Tamil Nadu Rain: ଉବୁଟୁବୁ ତାମିଲନାଡୁ! ୪ ଜିଲ୍ଲାରେ ସବୁ ଛୁଟି
Advertisement

Tamil Nadu Rain: ଉବୁଟୁବୁ ତାମିଲନାଡୁ! ୪ ଜିଲ୍ଲାରେ ସବୁ ଛୁଟି

Tamil Nadu Rain: ତୁତିକୋରିନ୍ ଜିଲ୍ଲାର ତେରୁଚେଣ୍ତୁରରେ ରାତି ୧:୩୦ ପର୍ଯ୍ୟନ୍ତ ଅର୍ଥାତ୍ ୧୫ ଘଣ୍ଟା ମଧ୍ଯରେ ୬୦ ସେ.ମି ବର୍ଷା ହୋଇଛି। ସେହିପରି ତିରୁନେଲବେଲି ଜିଲ୍ଲାର ପାଲାୟାମକୋଟାଇରେ ୨୬ ସେମି, କନ୍ୟାକୁମାରୀରେ ୧୭.୩ ସେମି ବର୍ଷା ରେକର୍ଡ଼ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସୋମବାର ଦିନ ସମସ୍ତ ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାକୁ ଛୁଟି ଘୋଷଣା କରାଯାଇଛି ।

ସୌ(ସୋସିଆଲ ମିଡିଆ)

Tamil Nadu Rain: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନ ଜୀବନ । ଖାସ୍ କରି ୪ଟି ଜିଲ୍ଲା ଯଥା, ତିରୁନେଲବେଲି, ତୁତିକୋରିନ୍, ତେନକାସି, କନ୍ୟାକୁମାରୀରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉ କି, ତୁତିକୋରିନ୍ ଜିଲ୍ଲାର ତେରୁଚେଣ୍ତୁରରେ ରାତି ୧:୩୦ ପର୍ଯ୍ୟନ୍ତ ଅର୍ଥାତ୍ ୧୫ ଘଣ୍ଟା ମଧ୍ଯରେ ୬୦ ସେ.ମି ବର୍ଷା ହୋଇଛି। ସେହିପରି ତିରୁନେଲବେଲି ଜିଲ୍ଲାର ପାଲାୟାମକୋଟାଇରେ ୨୬ ସେମି, କନ୍ୟାକୁମାରୀରେ ୧୭.୩ ସେମି ବର୍ଷା ରେକର୍ଡ଼ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସୋମବାର ଦିନ ସମସ୍ତ ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାକୁ ଛୁଟି ଘୋଷଣା କରାଯାଇଛି ।

ସେହିପରି ଡ୍ୟାମରୁ ନିର୍ଗତ ଜଳ ମଧ୍ଯ ଦାଉ ସାଜିଛି । ପପାନାସମ, ପେରୁଞ୍ଜାନୀ ଓ ପେଚୁପରାଇ ବନ୍ଧରୁ ନିର୍ଗତ ପାଣି ଯୋଗୁଁ ତିରୁନେଲବେଲି, ତୁତିକୋରିନ୍, ତେନକାସି ଓ କନ୍ୟାକୁମାରୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଏହାର ମୁକାବିଲା ନେଇ ୫୦ ଜଣ ସଦସ୍ୟ ବିଶିଷ୍ଟ ଏନଡ଼ିଆରଏଫ (NDRF)ର ଦୁଇଟି ଟିମ୍ ତିରୁନେଲଭେଲି ଓ ତୁତିକୋରିନ୍ ଜିଲ୍ଲାରେ ପହଞ୍ଚିଛି। ସେହିପରି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ତଥା ଏସଡ଼ିଆରଏଫର ତିନୋଟି ଟିମ୍ କନ୍ୟାକୁମାରୀରେ ନିୟୋଜିତ ହୋଇଛନ୍ତି। ସେହିପରି ପ୍ରଭାବିତ ଜିଲ୍ଲାରେ ପ୍ରାୟ ୪ ହଜାର ପୋଲିସ ମୁତୟନ ହୋଇଛନ୍ତି। ବିପଦକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଅନ୍ୟପଟେ ତିରୁନେଲଭେଲିକୁ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନ୍ ସମେତ ୧୭ଟି ଟ୍ରେନ୍ କୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।

Also Read-Crime: ପ୍ରେମିକାକୁ ରାସ୍ତା ଉପରେ ହତ୍ୟା ଉଦ୍ୟମ ଘଟଣା, ଅଭିଯୁକ୍ତ ଅଶ୍ବଜିତ୍ ଗିରଫ

ସେହିପରି ରାଜ୍ୟର ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ମାସ ଆରମ୍ଭରୁ ଚେନ୍ନାଇ ଓ ଏହାର ଆଖପାଖ ତିନୋଟି ଜିଲ୍ଲାରେ ଘୂର୍ଣ୍ଣବଳୟ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ତୁତିକୋରିନ୍ କୁ ଯାଉଥିବା ବିମାନଗୁଡ଼ିକର ଗତିପଥ ପରିବର୍ତ୍ତନ ବା ବାତିଲ କରାଯାଇଥିଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିଛି । ସେପଟେ ବିପର୍ଯ୍ୟୟ ପରିଚାଳନା ନେଇ ବିଭାଗ ସ୍ଥିତି ଉପରେ ନଜର ରଖିଛି ।