Parliament Scuffle: କିପରି ରହିଛି ଆହତ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟ? RML ହସ୍ପିଟାଲ ଜାରି କଲା ହେଲ୍ଥ ବୁଲେଟିନ୍
Advertisement
Article Detail0/zeeodisha/odisha2567063

Parliament Scuffle: କିପରି ରହିଛି ଆହତ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟ? RML ହସ୍ପିଟାଲ ଜାରି କଲା ହେଲ୍ଥ ବୁଲେଟିନ୍

Parliament Scuffle:  ଦୁଇ ଆହତ ବିଜେପି ସାଂସଦଙ୍କ ଅବସ୍ଥା ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ଦ୍ୱାରା ଠେଲି ଦିଆଯିବା ପରେ ଦୁଇ ବିଜେପି ସାଂସଦ ଆହତ ହୋଇଛନ୍ତି। ସେମାନେ ହସ୍ପିଟାଲରେ ଅଛନ୍ତି।

 

Pratap sarangi health update

Pratap sarangi health update: ଗତକାଲି ସଂସଦ ବାହାରେ ହୋଇଥିବା ଠେଲାପେଲାରେ ଆହତ ହୋଇଥିବା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂସଦରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ସାଂସଦଙ୍କ ବିରୋଧ ସମୟରେ ଏହି ଘଟଣା ଘଟିଛି। ଯେଉଁଥିରେ ଉଭୟ ବିଜେପି ସାଂସଦଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ରକ୍ତଚାପ ସମସ୍ୟା ମଧ୍ୟ ରହିଛି। ଯାହା ପରେ ଆଜି ଆରଏମଏଲ ଡାକ୍ତରମାନେ ଉଭୟ ସାଂସଦଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅପଡେଟ୍ ଦେଇଛନ୍ତି।

ଆହତ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଆରଏମଏଲ ଏମଏସ ଡକ୍ଟର ଅଜୟ ଶୁକ୍ଲା କହିଛନ୍ତି, “ଉଭୟଙ୍କ ଅବସ୍ଥା ଭଲ। ତାଙ୍କର ବିପି ନିୟନ୍ତ୍ରଣରେ ଅଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ଟିମ୍ ସେମାନଙ୍କ ଉପରେ ନଜର ରଖିବ। ବରିଷ୍ଠ ଡାକ୍ତର ଏହା ପରେ ନିଷ୍ପତ୍ତି ନେବେ। ଉଭୟଙ୍କ ସିଟି ସ୍କାନ୍ ଏବଂ ଏମଆରଆଇ ରିପୋର୍ଟ ସ୍ୱାଭାବିକ ରହିଛି।”

ଦୁଇ ଆହତ ବିଜେପି ସାଂସଦଙ୍କ ଅବସ୍ଥା ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ଦ୍ୱାରା ଠେଲି ଦିଆଯିବା ପରେ ଦୁଇ ବିଜେପି ସାଂସଦ ଆହତ ହୋଇଛନ୍ତି। ସେମାନେ ହସ୍ପିଟାଲରେ ଅଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ନୁହେଁ। ତାଙ୍କ ଅବସ୍ଥା ସ୍ଥିର ରହିଛି। ଆମର ସହକର୍ମୀମାନେ ତାଙ୍କୁ ଭେଟିଛନ୍ତି। ଆମେ ଏନଡିଏ ସାଂସଦଙ୍କ ସହ କଥା ହୋଇଛୁ, ସେମାନେ ଆନ୍ଦୋଳନ କରିଛନ୍ତି କିନ୍ତୁ ସାଂସଦ ଭାବରେ ଆମେ କୌଣସି ମୁକାବିଲା କରିବା ଉଚିତ ନୁହେଁ।”

ଏହାପୂର୍ବରୁ ଗୁରୁବାର ଦିନ ଡାକ୍ତର ଅଜୟ ଶୁକ୍ଲା କହିଥିଲେ, “ଯେତେବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା, ସେଠାରେ ବହୁ ରକ୍ତସ୍ରାବ ହୋଇଥିଲା। ତାଙ୍କ କପାଳରେ ଗଭୀର ଆଘାତ ଲାଗିଥିଲା ​​ଏବଂ ସିଲେଇ ଆବଶ୍ୟକ ଥିଲା। ଯେତେବେଳେ ତାଙ୍କୁ ଅଣାଯାଇଥିଲା, ତାଙ୍କର ବିପି ବହୁତ ହାଇ ଥିଲା ଓ ସେ ମଧ୍ୟ ନର୍ଭସ ଥିଲେ। ଏଥିସହ ମୁକେଶ ରାଜପୁତଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ଯେତେବେଳେ ସାଂସଦଙ୍କୁ ହସ୍ପିଟାଲ ଅଣାଯାଇଥିଲା ସେତେବେଳେ ସେ ସଚେତ ହୋଇଥିଲେ। ତାଙ୍କର ବିପି ଲେବଲ ମଧ୍ୟ ହାଇ ଥିଲା।”