Unhealthy Country: ଅସୁସ୍ଥତା...ଅସହାୟତା ଏବଂ ଭାଗ୍ୟ, ପ୍ରକାଶ ପାଇଲା ଦୁନିଆର ୫ ଅସ୍ୱାସ୍ଥ୍ୟକର ଦେଶ ତାଲିକା
Advertisement

Unhealthy Country: ଅସୁସ୍ଥତା...ଅସହାୟତା ଏବଂ ଭାଗ୍ୟ, ପ୍ରକାଶ ପାଇଲା ଦୁନିଆର ୫ ଅସ୍ୱାସ୍ଥ୍ୟକର ଦେଶ ତାଲିକା

Unhealthiest Countries: ୟାହୁ ଫାଇନାନ୍ସ ୱେବସାଇଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେହି ଦେଶ ଅସ୍ୱାସ୍ଥ୍ୟକର ଦେଶ ବର୍ଗରେ ଅଛନ୍ତି ଯେଉଁଠାରେ ସାଧାରଣ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ନୁହେଁ। ଯେଉଁଠି ଶାରୀରିକ ରୋଗ ଅପେକ୍ଷା ମୋଟାପଣ ଅଧିକ ରହିଛି।

Unhealthy Country: ଅସୁସ୍ଥତା...ଅସହାୟତା ଏବଂ ଭାଗ୍ୟ, ପ୍ରକାଶ ପାଇଲା ଦୁନିଆର ୫ ଅସ୍ୱାସ୍ଥ୍ୟକର ଦେଶ ତାଲିକା

Unhealthiest Countries of World: ମଣିଷର ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ଏହି ଉଦାହରଣ ଏହି ଦୁନିଆ ପାଇଁ ମଧ୍ୟ ପ୍ରଯୁଜ୍ୟ ଯେଉଁଠି ଶହ ଶହ ଦେଶ ଅଛନ୍ତି। ଏହା ମଧ୍ୟରୁ କେତେକ ଦେଶ  ମିଳିତ ଜାତିସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଆଉ କେତେକ ଦେଶର ମାନ୍ୟତା ପାଇ ନାହାଁନ୍ତି।  ଯେଉଁଠି କିଛି ଧନୀ ଏବଂ ଶକ୍ତିଶାଳୀ ଦେଶ ରହିଥିବା ବେଳେ ଆଉ କିଛି ଗରିବ ଦେଶ ମଧ୍ୟ ଅଛନ୍ତି। ହେଲେ ବର୍ତ୍ତମାନ ସେହି ଦେଶର ଗଣନା କରାଯାଉଛି ଯାହା ବିକଶିତ ନୁହେଁ ଏବଂ ଅସ୍ୱାସ୍ଥ୍ୟକର।

ଧନୀ ଏବଂ ବିକଶିତ ଦେଶରେ ବସବାସ କରୁଥିବା ଲୋକଙ୍କୁ ପ୍ରଥମେ ବିଜ୍ଞାନର ଚମତ୍କାରିତା ଏବଂ ଉନ୍ନତ କୌଶଳର ଲାଭ ମିଳିଥାଏ। କୋରୋନା ମହାମାରୀ ସମୟରେ ଭାରତ ଏବଂ ଆମେରିକା ସମେତ ଅନେକ ଦେଶ ଠିକ୍ ସମୟରେ ଟିକା ପ୍ରସ୍ତୁତ କରି ନିଜ ନାଗରିକଙ୍କ ଜୀବନ ରକ୍ଷା କରିଥିଲେ। ହେଲେ ଅନ୍ୟପଟେ  ଗରିବ ଏବଂ ଅସ୍ୱାସ୍ଥ୍ୟକର ଦେଶ ସେମାନଙ୍କର କୋଟି କୋଟି ନାଗରିକଙ୍କୁ ଏ ପର୍ଯ୍ୟନ୍ତ କୋରୋନା ଟିକା ଯୋଗାଇବାରେ ସଫଳ ହୋଇନାହାଁନ୍ତି।

Also Read: Global Hunger Index: କ୍ଷୁଧା ବ୍ୟତୀତ ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ପଛୁଆ ରହିଛି ଭାରତର ସ୍ଥାନ

ୟାହୁ ଫାଇନାନ୍ସ ୱେବସାଇଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେହି ଦେଶ ଅସ୍ୱାସ୍ଥ୍ୟକର ଦେଶ ବର୍ଗରେ ଅଛନ୍ତି ଯେଉଁଠାରେ ସାଧାରଣ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ନୁହେଁ। ଯେଉଁଠି ଶାରୀରିକ ରୋଗ ଅପେକ୍ଷା ମୋଟାପଣ ଅଧିକ ରହିଛି। ଯେଉଁଠି ଲୋକ ଅଧିକ ମଦ୍ୟପାନ ସହିତ ଧୂମପାନ ମଧ୍ୟ ଅତ୍ୟଧିକ ମାତ୍ରାରେ କରିଥାନନ୍ତି। ଏହା ସହିତ ସେହି ଦେଶର ସରକାର ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପର୍ଯ୍ୟାପ୍ତ ବଜେଟ୍ ଖର୍ଚ୍ଚ କରନ୍ତି ନାହିଁ। ଯେଉଁ କାରଣରୁ ସେହି ଦେଶର ଲୋକେ ଅଳ୍ପ ବୟସରେ ପ୍ରାଣ ହରାଇଥାନ୍ତି।

ସାରା ବିଶ୍ୱରେ ନାଇଜେରିଆ ହେଉଛି ସବୁଠାରୁ ଅସ୍ୱାସ୍ଥ୍ୟକର ଦେଶ। ଏଠାରେ ସର୍ବାଧିକ ମାତୃ ମୃତ୍ୟୁ ହାର ରହିଛି। ଏହି ଦେଶରେ ଶିଶୁ ମୃତ୍ୟୁହାର ମଧ୍ୟ ବହୁତ ଅଧିକ। ଗତ ୨୦୧୫ ବର୍ଷରୁ ୨୦୧୭ ମଧ୍ୟରେ ପ୍ରାୟ ୯.୧ ପ୍ରତିଶତ ପିଲା ୫ ବର୍ଷ ହେବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ଏହି ଆଫ୍ରିକୀୟ ଦେଶ ପାଞ୍ଚଟି ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛି। ମ୍ୟାଲେରିଆ, ଶ୍ୱାସ ରୋଗ, ଶିଶୁ ରୋଗ, ମେନିଞ୍ଜାଇଟିସ୍ ଏବଂ ଯକ୍ଷ୍ମା ରୋଗ କାରଣରୁ ସର୍ବାଧିକ ମୃତ୍ୟୁ ଏହି ଦେଶରେ ହୋଇଥାଏ। 

Also Read: India: ଦାରିଦ୍ର୍ୟ ଦୂରୀକରଣ କରିବାରେ ବିଶ୍ୱରେ ରେକର୍ଡ କଲା ଭାରତ

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଏସୀୟ ଦେଶ ଇଣ୍ଡୋନେସିଆ ରହିଛି। ଯେଉଁଠାରେ ସ୍ୱାସ୍ଥ୍ୟସେବା ସେବା ମଧ୍ୟ ଠିକ୍ ନାହିଁ। ଅଧିକ ଧୂମପାନ କରୁଥିବା ଦେଶଙ୍କ ତାଲିକରେ ଇଣ୍ଡୋନେସଆ ଶୀର୍ଷ ସ୍ଥାନରେ ରହିଛି। ଅସ୍ୱାସ୍ଥ୍ୟକର ଦେଶଙ୍କ ତାଲିକାରେ ଲିଥୁଆନିଆ ତୃତୀୟ ସ୍ଥାନରେ ରହିଛି। ଏହି ୟୁରୋପୀୟ ଦେଶର ବାସିନ୍ଦା ଖାଦ୍ୟ ପାନୀୟ ଏବଂ ଧୂମପାନ ଅଭ୍ୟାସ ଯୋଗୁଁ ଅସୁସ୍ଥ ଅଛନ୍ତି।  ଏଠାକାର ମୋଟ ଜନସଂଖ୍ୟାର  ୨୭% ଲୋକ ମେଦବହୁଳତାର ଶୀକାର ହୋଇଛନ୍ତି। ଏହି ଦେଶରେ ୧୬ ବର୍ଷ ବୟସରେ ପହଞ୍ଚିବା ବେଳକୁ ପିଲା ମଦ୍ୟପାନ କରିବା ଆରମ୍ଭ କରି ଦେଇଥାନ୍ତି। ଯେତେବେଳେ ଅନେକ ଲୋକ ତମାଖୁ ଦ୍ରବ୍ୟ ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇ ଯାଇଥାନ୍ତି। 

Also Read: World Population: ଦିନକ ପରେ ୮ ଆରବରେ ପହଞ୍ଚିବ ବିଶ୍ୱ ଜନସଂଖ୍ୟା, ସର୍ଭେ ବଢାଇଲା ସର୍ବାଧିକ ଜନବହୁଳ ଦେଶର ଚିନ୍ତା

ଏହି ତାଲିକାର ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ୨ ୟୁରୋପୀୟ ଦେଶ ହଙ୍ଗେରୀ ଏବଂ ସ୍ଲୋଭାକିଆ ରହିଛନ୍ତି। ହଙ୍ଗେରୀର ମୋଟ ଜନସଂଖ୍ୟାର ପ୍ରାୟ ୨୬.୫ ପ୍ରତିଶତ ମେଦବହୁଳତାର ଶିକାର ହୋଇଛନ୍ତି। ଏଠାରେ ଦ୍ୱିତୀୟ ବୃହତ୍ତମ ରୋଗକୁ ରକ୍ତଚାପ ବୋଲି ବର୍ଣ୍ଣନା କରାଯାଇଛି। ଅନ୍ୟପଟେ ଏହି ସରକାରୀ ଆକଳନ ଅନୁଯାୟୀ ସ୍ଲୋଭାକିଆରେ ଉଚ୍ଚ ରକ୍ତଚାପ, ଉଚ୍ଚ ରକ୍ତଚାପ ଯୁକ୍ତ ଶର୍କରା ରହିଥିବା ଅନେକ ରୋଗୀ ଦେଖିବାକୁ ମିଳେ। ଏଠାରେ ଅନେକ ଲୋକ ଧୂମପାନ କରିଥାନ୍ତି। ଏହି ଦେଶରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇପଡିଛି।