ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଡବଲ୍ସ୍ ଲିଗ୍" ର କେଉଁ ଯୋଡି ହେବେ ବିଜେତା ? ଦେଖନ୍ତୁ ଏହି ରବିବାର
Advertisement
Article Detail0/zeeodisha/odisha2223475

ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଡବଲ୍ସ୍ ଲିଗ୍" ର କେଉଁ ଯୋଡି ହେବେ ବିଜେତା ? ଦେଖନ୍ତୁ ଏହି ରବିବାର

ଏଥର ମଧ୍ୟ କିଛି ନୂଆ କରିବା ଲକ୍ଷ୍ୟରେ ଦର୍ଶକଙ୍କର ଢେର ଭଲ ପାଇବା ସାଉଁଟିଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଡବଲ୍ସ୍ ଲିଗ୍’, ରୋମାଞ୍ଚକର ରିଆଲିଟି ଡ୍ୟାନ୍ସ ଶୋ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଁଚିଛି ଯାହା ଏଇ ରବିବାର ସନ୍ଧ୍ୟା ୬:୩୦ ଟା ରେ ପ୍ରସାରଣ ହେବ ।

ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଡବଲ୍ସ୍ ଲିଗ୍" ର କେଉଁ ଯୋଡି ହେବେ ବିଜେତା ? ଦେଖନ୍ତୁ ଏହି ରବିବାର

Entertainment News: ଜୀ-ସାର୍ଥକ ସବୁବେଳେ ନୂଆ ନୂଆ ପ୍ରକାରରେ ରିୟାଲିଟି ଶୋ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ପାରିବାରିକ ମେଗା ଧାରାବାହିକ ହେଉ କି ରିଆଲିଟି ଶୋ, ସବୁବେଳେ ଜୀ-ସାର୍ଥକ ଆଗରେ ରହିଛି । ଏଥର ମଧ୍ୟ କିଛି ନୂଆ କରିବା ଲକ୍ଷ୍ୟରେ ଦର୍ଶକଙ୍କର ଢେର ଭଲ ପାଇବା ସାଉଁଟିଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଡବଲ୍ସ୍ ଲିଗ୍’, ରୋମାଞ୍ଚକର ରିଆଲିଟି ଡ୍ୟାନ୍ସ ଶୋ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଁଚିଛି ଯାହା ଏଇ ରବିବାର ସନ୍ଧ୍ୟା ୬:୩୦ ଟା ରେ ପ୍ରସାରଣ ହେବ ।

ଏହି ରୋମାଞ୍ଚକର ପ୍ରତିଯୋଗିତାରେ କଳାକାର ମାନଙ୍କୁ ଏବଂ ସେମାନଙ୍କର ପ୍ରଦର୍ଶନକୁ ଦର୍ଶକ ଯେଉଁ ଭଲପାଇବା ଦେଇଛନ୍ତି, ଆଜି ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ୧ ନମ୍ବର ରିୟାଲିଟି ଶୋ ହୋଇପାରିଛି । ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରେଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି । ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ପ୍ରସାରିତ ହେଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରିଛନ୍ତି । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି ।

ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ସେଲିବ୍ରେଟି ଯୋଡି ଡ୍ୟାନ୍ସ ରିୟଲିଟି ଶୋ ପ୍ରସାରିତ ହେଉଥିବାରୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି । ଯଦିଓ ପୂର୍ବରୁ ଅନେକ କିଛି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି କିନ୍ତୁ ଯୋଡିରେ ଡବଲ ମସ୍ତି ଆଉ ଡବଲ ମଜା ସହ ପ୍ରଥମ ଥର ପାଇଁ ମନୋରଞ୍ଜନ କରୁଛନ୍ତି । ଦର୍ଶକଙ୍କର ସବୁଠାରୁ ଅଧିକ ପସନ୍ଦିତ ଯୋଡି ସରସ୍ବତୀ - ପ୍ରିୟା, AJ - ମାନିନୀ, ଧାରା - ଅଙ୍କିତ, ମଧୁ - ମାନସ, ଶ୍ରୀ - ନିହାରିକା, ସନ୍ଧ୍ୟା - ସମ୍ଭବ, ରାଗିଣୀ - ସଂଗୀତ, ଭବାନୀ - ଅମ୍ବିକା, ନେତ୍ରା - ଅଭିନବ, ସାରା - ଅମନ ଓ ରାଜଲଷ୍ମୀ - ଚାରୁ ଜୋରଦାର ମଜା କରୁଛନ୍ତି । ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ ନୃତ୍ୟ ପ୍ରଦର୍ଶନରେ କାହାଠାରୁ କେହି କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋ ରେ ଚେଷ୍ଟା କରିଛନ୍ତି ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ ଓ ଚିଫ ଚ୍ୟାନେଲ୍‌ କ୍ଲଷ୍ଟର ଶ୍ରୀ ସମ୍ରାଟ ଘୋଷ କହିଛନ୍ତି । ତେବେ ଏଇ ରବିବାର ସନ୍ଧ୍ୟା ୬:୩୦ଟା ରେ ଦେଖନ୍ତୁ ଆଉ ଜାଣନ୍ତୁ କିଏ ହେବେ ଜୀ ସାର୍ଥକ "ଡ୍ୟାନ୍ସ ଓଡିଶା ଡ୍ୟାନ୍ସ, ଡ଼ବଲ୍ସ ଲିଗ" ର ବିଜେତା ।

Also Read- Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ

Also Read- ୨୮ରେ ଓଡ଼ିଶା ଆସିବେ ନଡ୍ଡା, ନିଶ୍ଚିନ୍ତକୋଇଲିରେ ରାହୁଲ