖସାଇ ଦେଲା ଆମେରିକୀୟ ବିମାନ
Advertisement

US News: ଆଲାସ୍କା ଠାରୁ ୪୦ ହଜାର ଫୁଟ ଉପରେ ଉଡ଼ୁଥିଲା ଅଜ୍ଞାତ ବସ୍ତୁ, ମାରି ତଳକୁ ଖସାଇ ଦେଲା ଆମେରିକୀୟ ବିମାନ

US Shot Down Unknown Object: ହ୍ୱାଇଟ ହାଉସ ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ଦେଶର ଦେଶର ଆଲାସ୍କା ପ୍ରଦେଶ ଉପରେ ଉଡ଼ୁଥିବା ଏକ ଅଜ୍ଞାତ ବସ୍ତୁର ଉଦ୍ଦେଶ୍ୟ କ'ଣ କିମ୍ବା ଏହାର ଉତ୍ପତ୍ତି ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ପାରିନାହିଁ। ହେଲେ ପ୍ରାୟ ୪୦ ହଜାର ଫୁଟ ଉଚ୍ଚରେ ଏହି ଅଜ୍ଞାତ ବସ୍ତୁ ଉଡ଼ୁଥିବାରୁ ବେସାମରିକ ବିମାନ ଚଳାଚଳ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭବନା ରହିଥିଲା। ଏହାକୁ ନଜରରେ ଏହି ଅଜ୍ଞାତ ବସ୍ତୁକୁ ଆମେରିକୀୟ ଯୁଦ୍ଧ ବିମାନ ମାରି ତଳକୁ ଖସାଇ ଦେଇଥିଲେ। ଏହି ଅଜ୍ଞାତ ବସ୍ତୁକୁ ମାରି ଖସାଇ ଦେବାକୁ ରାଷ୍ଟ୍ରପତି ଆମେରିକା ସେନାକୁ ନିର୍ଦ୍ଦେଶ ଦେଇଥିଲେ।

US News: ଆଲାସ୍କା ଠାରୁ ୪୦ ହଜାର ଫୁଟ ଉପରେ ଉଡ଼ୁଥିଲା ଅଜ୍ଞାତ ବସ୍ତୁ, ମାରି ତଳକୁ ଖସାଇ ଦେଲା ଆମେରିକୀୟ ବିମାନ

US Aircraft Shot Down Unknown Object: ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ପ୍ରଦେଶରେ ପ୍ରାୟ ୪୦ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ଏକ ଅଜ୍ଞାତ ବସ୍ତୁକୁ ମାରି ତଳକୁ ଖସାଇ ଦେଇଛି ଆମେରିକୀୟ ଯୁଦ୍ଧ ବିମାନ। ଏ ସମ୍ପର୍କରେ ଜଣାଇଛି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ୍। ଏନେଇ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି, ଫେବୃଆରୀ ୧୦ ତାରିଖ ଶୁକ୍ରବାର ଆମେରିକୀୟ ଯୁଦ୍ଧ ବିମାନ ଦେଶର ଆଲାସ୍କା ପ୍ରଦେଶ ଉପରେ ଉଡ଼ୁଥିବା ଏକ ଅଜ୍ଞାତ ବସ୍ତୁକୁ ମାରି ତଳକୁ ଖସାଇ ଦେଇଛି। ଏହି ଘଟଣା ସମ୍ନାକୁ ଆସିବାର ୬ ଦିନ ପୂର୍ବରୁ ଦେଶର ଦକ୍ଷିଣ କାରୋଲିନା ଉପକୂଳରେ ଚୀନ ଗୁପ୍ତଚର ବେଲୁନ ଦୃଶ୍ୟମାନ ହୋଇଥିଲା।  ଆମେରିକା ଏହି କଥିତ ଗୁପ୍ତଚର ବେଲୁନ୍‌ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରି ଏହାକୁ ମାରି ଖସାଇ ଦେଇଥିଲା। ଏହି ଘଟଣାକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା-ଚୀନ୍‌ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା।

ହ୍ୱାଇଟ ହାଉସ ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ଦେଶର ଦେଶର ଆଲାସ୍କା ପ୍ରଦେଶ ଉପରେ ଉଡ଼ୁଥିବା ଏକ ଅଜ୍ଞାତ ବସ୍ତୁର ଉଦ୍ଦେଶ୍ୟ କ'ଣ କିମ୍ବା ଏହାର ଉତ୍ପତ୍ତି ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ପାରିନାହିଁ। ହେଲେ ପ୍ରାୟ ୪୦ ହଜାର ଫୁଟ ଉଚ୍ଚରେ ଏହି ଅଜ୍ଞାତ ବସ୍ତୁ ଉଡ଼ୁଥିବାରୁ ବେସାମରିକ ବିମାନ ଚଳାଚଳ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭବନା ରହିଥିଲା। ଏହାକୁ ନଜରରେ ଏହି ଅଜ୍ଞାତ ବସ୍ତୁକୁ ଆମେରିକୀୟ ଯୁଦ୍ଧ ବିମାନ ମାରି ତଳକୁ ଖସାଇ ଦେଇଥିଲେ। ଏହି ଅଜ୍ଞାତ ବସ୍ତୁକୁ ମାରି ଖସାଇ ଦେବାକୁ ରାଷ୍ଟ୍ରପତି ଆମେରିକା ସେନାକୁ ନିର୍ଦ୍ଦେଶ ଦେଇଥିଲେ।

Also Read: Shocking News: ଚୀନ ବେଲୁନ ମାରି ଖସାଇଦେଲା ଆମେରିକା, ଜାଣନ୍ତୁ କାରଣ...

ହ୍ୱାଇଟ ହାଉସ ଠାରେ ଏହି ଘଟଣା ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନରୁ ଉତ୍ତର ରଖିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ବାଇଡେନ। ଏନେଇ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଏହି ଅଜ୍ଞାତ ବସ୍ତୁକୁ ମାରି ଖସାଇଦେବା ଅଭିଯାନ ସଫଳ ହୋଇଛି। ମୁଖପାତ୍ର ଜନ୍ କିର୍ବି କହିଛନ୍ତି କହିଛନ୍ତି ଯେ ଗତ ସପ୍ତାହରେ ଆମେରିକା ଅତିକ୍ରମ କରିଥିବା ଏକ ବିଶାଳ ଚୀନ ବେଲୁନ୍ ଠାରୁ ଏହି ବସ୍ତୁ ବହୁତ ଛୋଟ ଥିଲା। ଯାହାକୁ ଶନିବାର ଆଟଲାଣ୍ଟିକ୍ ଉପକୂଳରେ ଆମେରିକୀୟ ଯୁଦ୍ଧ ବିମାନ ଦ୍ୱାରା ଏହାକୁ ମାରି ଖସାଇ ଦିଆଯାଇଥିଲା। ଏହି ଅଜ୍ଞାତ ବସ୍ତୁର ଆକାର ଛୋଟ କାର ଭଳି ଥିଲା। 

ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ୍ ପ୍ୟାଟ୍ ରାଇଡର୍ କହିଛନ୍ତି ଯୁଦ୍ଧ ବିମାନ ଏଫ-୨୨ ରାପ୍ଟର, ଏଆଇଏମ-୯ଏକ୍ସ କ୍ଷେପଣାସ୍ତ୍ର ସହାୟତାରେ ଏହି ଅଜ୍ଞାତ ବସ୍ତୁକୁ ମାରି ଖସାଇ ଦେଇଥିଲା। କଥିତ ଚୀନ ଗୁପ୍ତଚର ବେଲୁନ୍ ଖସାଇବା ପାଇଁ ମଧ୍ୟ ଏହି ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। 

Also Read: South China ସାଗରରେ ଅଘଟଣ; ଅଜଣା ବସ୍ତୁ ସହ ଧକ୍କା ହେଲା US Navy Nuclear Submarine

ଅନ୍ୟ ଦେଶ ସମ୍ପର୍କରେ ଗୁଇନ୍ଦା ତଥ୍ୟ  ସଂଗ୍ରହ କରିବା ପାଇଁ ଚୀନ୍‌ ଦ୍ୱାରା ପଠାଯାଇ ବେଲୁନ୍‌ ଉପରେ ଆମେରିକା ପକ୍ଷରୁ ଗବେଷଣା ଚାଲିଥିବା ଏଭଳି ଘଟଣା ଘଟିଛି। ଆମେରୀୟ ଅଧିକାରୀ କହିଛନ୍ତି ଯେ ଆମେରିକା କ୍ଷେତ୍ରରେ ଅତି କମରେ ୪ ଥର ଏଭଳି ବେଲୁନ ଉଡ଼ିଥିବାର ଦେଖିବାକୁ ମିଳିଛି। ଏହି ବେଲୁନ ଆମେରିକା ବ୍ୟତୀତ ଅନ୍ୟ ୪୦ ଦେଶରେ ମଧ୍ୟ ଉଡୁଥିବା ଅବସ୍ଥାରେ ଦୃଶ୍ୟମାନ ହୋଇଛି। ଗତ ସପ୍ତାହରେ ଚୀନ୍ ବେଲୁନ୍ ଆମେରିକା ଲାଗି ଚିନ୍ତା ବଢାଇ ଦେଇଥିଲା। କାରଣ ଯେଉଁଠାରେ ଏହି ବେଲୁନ ଉଡୁଥିଲା ସେଠାରେ ଆମେରିକା ଏହାର ଆଣବିକ କ୍ଷେପଣାସ୍ତ୍ର ରଖାଯାଇଥିଲା।