ସାବାସ ପୁଅ! ପ୍ରେମିକା ନୁହେଁ ମାଆଙ୍କ ଲାଗି ତାଜମହଲ ତିଆରି କଲେ ଏହି ବ୍ୟକ୍ତି, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1733034

ସାବାସ ପୁଅ! ପ୍ରେମିକା ନୁହେଁ ମାଆଙ୍କ ଲାଗି ତାଜମହଲ ତିଆରି କଲେ ଏହି ବ୍ୟକ୍ତି, ଦେଖନ୍ତୁ ଫଟୋ

Son Builds Taj Mahal For Mother: ନିକଟରେ ଜଣେ ପୁଅ ତାଙ୍କ ମା’ଙ୍କ ସ୍ମୃତି ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତାଜମହଲ ପରି କୋଠା ନିର୍ମାଣ କରିଛନ୍ତି। ତାମିଲନାଡୁ଼ ଥିରୁବରୁର ଅଞ୍ଚଳରୁ ଏହି ଘଟଣାଟି ଲୋକଲୋଚନକୁ ଆସିଛି । ଆଉ ମାଆଙ୍କ ଉଦ୍ଦେଶ୍ୟରେ ତାଜମହଲ ନିର୍ମାଣ କରିବା ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି  ଅମ୍ରୁଦ୍ଦିନ ଶେଖ୍ ଦାଉଦ ।

ସୌ(ସୋସିଆଲ ମିଡିଆ)

Son Builds Taj Mahal For Mother: ମୋଗଲ ଶାସକ ଶାହାଜାହାନ (Shah jahan) ତାଙ୍କ ପତ୍ନୀ ମୁମତାଜଙ୍କ (Mumtaz) ସ୍ମୃତିରେ ପ୍ରେମର ପ୍ରତୀକ ଭାବେ ତାଜମହଲ ନିର୍ମାଣ କରିଥିବା କଥା ତ ଆପଣ ସମସ୍ତ ଜାଣିଥିବେ ନିଶ୍ଚୟ । ତେବେ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ତାରିଫ ନ କରି ରହିପାରିବେ ନାହିଁ । ନିକଟରେ ଜଣେ ପୁଅ ତାଙ୍କ ମା’ଙ୍କ ସ୍ମୃତି ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତାଜମହଲ (Taj Mahal) ପରି କୋଠା ନିର୍ମାଣ କରିଛନ୍ତି। ତାମିଲନାଡୁ଼ ଥିରୁବରୁର ଅଞ୍ଚଳରୁ ଏହି ଘଟଣାଟି ଲୋକଲୋଚନକୁ ଆସିଛି । ଆଉ ମାଆଙ୍କ ଉଦ୍ଦେଶ୍ୟରେ ତାଜମହଲ ନିର୍ମାଣ କରିବା ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି  ଅମ୍ରୁଦ୍ଦିନ ଶେଖ୍ ଦାଉଦ । ଅବିକଳ ତାଜମହଲ ପରି ଦେଖାଯାଉଥିବା ଏହି କୋଠାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଅମ୍ରୁଦ୍ଦିନଙ୍କ ମାଆ ଜୋଲାନି ବିୱିଙ୍କର ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିଲା। ମାଆ ତାଙ୍କ ଲାଗି ସବୁକିଛି ଥିଲେ । ମାଆଙ୍କ ମୃତ୍ୟୁ ତାଙ୍କ ଲାଗି କୌଣସ ଝଟକାଠାରୁ କମ୍ ନଥିଲା । ସେ ଏଥିରୁ ବାହାରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । ମାଆଙ୍କ ଉଦ୍ଦେଶ୍ୟରେ ଅମ୍ରୁଦ୍ଦିନ କହିଥିଲେ ଯେ, ‘ତାଙ୍କ ମାଆ ପ୍ରେମ ଓ ଶକ୍ତିର ଏକ ଅନନ୍ୟ ଉଦାହରଣ ଥିଲେ । ୧୯୮୯ ମସିହାରେ ଯେତେବେଳେ ଏକ ସଡ଼କ ଦୁର୍ଘଟଣାରେ ପିତାଙ୍କ ଦେହାନ୍ତ ହୋଇଥିଲା, ସେ ସମୟରେ ମାଆ ୫ଟି ପିଲାଙ୍କୁ ଏକା ସଙ୍ଗେ ଲାଳନପାଳନ କରିଥିଲେ । ଯାହା ଆଦୌ ସହଜ ନଥିଲା। ସେତେବେଳେ ମାଆଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା । ପିତାଙ୍କ ମୃତ୍ୟୁ ପରେ ମାଆ ପୁନର୍ବାର ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ। ଯେବେ କି ଆମ ଧର୍ମରେ ଏହା ଏକ ସାଧାରଣ ପ୍ରଥା ଅଟେ । ସେତେବେଳେ ମୋ ଭଉଣୀ ଆଉ ମୁଁ ବହୁତ ଛୋଟ ଥିଲୁ । ମାଆ ପରିବାର ଲାଗି ବହୁ ସଂଘର୍ଷ କରିଥିଲେ । ସେ କେବଳ ମାଆ ହେବାର ଦାୟିତ୍ବ ନୁହେଁ ବରଂ ପିତାଙ୍କ ଭୂମିକା ମଧ୍ୟ ଖୁବ ଭଲ ଭାବେ ତୁଲାଇଥିଲେ’ ।

'ମାଆଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରିନଥିଲି ...'

ସେ ଆଉ ମଧ୍ଯ କହିଥିଲେ ଯେ, ‘ଯେତେବେଳେ ମାଙ୍କ ଦେହାନ୍ତ ହୋଇଥିଲା, ମୁଁ ଏହାକୁ ବିଶ୍ବାସ କରିପାରିନଥିଲି । ମୋତେ ଏମିତି ଲାଗୁଥିଲା ଯେମିତି ସେ ମୋ ସହିତ ଅଛନ୍ତି ।  ତିରୁଭରରେ ଆମର ଏକ ଜମି ଥିଲା ​। ମୁଁ ପରିବାର ସଦସ୍ୟଙ୍କୁ କହିଥିଲି ଯେ, ମା’ଙ୍କ ମୃତ ଶରୀରକୁ କୌଣସି ସାଧାରଣ କବର ସ୍ଥାନରେ ନୁହେଁ ବରଂ ନିଜ ଜମିରେ କବର ଦେବାକୁ ଚାହୁଁଛି। ଏହାପରେ ଅମ୍ରୁଦ୍ଦିନ ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କୋଠା ନିର୍ମାଣ କରିବା ଲାଗି ଡ୍ରିମ୍ ବିଲଡର୍ସଙ୍କ ନିକଟକୁ ଯାଇଥିଲେ,  ସେଠାରେ ସେମାନେ ତାଙ୍କୁ ତାଜମହଲ ପରି କୋଠା ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ତାଙ୍କୁ ଏହି ଆଇଡ଼ିଆ ପସନ୍ଦ ଆସିନଥିଲା, କିନ୍ତୁ ପରେ ସେ ରାଜି ହୋଇଯାଇଥିଲେ।

fallback

୨୦୨୧ ଜୁନ୍ ୩ ତାରିଖରେ ପ୍ରାୟ ଏକ ଏକର ଜମିର ୮୦୦୦ ବର୍ଗଫୁଟ ଅଞ୍ଚଳରେ ଏହି ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କୋଠା ନିର୍ମାଣ କାର୍ଯ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକ ନିୟୋଜିତ ହୋଇଥିଲେ । ଏହାକୁ ନିର୍ମାଣ କରିବା ଲାଗି ପାଖାପାଖି ସାଢେ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅମ୍ରୁଦ୍ଦିନ କହିଛନ୍ତି, ‘ମାଆ ୫-୬ କୋଟି ଟଙ୍କା ଛାଡି ଚାଲିଯାଇଥିଲେ । ମୋର ସେହି ଟଙ୍କା ଉପରେ କୌଣସି ଲୋଭ ନଥିଲା । ଏହି ଟଙ୍କାରେ ମାଆଙ୍କ ଲାଗି କିଛି କରିବାକୁ ଚାହୁଁଛି ବୋଲି ଭଉଣୀମାନଙ୍କୁ କହିଥିଲେ ସେମାନେ ମଧ୍ଯ ଏଥିରେ ସହମତି ପ୍ରକାଶ କରିଥିଲେ’ । ବର୍ତ୍ତମାନ ଏହି ଜମି ଓ ବିଲଡିଂ ଏକ ଚାରିଟେବୁଲ ଟ୍ରଷ୍ଟକୁ ଦିଆଯାଇଛି। ତାଙ୍କ ମା’ଙ୍କ ସ୍ମାରକ ବ୍ୟତୀତ ଏହି ବିଲଡିଂରେ ମୁସଲମାନଙ୍କ ପ୍ରାର୍ଥନା ଲାଗି ଏକ ସ୍ଥାନ ମଧ୍ୟ ତିଆରି କରାଯାଇଛି । ତେବେ ଏଠାରେ ଖୁବ ଜଲଦି ସମସ୍ତଙ୍କ ଲାଗି ଭୋଜନ ବ୍ୟବସ୍ଥା କରାଯିବ । ଯେକୌଣସି ଧର୍ମର ଲୋକେ ଏଠାକୁ ଆସିପାରିବେ, ଏହାକୁ ନେଇ କୌଣସି କଟକଣା ନାହିଁ ବୋଲି ଅମ୍ରୁଦ୍ଦିନ କହିଛନ୍ତି ।

ଏହା ବି ପଢନ୍ତୁ-Jio fiber: ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ମାଗଣା ନେଟଫ୍ଲିକ୍ସ