ପାକିସ୍ତାନ ପାଇଁ ପୁଣି ଭାରତକୁ ଧୋକା ଦେଲା ଆମେରିକା!
Advertisement
Article Detail0/zeeodisha/odisha1381185

ପାକିସ୍ତାନ ପାଇଁ ପୁଣି ଭାରତକୁ ଧୋକା ଦେଲା ଆମେରିକା!

US on PoK: ବିଶେଷଜ୍ଞମାନେ ମଧ୍ୟ ମନେ କରନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରୁ ଋଣ ପାଇଁ ପାକିସ୍ତାନକୁ ଆମେରିକାର ସହାୟତାର ଆବଶ୍ୟକତା ରହିଛି । ଏହା ସହିତ ପାକିସ୍ତାନ ନା କେବଳ ଚୀନର ଋଣ ପରିଶୋଧ କରିବାରେ ସକ୍ଷମ ହେବ ବରଂ ତାର ଅର୍ଥ ବ୍ୟବସ୍ଥାରେ ନୂଆ ଜୀବନ ମିଳିବ ।

ପାକିସ୍ତାନ ପାଇଁ ପୁଣି ଭାରତକୁ ଧୋକା ଦେଲା ଆମେରିକା!

ୱାଶିଂଟନ: America on PoK: ଇସଲାମାବାଦରେ ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମ (Donald Blom) ଙ୍କ ଏକ ଟ୍ୱିଟ୍ ଭାରତ ଓ ଆମେରିକା ସମ୍ପର୍କ (India US Relationship) ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ଲୋମ ନିକଟ ଅତୀତରେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଗସ୍ତ କରିଥିଲେ । ସେ ଗସ୍ତରୁ ଫେରିବା ପରେ ସେ ପିଓକେକୁ ଆଜାଦ କାଶ୍ମୀର ବୋଲି କହି ସମ୍ବୋଧନ କରିଛନ୍ତି । ଯେତେବେଳେ କି ଏହା ଭାରତର ଅଂଶ । ତାଙ୍କର ଏହି ଟ୍ୱିଟ୍ ଯୋଗୁଁ ହଙ୍ଗାମା ଦେଖାଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା କାଶ୍ମୀର ଉପରେ କୌଣସି ପକ୍ଷ ରଖିନାହିଁ । କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆମେରିକାର ମନୋଭାବକୁ ନେଇ ଚିନ୍ତା ବଢ଼ିଛି । ଆମେରିକା ସର୍ବଦା କହିଛି ଯେ, କାଶ୍ମୀର ପ୍ରସଙ୍ଗ କେବଳ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । କିନ୍ତୁ ବର୍ତ୍ତମାନ ସେ ଆଜାଦ କାଶ୍ମୀରକୁ ଉଲ୍ଲେଖ କରି ଏକ ନୂଆ ବିତର୍କ ସୃଷ୍ଟି କରିଛି । 

ଏହି ଟ୍ୱିଟ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱା ଆମେରିକା ଗସ୍ତରେ ଅଛନ୍ତି । ପାକିସ୍ତାନକୁ F-16ର ନବୀକରଣ ପାଇଁ ଦିଆଯାଇଥିବା ଆମେରିକୀୟ ସହାୟତା ପ୍ରସଙ୍ଗ ମଧ୍ୟ ଥଣ୍ଡା ହୋଇନଥିଲା କି ଏହି ବିବାଦୀୟ ଟ୍ୱିଟ୍ ସାମ୍ନାକୁ ଆସିଛି । ଗତ କିଛି ଦିନ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଯେଉଁଭଳି ଆଚରଣ ପ୍ରଦର୍ଶନ କରିଛି, ଏଥିରୁ ଜଣାପଡୁଛି ଯେ ଆମେରିକାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ତାଙ୍କ ସରକାରଙ୍କୁ ଖୁସି କରିବା । ଆମେରିକା କୌଣସି ମତରେ ଚାହୁଁନାହିଁ ଯେ ଇମ୍ରାନ ଖାନ କ୍ଷମତାକୁ ଫେରୁ, ସେ ଚଳିତ ବର୍ଷ ଏପ୍ରିଲରେ କ୍ଷମତାରୁ ବେଦଖଲ ହୋଇଥିଲେ । 

ମନେ କରାଯାଉଛି ଯେ, ନିକଟ ଅତୀତରେ ଇମ୍ରାନ ଖାନଙ୍କ ଦ୍ୱାରା ଯେଉଁ 'ସାଇଫର'ର  ଉଲ୍ଲେଖ କରାଯାଇଥିବା, ତାହା ବର୍ତ୍ତମାନ ରାୱଲପିଣ୍ଡିରେ ପାକିସ୍ତାନ ସେନାଙ୍କ ହେପାଜତରେ ରହିଛି । କିନ୍ତୁ ପାକିସ୍ତାନ ଓ ଆମେରିକା ମଧ୍ୟରେ ଚାଲିଥିବା ହଲଚଲ୍ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି । ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମନେ କରନ୍ତି ଯେ, ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୁଣି ମଜବୁତ ହେଉଛି । ଭାରତର ପଡ଼ୋଶୀ ସବୁବେଳେ ବଡ ପ୍ରସଙ୍ଗରେ 'ୟୁ' ଟର୍ନ କରିବାର ଅଭ୍ୟାସ ରହିଆସିଛି । ପାକିସ୍ତାନ ଅଲ କାଏଦାର ନେତା ଆୟମାନ ଅଲ-ଜାୱାହିରିଙ୍କୁ ଆଶ୍ରୟ ଦେବା ପ୍ରସଙ୍ଗ ହେଉ ଅବା ଚୀନ ଓ ଆମେରିକା ସହିତ ସ୍ୱଳ୍ପ ମିଆଦିରେ ଫାଇଦା ନେବା ପ୍ରସଙ୍ଗ, ସେ ସର୍ବଦା ନିଜର ସ୍ୱାର୍ଥ ହାସଲ ପାଇଁ ତତ୍ପର ରହିଛି ।

ଅଧିକ ପଢ଼ନ୍ତୁ:-ଟି-୨୦ରେ ରୋହିତ ଶର୍ମାଙ୍କ ନାମରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ, ଏପରି କରିଥିବା ପ୍ରଥମ ଭାରତୀୟ ଖେଳାଳି

ଅଧିକ ପଢ଼ନ୍ତୁ:-ପ୍ରଫେଟ ମହମ୍ମଦ ବିବାଦ ଉପରେ RSS ପ୍ରମୁଖ ମୋହନ ଭାଗବତଙ୍କ ଉପଦେଶ! କାହାର ବିଶ୍ୱାସକୁ କରନ୍ତୁନି ଆଘାତ

 

ବୈଦେଶିକ ନୀତି ବିଶେଷଜ୍ଞମାନେ ମନେ କରନ୍ତି ଯେ, ଆମେରିକା ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ସର୍ବଦା ଅସ୍ତ୍ରଶସ୍ତ୍ର ବିକ୍ରୟ ଉପରେ ନିର୍ଭରଶୀଳ । ଅସ୍ତ୍ରଶସ୍ତ୍ରର ରକ୍ଷଣାବେକ୍ଷଣ ପାଇଁ ପାକିସ୍ତାନକୁ ସର୍ବଦା ଆମେରିକାର ଆବଶ୍ୟକତା ରହିଛି । ଯଦି ଭାରତ ଆମେରିକାଠାରୁ କୌଣସି ସାମରିକ ହାର୍ଡୱେର୍ କିଣୁଛି, ତେବେ ପାକିସ୍ତାନ ଟେକ୍ନୋଲୋଜି ଟ୍ରାନ୍ସଫର ଉପରେ ଜିଦ୍ ଧରୁଛି । ବିଶେଷଜ୍ଞମାନେ ମଧ୍ୟ ମନେ କରନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରୁ ଋଣ ପାଇଁ ପାକିସ୍ତାନକୁ ଆମେରିକାର ସହାୟତାର ଆବଶ୍ୟକତା ରହିଛି । ଏହା ସହିତ ପାକିସ୍ତାନ ନା କେବଳ ଚୀନର ଋଣ ପରିଶୋଧ କରିବାରେ ସକ୍ଷମ ହେବ ବରଂ ତାର ଅର୍ଥ ବ୍ୟବସ୍ଥାରେ ନୂଆ ଜୀବନ ମିଳିବ । ଆଗାମୀ ଦିନରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ । ଆମେରିକାର ପ୍ରତିରକ୍ଷା ସହାୟତା ସେହି ସମୟରେ ପାକିସ୍ତାନକୁ ଆସିଛି ଯେତେବେଳେ ତାକୁ ଏହାର ଆବଶ୍ୟକତା ଅଧିକ ଥିଲା । ବର୍ତ୍ତମାନ ଭାରତ ଏହି ସମଗ୍ର ଘଟଣାକ୍ରମ ଉପରେ ନଜର ରଖିଛି ।