Sandeshkhali Case Update Today: ଚଢାଉ ବେଳେ ସନ୍ଦେଶଖାଲି ଅଞ୍ଚଳରେ ସିବିଆଇ ପାଇଲା ଏପରି ଜିନିଷ
Advertisement
Article Detail0/zeeodisha/odisha2223373

Sandeshkhali Case Update Today: ଚଢାଉ ବେଳେ ସନ୍ଦେଶଖାଲି ଅଞ୍ଚଳରେ ସିବିଆଇ ପାଇଲା ଏପରି ଜିନିଷ

Sandeshkhali Case Latest Update:  ଶୁକ୍ରବାର ସନ୍ଦେଶଖାଲି ଅଞ୍ଚଳରେ ଚଢାଉ କରିବା ସମୟରେ ସିବିଆଇ ବିପୁଳ ପରିମାଣର ହତିଆର ଜବତ,କରିଛି।

Sandeshkhali Case Update Today: ଚଢାଉ ବେଳେ ସନ୍ଦେଶଖାଲି ଅଞ୍ଚଳରେ ସିବିଆଇ ପାଇଲା ଏପରି ଜିନିଷ

CBI Raid In Sandeshkhali: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (ସିବିଆଇ) ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଚଢାଉ ଜାରିରଖିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଶୁକ୍ରବାର ପଶ୍ଚିମବଙ୍ଗ ସନ୍ଦେଶଖାଲି ଅଞ୍ଚଳର ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା। ଚଢାଉ କରିବା ସମୟରେ ସିବିଆଇ ବିଦେଶୀ ପିସ୍ତଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଥିଲା। ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି।

ଏନେଇ ଅଧିକାରୀ କହିଛନ୍ତି ଯେ ଏହି ସର୍ଚ୍ଚ ଅପରେସନ ପଶ୍ଚିମବଙ୍ଗରେ କ୍ଷମତାସୀନ ଶାସକ ଦଳ ଟିଏମସି ନେତା ଶାହଜହାଁ ଶେଖଙ୍କ ସମର୍ଥକଙ୍କ ଦ୍ୱାରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ସହ ଜଡିତ। ଗତ ଜାନୁଆରୀ ୨ ତାରିଖ ପଶ୍ଚିମବଙ୍ଗ ସନ୍ଦେଶଖାଲି ଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଉପରେ ଟିଏମସି ନେତା ଶାହଜହାଁ ଶେଖଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ କେନ୍ଦ୍ରୀୟ ଏଜେନ୍ସି କଥିତ ରାସନ ଦୁର୍ନୀତି ମାମଲାରେ  ଶାହଜହାଁ ଶେଖ ସହ ଜଡ଼ିତ ଠିକଣା ଉପରେ ଚଢାଉ କରିଥିଲା।

ବହୁଳ ମାତ୍ରାରେ ଲୁଚାଇ ରଖାଯାଇଥିଲା ଅସ୍ତ୍ରଶସ୍ତ୍ର
ଏହି ଚଢାଇ ସମ୍ପର୍କରେ ପ୍ରତିକ୍ରିୟା ରଖି ଅଧିକାରୀ କହିଛନ୍ତି ଯେ ସିବିଆଇ ପକ୍ଷରୁ ଅନୁସନ୍ଧାନ କରିବା ବେଳେ ଖବର ମିଳିଥିଲା ଯେ ସାନ୍ଦେଖାଲି ଅଞ୍ଚଳରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଛି। ଏହା ପରେ ଶୁକ୍ରବାର (ଅପ୍ରେଲ ୨୬) ସକାଳେ ସିବିଆଇ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରି ବିଦେଶୀ ନିର୍ମିତ ପିସ୍ତଲ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଜାନୁଆରୀ ୫ ତାରିଖରେ ଘଟିଥିବା ଘଟଣାରେ କେନ୍ଦ୍ରୀୟ ଏଜେନ୍ସି ତିନୋଟି ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା।

ଫେବୃଆରୀ ମାସରେ ଗିରଫ ହୋଇଥିଲା ଟିଏମସି ନେତା ଶାହଜହାଁ ଶେଖ
ଏହି ଏଫ୍ଆଇଆର୍ ଚଢାଉ ସମୟରେ ଉତ୍ୟକ୍ତ ଲୋକ ଭିଡ଼ ଦ୍ୱାରା ଇଡି଼ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ, ନିଲମ୍ବିତ ଟିଏମସି ନେତା ଶେଖଙ୍କ ସୁରକ୍ଷା କର୍ମୀଙ୍କ ଦ୍ୱାରା ଇଡ଼ି ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଏବଂ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନଜାତ ପୋଲିସ ଥାନା ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲା ସହ ଜଡ଼ିତ। ଗତ ଫେବୃଆରୀ ମାସରେ ପଶ୍ଚିମବଙ୍ଗ ପୋଲିସ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଟିଏମସି ନେତା ଶାହଜହାଁ ଶେଖକୁ ଗିରଫ କରିଥିଲା। ପ୍ରାୟ ୧୦୦୦ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୩ ଜଣ ଇଡି଼ ଅଧିକାରୀ ଆହତ ହୋଇଥିଲେ। ଏହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଡେପୁଟି ଡାଇରେକ୍ଟର ବସିରହାଟ ପୋଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସିବିଆଇ ପକ୍ଷରୁ ହୋଇଥିବା ଚଢାଉ ଏପରି ଏକ ସମୟରେ ହୋଇଛି ଯେତେବେଳେ ପଶ୍ଚିମବଙ୍ଗ ସମେତ ଦେଶର ଅନେକ ରାଜ୍ୟରେ ୨୦୨୨୪ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର (ଅପ୍ରେଲ ୨୬) ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଯାଇଛି।