UCC: 'କୌଣସି ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାକୁ ସଂସଦକୁ ନିର୍ଦ୍ଦେଶ ଦେଇପାରିବ ନାହିଁ କୋର୍ଟ'
Advertisement

UCC: 'କୌଣସି ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାକୁ ସଂସଦକୁ ନିର୍ଦ୍ଦେଶ ଦେଇପାରିବ ନାହିଁ କୋର୍ଟ'

Centre to SC: କୌଣସି ପ୍ରସଙ୍ଗରେ ଆଇନ ଆଣିବାକୁ ସଂସଦ ପାଖରେ ସାର୍ବଭୌମ ଅଧିକାର ରହିଛି। କୌଣସି ବାହ୍ୟ କର୍ତ୍ତୃପକ୍ଷ ସଂସଦକୁ ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। 

UCC: 'କୌଣସି ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାକୁ ସଂସଦକୁ ନିର୍ଦ୍ଦେଶ ଦେଇପାରିବ ନାହିଁ କୋର୍ଟ'

Uniform Civil Code: ଦେଶରେ ସମାନ ନାଗରିକ ସଂହିତା କାର୍ଯ୍ୟକାରିତା ପାଇଁ ଦାଖଲ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି ସରକାର। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କହିଛନ୍ତି ଯେ ଏହା ଏକ ଆଇନଗତ ମାମଲା। ଯାହା ଉପରେ ନିଷ୍ପତ୍ତି ନେବା ସଂସଦର କାର୍ଯ୍ୟ। ଏହି ମାମଲାରେ ଆଇନ ପ୍ରଣୟନ କରିବାକୁ କୋର୍ଟ ସଂସଦକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। କୌଣସି ପ୍ରସଙ୍ଗରେ ଆଇନ ଆଣିବାକୁ ସଂସଦ ପାଖରେ ସାର୍ବଭୌମ ଅଧିକାର ରହିଛି। କୌଣସି ବାହ୍ୟ କର୍ତ୍ତୃପକ୍ଷ ସଂସଦକୁ ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ଦେଶରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରାଯିବା ଆବଶ୍ୟକ।

Also Read: ଦେଶରେ UCC ଲାଗୁ କରିବାକୁ ନେଇ ଚେତାବନୀ ଦେଲା AIMPLB

ଏହାର ଗମ୍ଭୀରତାକୁ ବିଚାର କରି ବିଭିନ୍ନ ଧର୍ମର ବ୍ୟକ୍ତିଗତ ନିୟମ (Personal Law of Different Religions) ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଏହି କାରଣରୁ କେନ୍ଦ୍ର ସରକାରଙ୍କ (Govt of India) ଅନୁରୋଧ କ୍ରମେ ଏକବିଂଶ ଆଇନ ଆୟୋଗ (Twenty First Law Commission) ବିଭିନ୍ନ ପକ୍ଷଙ୍କ ମତାମତ ନେବା ପରେ ବ୍ୟକ୍ତିଗତ ଆଇନ ଅଧ୍ୟୟନ କରିଛି। ପାରିବାରିକ ଆଇନ ସଂସ୍କାର (Family Law Reform) ନାମରେ ଏହାର ୱେବସାଇଟ ରେ ଏକ କନସଲଟେସନ ପେପର (Consultation Paper) ଅପଲୋଡ୍ କରିଛି।

Also Read: Uniform Civil Code: ଗୋଆ ପରେ ଉତ୍ତରାଖଣ୍ଡରେ ଲାଗୁ ହେବ ସମାନ ନାଗରିକ ସଂହିତା

ଦେଶରେ ୨୧ତମ ଆଇନ ଆୟୋଗର କାର୍ଯ୍ୟକାଳ ଶେଷ ହୋଇଛି। ନୂତନ ୨୨ ତମ ଆଇନ ଆୟୋଗ (Twenty Two Law Commission) ସଦସ୍ୟ ନିଯୁକ୍ତ ହେବା ପରେ ଏହି ପ୍ରସଙ୍ଗ ସେମାନଙ୍କ ସାମ୍ନାରେ ରଖାଯାଇଛି। ଆଇନ ଆୟୋଗ ରିପୋର୍ଟ (Law Commission Report) ପରେ ସରକାର ସମସ୍ତ ପକ୍ଷଙ୍କ ସହ ପରାମର୍ଶ କରିବେ। ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ବିବାହ, ଛାଡପତ୍ର, ଭରଣ ପୋଷଣ, ଉତ୍ତରାଧିକାରୀଙ୍କ ପାଇଁ ସମସ୍ତ ଧର୍ମ ଲାଗି ଗୋଟିଏ ସାଧାରଣ ଆଇନ ଲାଗୁ କରିବାକୁ ଦାବି ହୋଇଛି। ଯାହାକୁ ସମାନ ନାଗରିକ ସଂହିତା (Uniform Civil Code) ୟୁସିସି (UCC) ବୋଲି କୁହାଯାଉଛି।

Also Read: ଧାମୀ ଧମାକା: ରାଜ୍ୟରେ ଲାଗୁ ହେବେ ସମାନ ନାଗରିକ ସଂହିତା

ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ସମାନ ନାଗରିକ ସଂହିତା ଏବଂ ଏହି ମାମଲାରେ ଅଦାଲତ ହସ୍ତକ୍ଷେପ ସମ୍ପର୍କର ବିରୋଧୀ। ହେଲେ ଏହା ୟୁସିସି ବିରୋଧୀ ବୋଲି କୁହାଯାଇ ପାରିବ ନାହିଁ। ସତ୍ୟପାଠର ଗୋଟିଏ ସ୍ଥାନରେ ୪୪ ଧାରା ଅନୁଯାୟୀ ନୀତି ନିର୍ଦ୍ଦେଶନାମା ଦର୍ଶାଇଛନ୍ତି ସରକାର। ଏନେଇ କୁହାଯାଇଛି ଯେ ବିଭିନ୍ନ ଧର୍ମ କିମ୍ବା ସମ୍ପ୍ରଦାୟର ନିୟମ (Religion or Community Law) ଦେଶର ଏକତା ବିରୋଧୀ। ଏହି ପରିପ୍ରେକ୍ଷୀରେ ସରକାର ଆଇନ ଆୟୋଗ, ଏହାର ସ୍ତରରେ ବିଭିନ୍ନ ପକ୍ଷଙ୍କ ସହ ପରାମର୍ଶ ଏବଂ ବିଭିନ୍ନ ଧର୍ମର ବ୍ୟକ୍ତିଗତ ଆଇନ ଅଧ୍ୟୟନର ଆବଶ୍ୟକତା ବୋଲି କହିଛନ୍ତି।

ସମାନ ନାଗରିକ ସଂହିତା (Uniform Civil Code) କ'ଣ?
ସମାନ ନାଗରିକ ସଂହିତା ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ସମାନ ନିୟମ। କୌଣସି ଧର୍ମ କିମ୍ବା ଜାତି ପାଇଁ କୌଣସି ପୃଥକ ନିୟମ ରହିବ ନାହିଁ। ସମାନ ନାଗରିକ ସଂହିତା  ଲାଗୁ ହେବା ପରେ ପ୍ରତ୍ୟେକ ଧର୍ମର ଲୋକେ ଗୋଟିଏ ଆଇନ ଅଧୀନରେ ଆସିଯିବେ। ବର୍ତ୍ତମାନ ଦେଶର ପ୍ରତ୍ୟେକ ଧର୍ମର ଲୋକେ ବିବାହ, ଛାଡପତ୍ର, ସମ୍ପତ୍ତି ବିଭାଜନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଭଳି ସମସ୍ୟାର ସମାଧାନ ସେମାନଙ୍କ ଧର୍ମି ସହ ଜଡ଼ିତ ଆଇନ ଅନୁସାରେ କରୁଛନ୍ତି। 

ହେଲେ ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା ଲାଗୁ ହେବା ପରେ ସମସ୍ତ ଧର୍ମର ଲୋକେ ସମାନ ନିୟମ ପାଳନ କରିବେ। ଦେଶରେ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ଧର୍ମର ଲୋକଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ଏହା ସହିତ ହିନ୍ଦୁ, ଶିଖ, ଜୈନ ଏବଂ ବୌଦ୍ଧ ଧର୍ମର ମାନେ ହିନ୍ଦୁ ନାଗରିକ ଆଇନ ଅଧୀନରେ ଆସନ୍ତି। ସମାନ ନାଗରିକ ସଂହିତା ଲାଗୁ କରିବା ଧାରା ୪୪ ଅନୁଯାୟୀ ରାଜ୍ୟର ଦାୟିତ୍ୱ ବୋଲି ଭାରତୀୟ ସମ୍ବିଧାନରେ ବର୍ଣ୍ଣନା କରାଯାଇଛି। ଦେଶର ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଏହା କାର୍ଯ୍ୟକାରୀ ହୋଇନାହିଁ।