Israel Supreme Court: ପାଲେଷ୍ଟାଇନ ମୁସଲିମଙ୍କୁ ଚରମବାଣୀ ଶୁଣାଲ ଦେଲେ ଇସ୍ରାଏଲ ସୁପ୍ରିମକୋର୍ଟ
Advertisement
Article Detail0/zeeodisha/odisha1280842

Israel Supreme Court: ପାଲେଷ୍ଟାଇନ ମୁସଲିମଙ୍କୁ ଚରମବାଣୀ ଶୁଣାଲ ଦେଲେ ଇସ୍ରାଏଲ ସୁପ୍ରିମକୋର୍ଟ

Israeli Citizen Act 2008: ଏହି ନିଷ୍ପତ୍ତି ୨୦୦୮ ନାଗରିକତା ଆଇନ (Israeli Citizen Act 2008) ସହ ଜଡ଼ିତ। ଯେଉଁଥିରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଦେଶ ବିରୋଧି କାର୍ଯ୍ୟରେ ଜଡ଼ିତ ରୁଅନ୍ତି ତାହେଲେ ତାଙ୍କର ନାଗରିକତା ଛଡ଼ାଇ ନିଆଯିବ। 

Israel Supreme Court: ପାଲେଷ୍ଟାଇନ ମୁସଲିମଙ୍କୁ ଚରମବାଣୀ ଶୁଣାଲ ଦେଲେ ଇସ୍ରାଏଲ ସୁପ୍ରିମକୋର୍ଟ

Israel Supreme Court on Palestine Muslim: ଦେଶରେ ବସବାସ କରୁଥିବା ପାଲେଷ୍ଟାଇନ ମୁସଲିମଙ୍କ ଉଦ୍ଦେଶ୍ୟରେ ଚରମବାଣୀ ଶୁଣାଲ ଦେଇଛନ୍ତି ଇସ୍ରାଏଲ ସୁପ୍ରିମକୋର୍ଟ। ପାଲେଷ୍ଟାଇନ ମୁସଲିମଙ୍କୁ ଚରମବାଣୀ ଶୁଣାଇ ଇସ୍ରାଏଲ ସୁପ୍ରିମକୋର୍ଟ
କହିଛନ୍ତି ଯଦି ଜଣେ ବ୍ୟକ୍ତି ଦେଶ ପ୍ରତି ବିଶ୍ୱସ୍ତତା ପ୍ରଦର୍ଶନ କରନାହାଁନ୍ତି ତାହେଲେ ତାଙ୍କର ନାଗରିକତ୍ୱ ଛଡ଼ାଇ ନିଆଯାଉ। ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଛି ବିବାଦ। ଯଦି କୌଣସି ବ୍ୟକ୍ତି ଆତଙ୍କବାଦ, ଦେଶଦ୍ରୋହ କିମ୍ବା ଦେଶ ବିରୋଧରେ ଗୁଇନ୍ଦାଗିରି ଭଳି ଦେଶ ବିରୋଧି କାର୍ଯ୍ୟରେ ଜଡ଼ିତ ରୁହନ୍ତି ତାହେଲେ ତାଙ୍କ ଠାରୁ ନାଗରିକତା ଛଡ଼ାଇ ନିଆଯିବା ଆବଶ୍ୟକ। ଏହି ନିଷ୍ପତ୍ତି ଜରିଆରେ ପାଲେଷ୍ଟାଇନ ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା ନେଇ ଇସ୍ରାଏଲ ସୁପ୍ରିମକୋର୍ଟ ବିରୋଧରେ ହୋଇଛି  ଅଭିଯୋଗ।

ଗତ ଜୁଲାଇ ୨୧ ତାରିଖରେ ଏପରି ଏକ ରାୟ ଶୁଣାଇଥିଲେ ଇସ୍ରାଏଲ ସୁପ୍ରିମକୋର୍ଟ (Israel Supreme Court)। ଏପରି ଏକ ନିଷ୍ପତ୍ତି ଇସ୍ରାଏଲ (Israel) ଭଳି ଦେଶରେ ବସବାସ କରୁଥିବା ଅଣ ଇହୁଦୀ ନାଗରିକଙ୍କ (Non Jewish Citizen) ଉପରେ ଲାଗୁ କରି ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଏହି ନିଷ୍ପତ୍ତି ୨୦୦୮ ନାଗରିକତା ଆଇନ (Israeli Citizen Act 2008) ସହ ଜଡ଼ିତ। ଯେଉଁଥିରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଦେଶ ବିରୋଧି କାର୍ଯ୍ୟରେ ଜଡ଼ିତ ରୁଅନ୍ତି ତାହେଲେ ତାଙ୍କର ନାଗରିକତା ଛଡ଼ାଇ ନିଆଯିବ। 

ଇସ୍ରାଏଲରେ ବସବାସ କରୁଥିବା ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ହେଉଛନ୍ତି ପାଲେଷ୍ଟାଇନ ମୁସଲମାନ ( Palestine Muslim)। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ସେତେବେଳେ ଆସିଛି ଯେତେବେଳେ ୨ ଜଣ ପାଲେଷ୍ଟାଇନ ମୁସଲିମଙ୍କୁ ଇହୁଦୀ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗତ ୨୦୧୭ ବର୍ଷରେ  ଇସ୍ରାଏଲର ଏକ ଜିଲ୍ଲା ଅଦାଲତ ଏହି ଘଟଣାରେ ୨ ଜଣ ପାଲେଷ୍ଟାଇନ ମୁସଲମାନଙ୍କ ନାଗରିକତା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ଏହି  ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା।

ଏହି ନିଷ୍ପତ୍ତି ଆସିବା ପର ଠାରୁ ଇସ୍ରାଏଲର ମୁସଲମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଏହି ପର୍ଯ୍ୟାୟରେ ଆସୋସିଏସନ୍ ଫର୍ ସିଭିଲ୍ ରାଇଟ୍ସ ଇନ୍ ଇସ୍ରାଏଲ୍ (Association for Civil Rights in Israel) ଏସିଆର (ACR) ଏବଂ ଆରବ ଅଧିକାର ସଙ୍ଗଠନ ଅଦାଲା (Arab Rights Association Adalah) ଏହାକୁ ସମାଲୋଚନା କରିଛନ୍ତି। ଏହି ସଙ୍ଗଠନ ଇସ୍ରାଏଲ ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ଭେଦଭାବକାରୀ ବୋଲି କହିଛି। ଏହାକୁ ଇସ୍ରାଏଲରେ ବସବାସ କରୁଥିବା ପାଲେଷ୍ଟାଇନ ନାଗରିକଙ୍କ ବିରୋଧରେ ବ୍ୟବହାର କରାଯିବ ବୋଲି ଆଶଙ୍କା କରାଯାଉଛି।

ଏହି ୨ ସଙ୍ଗଠନ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଅଦାଲତର ନିଷ୍ପତ୍ତି ବିପଜ୍ଜନକ କାରଣ ଏହା ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରୁଥିବା ଅବୈଧ ଆଇନର ବ୍ୟବହାର ପାଇଁ ବାଟ ଫିଟାଇଛି। ଇସ୍ରାଏଲ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ସ୍ୱୀକାର କରିଛନ୍ତି, ବିଶ୍ୱର ଅନ୍ୟ କୌଣସି ଦେଶରେ ଏପରି ଆଇନ ନାହିଁ। ଏହି ଆଇନ ଇସ୍ରାଏଲକୁ ପାଲେଷ୍ଟାଇନ ନାଗରିକଙ୍କ ବିରୋଧରେ ବିଚାର କରିବାକୁ ଅନୁମତି ଦେବ।

ACRI ଆଟର୍ଣ୍ଣିଂ ଓଡେଡ ଫେଲର କହିଛନ୍ତି ଯେ ଇସ୍ରାଏଲରେ ଅନେକ ମାମଲା ରହିଛି ଯେଉଁଥିରେ ଇହୁଦୀ ନାଗରିକ ଆତଙ୍କବାଦ ଘଟଣାରେ ଜଡ଼ିତ ଅଛନ୍ତି। ହେଲେ ଦେଶର ଅନ୍ତରୀଣ ମନ୍ତ୍ରଣାଳୟ ସେମାନଙ୍କ ନାଗରିକତ୍ୱ ବାତିଲ ପାଇଁ ଆବେଦନ କରିବାକୁ କେବେ ଭାବି ନଥିଲା। ଇସ୍ରାଏଲ୍ ସରକାର ୨୦୦୮ ନାଗରିକତା ଆଇନ ପ୍ରଣୟନ କରିବା ପର ଠାରୁ ଏପରି ୩୧  ମାମଲା ରହିଛି ଯେଉଁଥିରେ ନାଗରିକତା ସମାପ୍ତ କରିବା ଉପରେ ବିଚାର କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ଇହୁଦୀ ଇସ୍ରାଏଲ୍ ନାଗରିକ ଏହି ଘଟଣାରେ ଜଡିତ ନୁହଁନ୍ତି।

ଏପରି ଏକ ଆଇନ ପ୍ରଣୟନ କରି ଇସ୍ରାଏଲ ସରକାର ଦେଶରୁ ପାଲେଷ୍ଟାଇନ ମୁସଲିମ ନାଗରିକଙ୍କୁ ହଟାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଆମେନେଷ୍ଟେ ଇଣ୍ଟରନ୍ୟାସନାଲ ଅନୁଯାୟୀ ଗତ ୧୯୬୭ ଯୁଦ୍ଧ ପର ଠାରୁ କେବଳ ପୂର୍ବ ଜେରୁସେଲମ ଅଞ୍ଚଳରେ ୧୪ ହଜାରରୁ ଅଧିକ ପାଲେଷ୍ଟାଇନୀୟଙ୍କୁ ସ୍ଥାୟୀ ବାସସ୍ଥାନ ଅଧିକାରରୁ ବଞ୍ଚିତ କରାଯାଇଛି। ବିଶ୍ୱରେ ଏପରି ଅନେକ ଦେଶରେ ଏପରି ନିୟମ ରହିଛି ଯାହା ଏକ ନିର୍ଦ୍ଦିଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଜଣେ ବ୍ୟକ୍ତିର ନାଗରିକତ୍ୱ ସମାପ୍ତ କରିବାକୁ ଅନୁମତି ଦେଇଥାଏ। ଗତ ୨ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢେଇରେ ଏହା ବ୍ୟବହୃତ ହେଉଛି। ସରକାରଙ୍କ ଏହି ନୀତି ଅତ୍ୟନ୍ତ ବିବାଦୀୟ ବୋଲି ବିବେଚନା କରାଯାଏ। ଆନ୍ତର୍ଜାତୀୟ ଆଇନ ଏକ ଦେଶର ସରକାରଙ୍କୁ ନାଗରିକଙ୍କ ନାଗରିକତ୍ୱ ପ୍ରତ୍ୟାହାର କରିବାକୁ ବାରଣ କରିଛି।

Also Read: 'ନିଜ ଦେଶ ପ୍ରତି ବିଶ୍ୱସ୍ତ ରୁହନ୍ତୁ ମୁସଲମାନ'