CDS Bipin Rawat: ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ମନୁଷ୍ୟକୃତ ତୃଟି, ତଥ୍ୟ ଦେଲେ ସରକାର
Advertisement
Article Detail0/zeeodisha/odisha2566657

CDS Bipin Rawat: ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ମନୁଷ୍ୟକୃତ ତୃଟି, ତଥ୍ୟ ଦେଲେ ସରକାର

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁର ପ୍ରକୃତ ସତ୍ୟ ପଦାକୁ ଆସିଛି। ସାମ୍ନାକୁ ଆସିଥିବା ଏହି ସତ୍ୟ ସମସ୍ତଙ୍କୁ ଚକିତ କରିଛି। ୨୦୨୧ ମସିହାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସେ ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ହେଲିକପ୍ଟରଟି କିପରି ଦୁର୍ଘଟଣାଗ୍ରସ୍ତର ସମ୍ମୁଖିନ

CDS Bipin Rawat: ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ମନୁଷ୍ୟକୃତ ତୃଟି, ତଥ୍ୟ ଦେଲେ ସରକାର

CDS Bipin Rawat: ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁର ପ୍ରକୃତ ସତ୍ୟ ପଦାକୁ ଆସିଛି। ସାମ୍ନାକୁ ଆସିଥିବା ଏହି ସତ୍ୟ ସମସ୍ତଙ୍କୁ ଚକିତ କରିଛି। ୨୦୨୧ ମସିହାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସେ ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ହେଲିକପ୍ଟରଟି କିପରି ଦୁର୍ଘଟଣାଗ୍ରସ୍ତର ସମ୍ମୁଖିନ ହୋଇଥିଲା ତାହାର ରିପୋର୍ଟ ସରକାର ଏବେ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି। 

ସଂସଦରେ ଏକ ରିପୋର୍ଟ ଉପସ୍ଥାପନ କରାଯାଇ କୁହାଯାଇଛି କି ବିପିନ ରାୱତଙ୍କ ହେଲିକପ୍ଟର ମାନବୀୟ ତୃଟି କାରଣରୁ ଦୁର୍ଘଟଣାଗ୍ରସ୍ତର ସମ୍ମୁଖିନ ହୋଇଥିଲା।୨୦୨୧ ମସିହା ଡିସେମ୍ବର 8 ତାରିଖରେ, ତାମିଲନାଡୁର କୁନୁରରେ ବିପିନ ରାୱତଙ୍କ MI-17 V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିପିତ ରାୱତ, ତାଙ୍କ ପତ୍ନୀ ମଧୁଲିକା ଏବଂ ଅନ୍ୟ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ୧୩ତମ ପ୍ରତିରକ୍ଷା ଯୋଜନା ଅବଧିରେ ଘଟିଥିବା ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା ସମ୍ପର୍କରେ ସଂସଦରେ ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟରେ ୩୪ଟି ଦୁର୍ଘଟଣାର ବିବରଣୀ ଦିଆଯାଇଛି। ଯେଉଁଥିରେ ୨୦୨୧-୨୨ରେ ଘଟିଥିବା ୯ଟି ଦୁର୍ଘଟଣା ଏବଂ ୨୦୧୮-୧୯ରେ ୧୧ଟି ଦୁର୍ଘଟଣା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟରେ ଦୁର୍ଘଟଣାର କାରଣ, ଜଡିତ ବିମାନର ପ୍ରକାର, ଦୁର୍ଘଟଣାର ତାରିଖ ଏବଂ ଅବସ୍ଥାନ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ରିପୋର୍ଟରେ ସୂଚୀବଦ୍ଧ ୩୩ତମ ତଥ୍ୟ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯାଇଛି। 

୩ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ୩ ବର୍ଷ ପୂର୍ବେ ୮ ଡିସେମ୍ବର ୨୦୨୧ରେ ଘଟିଥିଲା। ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ଏବଂ ୧୨ ଜଣ ସଶସ୍ତ୍ର ବାହିନୀର କର୍ମଚାରୀ ତାମିଲନାଡୁର କୋଏମ୍ବାଟୁର ସୁଲୁର ବାୟୁସେନା ବେସରୁ ୱେଲିଙ୍ଗଟନ୍‌ର ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟକୁ ମି -17 V5 ହେଲିକପ୍ଟରରେ ଯାତ୍ରା କରୁଥିଲେ। କିନ୍ତୁ ହେଲିକପ୍ଟର ଅବତରଣ କରିବା ପୂର୍ବରୁ ପାହାଡ ସହ ଧକ୍କାଖାଇ ଖସି ପଡିଥିଲା। ଦୁର୍ଘଟଣା ପରେ ହେଲିକପ୍ଟରରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସିଡିଏସ ବିପିନ ରାୱତଙ୍କ ସମେତ ସମସ୍ତ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। 

ସେହି ସମୟରେ ରିପୋର୍ଟରେ କୁହାଯାଇଥିଲା ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ ଓ ହେଲିକପ୍ଟଟରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା। ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ଅଭିଯୋଗକୁ ସେତେବେଳେ ଖଣ୍ଡନ କରାଯାଇଥିଲା।