ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଷ୍ଟାରଲିଙ୍କ ଦେବ ଆଲୋକ ସ୍ପିଡରେ ଇଣ୍ଟରନେଟ୍ ଡାଟା, ନିଜେ ଏଲୋନ୍ ମସ୍କ କଲେ ଖୁଲାସା
Advertisement

ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଷ୍ଟାରଲିଙ୍କ ଦେବ ଆଲୋକ ସ୍ପିଡରେ ଇଣ୍ଟରନେଟ୍ ଡାଟା, ନିଜେ ଏଲୋନ୍ ମସ୍କ କଲେ ଖୁଲାସା

ମସ୍କ ନିଶ୍ଚିତ କରିଛନ୍ତି ଯେ, ଷ୍ଟାରଲିଙ୍କ ଖୁବ୍ ଶୀଘ୍ର ସମସ୍ତ ଗ୍ରାଉଣ୍ଡ ଷ୍ଟେସନ୍ ବନ୍ଦ କରିବ ଓ ପର୍ଯ୍ୟାପ୍ତ ବ୍ୟାଣ୍ଡୱିଡଥ୍ ମଧ୍ୟ ଯୋଗାଇବ । ଯଦି ଆମେ ସ୍ପେସ୍ ଏକ୍ସରେ କରାଯାଉଥିବା ଦ୍ରୁତ କାର୍ଯ୍ୟକୁ ଦେଖିବା, ତେବେ ଏହା ଆଉ ଦୂର କଥା ପରି ମନେ ହେଉନାହିଁ ।

ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଷ୍ଟାରଲିଙ୍କ ଦେବ ଆଲୋକ ସ୍ପିଡରେ ଇଣ୍ଟରନେଟ୍ ଡାଟା, ନିଜେ ଏଲୋନ୍ ମସ୍କ କଲେ ଖୁଲାସା

ନୂଆଦିଲ୍ଲୀ: ଟ୍ରାଡିସନାଲ ଗ୍ରାଉଣ୍ଡ ଇନଫ୍ରାଷ୍ଟ୍ରକ୍ଚର (traditional ground infrastructure) ସହିତ ଷ୍ଟାରଲିଙ୍କ (Starlink) ସୁଦୂର ଅଞ୍ଚଳରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ (high-speed broadband internet) ଡେଲିଭରୀ କରିବାର କ୍ଷମତା ରଖିଛି । ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବିଟା ବ୍ୟବହାରକାରୀଙ୍କ ପାଇଁ ଷ୍ଟାରଲିଙ୍କ (Starlink) ବର୍ତ୍ତମାନ ଉପଲବ୍ଧ ରହିଛି ଓ କ୍ରମାଗତ ଭାବରେ ବିସ୍ତାର ହେଉଛି । ଷ୍ଟାରଲିଙ୍କ୍ (Starlink) ବିଟାର ସବୁଠାରୁ ବଡ ତ୍ରୁଟି ହେଉଛି ଏହାର ମନ୍ଥର ଇଣ୍ଟରନେଟ୍ ଗତି କିନ୍ତୁ ଏପରି ଲାଗୁଛି ଯେ ଏହାକୁ ଶୀଘ୍ର ସୁଧାର କରିନିଆଯିବ ।

ଏକ ପ୍ରଶ୍ନର ଉତ୍ତରରେ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ (SpaceX CEO Elon Musk) ଦାବି କରିଛନ୍ତି ଯେ, ଷ୍ଟାରଲିଙ୍କ (Starlink) ସାଟେଲାଇଟ ଇଣ୍ଟରନେଟ୍ ସେବାରେ ଆଲୋକ ବେଗରେ ଡାଟା ଟ୍ରାନ୍ସଫର କରିବାର କ୍ଷମତା ହେବ । ସ୍ପେସ୍ ଏକ୍ସର ଯୋଜନା ଓରବିଟ ଲେଜର-ଆଧାରିତ ସାଟେଲାଇଟ ଲଗାଇବାର ରହିଛି ।

ସମ୍ପ୍ରତି ଷ୍ଟାରଲିଙ୍କ୍ ନେଟୱାର୍କ (Starlink network) ଏକ ଡିସ୍, ସାଟେଲାଇଟ୍ ଓ ଗ୍ରାଉଣ୍ଡ ଷ୍ଟେସନ୍ ଆଧାରରେ କାର୍ଯ୍ୟ କରେ । ଗ୍ରାଉଣ୍ଡ ଷ୍ଟେସନଗୁଡ଼ିକୁ ବନ୍ଦ କରିବା ପାଇଁ କମ୍ପାନୀ କାର୍ଯ୍ୟ କରୁଥିବା ଜଣାପଡିଛି ଯାହା ଡାଟା ଟ୍ରାନ୍ସଫର କରିବାରରେ ବାଧା ସୃଷ୍ଟି କରିଛି ଓ ଏହା ଯୋଗୁଁ ସାଟେଲାଇଟ ସହିତ ଯୋଗାଯୋଗ କରିବାକୁ ଦୀର୍ଘ ସମୟ ଲାଗୁଛି । ଲେଜର ସହିତ ଟ୍ରାନ୍ସମିସନ୍ ସ୍ପିଡ୍ ବିଷୟରେ ମସ୍କ ଦାବି କରିଛନ୍ତି ଯେ ଅପ୍ଟିକାଲ୍ ଫାଇବର ଅପେକ୍ଷା ଏହି ସ୍ପିଡ ୪୦ ପ୍ରତିଶତ ଦ୍ରୁତ ହେବ । ଯେଉଁଥିପାଇଁ ଜମିର ବ୍ୟବହାର ବିନା ଦ୍ରୁତ ଇଣ୍ଟରନେଟ୍ ଟ୍ରାନ୍ସଫର ସେବା ଉପଲବ୍ଧ ହେବ ।

ଏଲୋନ୍ ମସ୍କଙ୍କ ବୟାନ ଓ ଅପ୍ଟିକାଲ୍ ଫାଇବରରୁ ମିଳୁଥିବା ବର୍ତ୍ତମାନର ସ୍ପିଡକୁ ହିସାବ କରି ଦେଖିବା ତ ଷ୍ଟାରଲିଙ୍କ୍ ପ୍ରତି ସେକେଣ୍ଡରେ ୧୮୦,୮୩୨ ମାଇଲରେ ଡାଟା ଟ୍ରାନ୍ସଫର କରିବାକୁ ସକ୍ଷମ ହେବ । ଏହା ଏକ ଶୂନ୍ୟସ୍ଥାନରେ ଆଲୋକର ଗତିର ପ୍ରାୟ ୯୭ ପ୍ରତିଶତ ।

ମସ୍କ ନିଶ୍ଚିତ କରିଛନ୍ତି ଯେ, ଷ୍ଟାରଲିଙ୍କ ଖୁବ୍ ଶୀଘ୍ର ସମସ୍ତ ଗ୍ରାଉଣ୍ଡ ଷ୍ଟେସନ୍ ବନ୍ଦ କରିବ ଓ ପର୍ଯ୍ୟାପ୍ତ ବ୍ୟାଣ୍ଡୱିଡଥ୍ ମଧ୍ୟ ଯୋଗାଇବ । ଯଦି ଆମେ ସ୍ପେସ୍ ଏକ୍ସରେ କରାଯାଉଥିବା ଦ୍ରୁତ କାର୍ଯ୍ୟକୁ ଦେଖିବା, ତେବେ ଏହା ଆଉ ଦୂର କଥା ପରି ମନେ ହେଉନାହିଁ । ଆସନ୍ତା କିଛି ମାସ ମଧ୍ୟରେ ସ୍ପେସ୍ ଏକ୍ସ ୧,୨୦୦ରୁ ଅଧିକ ଷ୍ଟାରଲିଙ୍କ ସାଟେଲାଇଟ ଉତକ୍ଷେପଣ କରିବାକୁ ଯୋଜନା କରୁଛି ।

ଅଧିକ ପଢ଼ନ୍ତୁ:-ପଞ୍ଜଶୀରକୁ କବଜା କରିବାର ଘୋଷଣା କଲା ତାଲିବାନ

ଅଧିକ ପଢ଼ନ୍ତୁ:-ଏହି ଦେଶରେ ସେନା ଦ୍ୱାରା କ୍ଷମତା ପରିବର୍ତ୍ତନ: ସୈନ୍ୟ ହେପାଜତରେ ରାଷ୍ଟ୍ରପତି, ସରକାର-ସମ୍ବିଧାନ ଭଙ୍ଗ

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ନଚେତ୍ ରାସନ ମିଳିବାରେ ହୋଇପାରେ ସମସ୍ୟା!

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କାର କଏନ ତ ରାତାରାତି ହୋଇପାରିବେ କୋଟିପତି? RBI ଦେଲା ବଡ଼ ସୂଚନା