Delhi Education Model: ବିଜେପିକୁ କଡା଼ ଜବାବ୍ ଦେଲା New York Times
Advertisement

Delhi Education Model: ବିଜେପିକୁ କଡା଼ ଜବାବ୍ ଦେଲା New York Times

Delhi Education Model: ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାର ରିପୋର୍ଟିଂକୁ ନେଇ ବିଜେପିକୁ କଡା଼ ଜବାବ୍ । ଏହାକୁ ବିଜେପି ପେଡ୍ ପ୍ରମୋସନ କହିବା ପରେ ନ୍ୟୁ-ୟର୍କ ଟାଇମ୍ସ ଦେଇଛି ଏହାର ଜବାବ । ଆମେ ଗ୍ରାଉଣ୍ଡରୁ ରିପୋର୍ଟ କରୁ ଏବଂ ଏହା ସମ୍ପୂର୍ଣ୍ଣ ନିରପେକ୍ଷ ବୋଲି ନ୍ୟୁ-ୟର୍କ ଟାଇମ୍ସ କହିଛି ।

ପ୍ରତୀକାତ୍ମକ ଫଟୋ

Delhi Education Model, ନୂଆଦିଲ୍ଲୀ: ଦିଲ୍ଲୀ ଶିକ୍ଷା ମଡେଲ୍ ବିଷୟରେ ବିଦେଶୀ ଗଣମାଧ୍ୟମକୁ ପଇସା ଦେଇ କେଜ୍ରିୱାଲ ସରକାର ବିଜ୍ଞାପନ ବାହାର କରିଥିବା ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ନ୍ୟୁୟର୍କ ଟାଇମ୍ସ ରଖିଛି । ଏହା ଉପରେ ପ୍ରତିକ୍ରିୟା ରଖି ଆମେରିକାର ପ୍ରତିଷ୍ଠିତ ଖବର କାଗଜ ନ୍ୟୁୟର୍କ ଟାଇମ୍ସ, ବିଜେପିର ମୁହଁ ବନ୍ଦ କରି ଦେଇଛି । ବିଜେପିର ଅଭିଯୋଗକୁ ଖଣ୍ଡନ କରି ନ୍ୟୁ-ୟର୍କ ଟାଇମ୍ସ କହିଛି, 'ଆମ ରିପୋର୍ଟ ସମ୍ପୂର୍ଣ୍ଣ ନିରପେକ୍ଷ । ଆମେ ଗ୍ରାଉଣ୍ଡ ଜିରୋକୁ ଯାଇ ରିପୋର୍ଟ ସଂଗ୍ରହ କରି ଖବର ପ୍ରକାଶ କରିଥାଉ ।'  

ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ଦୁଇ ପ୍ରତିଷ୍ଠିତ ବିଦେଶୀ ଖବର କାଗଜ ନ୍ୟୁ-ୟର୍କ ଟାଇମ୍ସ ଓ ଖଲିଜ ଟାଇମ୍ସ ଖବର ପ୍ରକାଶ କରିଥିଲେ । ଯାହାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଲୋକମାନଙ୍କ ସହିତ ଖୁସି ବାଣ୍ଟିଥିଲେ । ହେଲେ ବିଜେପି ଏହି କଥାକୁ ସହଜରେ ହଜମ କରି ନପାରି ଆପ୍‌କୁ ସମାଲୋଚନା କରିଥିଲା । ଆପ୍ ପଇସା ଦେଇ ଖବର କାଗଜରେ ବିଜ୍ଞାପନ ଦେଇଛି ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ଓ ଦିଲ୍ଲୀ ଆଇଟି ସେଲ୍‌ର ପୁନୀତ ଅଗ୍ରୱାଲ ଅଭିଯୋଗ କରିଥିଲେ । 

Also Read: Odisha Politics: କେଉଁ ଦଳକୁ ଯିବେ ସୋମ୍ୟ? ଆସିଲା ନୂଆ ଅପଡେଟ୍

କେବଳ ଏହି ଦୁଇ ନେତା ନୁହଁନ୍ତି ବିଜେପିର ଅନ୍ୟ କିଛି ନେତା ମଧ୍ୟ ଘଟଣାକୁ ନେଇ କେଜ୍ରିୱାଲ୍ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାପରେ ଭାରତୀୟ ଗଣମାଧ୍ୟମରେ ଏହି ଖବର ବେଶ ଚର୍ଚ୍ଚାରେ ରହିଥିଲା । ତେବେ ଚାରିଆଡ଼ୁ ସମାଲୋଚନା ହେବାପରେ ଘଟଣାକୁ ନେଇ ଆମେରିକା ଗଣମାଧ୍ୟମ ସଂସ୍ଥା ନ୍ୟୁ-ୟର୍କ ଟାଇମ୍ସ ପ୍ରତିକ୍ରିୟା ପ୍ରକାଶ କରିଛି । ଅନ୍ୟପଟେ ଖଲିଜ ଟାଇମ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

fallback

ନ୍ୟୁ-ୟର୍କ ଟାଇମ୍ସ କହିଛି ଯେ, ଏହି ଆର୍ଟିକିଲଟି ବିଜ୍ଞାପନ ନୁହେଁ କିମ୍ବା କୌଣସି ପ୍ରକାର ଦେୟ ଏଥିପାଇଁ ପ୍ରଦାନ କରାଯାଇ ନାହିଁ, ବରଂ ଏହା ଗ୍ରାଉଣ୍ଡ ରିପୋର୍ଟିଂ ଉପରେ ଆଧାରିତ । ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଆମର ରିପୋର୍ଟ ନିରପେକ୍ଷ, ଏହା ସ୍ପଟ୍ ତଥ୍ୟ ଉପରେ ଆଧାରିତ। ଗ୍ରାଉଣ୍ଡ ଜିରେ ରିପୋର୍ଟିଂ ଏବଂ ଶିକ୍ଷା ହେଉଛି ଏକ ପ୍ରସଙ୍ଗ ଯାହା ନ୍ୟୁ-ୟର୍କ ଟାଇମ୍ସ ବହୁ ବର୍ଷ ଧରି ଦେଖେଇ ଆସିଛି ।  ନ୍ୟୁ-ୟର୍କ ଟାଇମ୍ସର ସାମ୍ବାଦିକତା ସର୍ବଦା ସ୍ୱାଧୀନ, ରାଜନୈତିକ କିମ୍ବା ବିଜ୍ଞାପନଦାତାଙ୍କ ପ୍ରଭାବରୁ ମୁକ୍ତ ଅଟେ । 

Also Read: Gambhir on CBI Raid: ସିସୋଦିଆଙ୍କୁ ନେଇ ଏହି ବଡ଼ କଥା କହିଦେଲେ ଗମ୍ଭୀର

ଆମ୍ ଆଦମୀ ପାର୍ଟି(AAP)ର ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ମନୀଷ  ସିସୋଦିଆଙ୍କ ଉପରେ ହୋଇଥିବା ସିବିଆଇ ଆକ୍ରମଣକୁ ନେଇ ମନ୍ତ୍ରୀଙ୍କ ଶିକ୍ଷା ମଡେଲ ପାଇଁ ଉଚ୍ଚ ପ୍ରଶଂସା କରି ଏହାକୁ କେନ୍ଦ୍ର ସହ ଯୋଡା଼ଯାଇଥିବାରୁ ଏହି ଆର୍ଟିକିଲ୍ ସାମ୍ନାକୁ ଆସିଛି । ଗୋଟିଏ ପଟେ କେଜ୍ରିୱାଲ କହିଛନ୍ତି ଯେ, ସିସୋଦିଆଙ୍କୁ ବିଶ୍ୱର ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସବୁଠୁ ବଡ ଖବର କାଗଜ ଦିଲ୍ଲୀର ଶିକ୍ଷା ବିପ୍ଳବ ବିଷୟରେ ଲେଖିଥିଲା ​​ଏବଂ ସିସୋଦିଆଙ୍କ ଫଟୋ ମଧ୍ୟ ଦେଇଥିଲା। କିଛିଦିନ ପୂର୍ବରୁ କୋଭିଡ ଯୋଗୁଁ  ଭାରତରେ ବହୁ ସଂଖ୍ୟାରେ ମୃତ୍ୟୁ ହୋଇଥିବା ନ୍ୟୁ-ୟର୍କ ଟାଇମ୍ସ ପ୍ରକାଶ କରିଥିଲା । ସିବିଆଇ ଆମକୁ ଟାର୍ଗେଟ କରିବାକୁ ଉପରୁ ନିର୍ଦ୍ଦେଶ ରହିଛି । ତେଣୁ ସିବିଆଇ ତାର କାମ କରୁ ।"

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସ୍ପଟ୍ କରିବା ପାଇଁ ଦି ନ୍ୟୁ-ୟର୍କ ଟାଇମ୍ସକୁ ବିଜେପି ଟାର୍ଗେଟ୍ କରିଛି । ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଖାଲିଜ ଟାଇମ୍ସରେ ଏହି ସମାନ ଲେଖା ଛପା ଯାଇଛି । ଗଣମାଧ୍ୟମକୁ ସମ୍ବୋଧିତ କରି ବିଜେପି ନେତା ପରଭେଶ ଭର୍ମା ନ୍ୟୁୟର୍କ ଟାଇମ୍ସ ଏବଂ ଖାଲିଜ ଟାଇମ୍ସର ଏହି ରିପୋର୍ଟକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।