Rise of Security Threat: ସୀମାରେ ବଢୁଛି ମଦ୍ରାସା-ମସଜିଦ ନିର୍ମାଣ, ବିପଦରେ ସୀମା ସୁରକ୍ଷା
Advertisement

Rise of Security Threat: ସୀମାରେ ବଢୁଛି ମଦ୍ରାସା-ମସଜିଦ ନିର୍ମାଣ, ବିପଦରେ ସୀମା ସୁରକ୍ଷା

India-Nepal Border Security: ରିପୋର୍ଟ ଅନୁଯାୟୀ ସୀମା ନିକଟରେ ଅବସ୍ଥିତ ନେପାଳ ଅଞ୍ଚଳରେ ବହୁ ସଂଖ୍ୟାରେ ମଦ୍ରାସା ଏବଂ ମସଜିଦ ନିର୍ମାଣ କରାଯାଉଛି। ଗତ ୨୦୨୧ ବର୍ଷରେ ଯେଉଁଠାରେ ମୋଟ ୩୩୪ ମଦ୍ରାସା ଏବଂ ମସଜିଦ ରହିଥିବା ରେକର୍ଡ କରାଯାଇଥିଲା। ହେଲେ ୨୦୧୮ ବର୍ଷରେ ମଦ୍ରାସା ଏବଂ ମସଜିଦ ସଂଖ୍ୟା ୩୧୧ ରହିଥିଲା। 

 Rise of Security Threat: ସୀମାରେ ବଢୁଛି ମଦ୍ରାସା-ମସଜିଦ ନିର୍ମାଣ, ବିପଦରେ ସୀମା ସୁରକ୍ଷା

Threat Rise At India-Nepal Border Security: ଦେଶର ସୀମା ସୁରକ୍ଷାକୁ ନେଇ ବଢୁଛି ବିପଦ। ସୁରକ୍ଷା ଏଜେନ୍ସି ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଭାରତ-ନେପାଳ ସୀମାରେ ନିର୍ମିତ ମଦ୍ରାସା ଏବଂ ମସଜିଦ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏନେଇ ମିଳିଥିବା ତଥ୍ୟ ଅନୁସାରେ ଗତ ୨୦୨୧ ବର୍ଷରେ ଭାରତ-ନେପାଳ ସୀମାରେ ରହିଥିବା ମୋଟ ମଦ୍ରାସା ଏବଂ ମସଜିଦ ସଂଖ୍ୟା ବର୍ତ୍ତମାନ ୧୬୮୮ ହୋଇଛି। ଏହା ମଧ୍ୟରୁ ୯୪୬ ମସଜିଦ ଏବଂ ୬୨୩ ମଦ୍ରାସା ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଆହୁରି ୧୦ ମଦ୍ରାସା ଏବଂ ମସଜିଦ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ଏନେଇ କୁହାଯାଇଛି ଯେ ଗତ ୨୦୧୮ ବର୍ଷରେ  ଭାରତ-ନେପାଳ ସୀମାରେ ରହିଥିବା ମୋଟ ମଦ୍ରାସା-ମସଜିଦ ସଂଖ୍ୟା ୧୩୪୯ ରହିଥିବାର ରେକର୍ଡ କରାଯାଇଥିଲା। ଏହା ମଧ୍ୟରେ ୭୩୮ ମସଜିଦ ଏବଂ ୫୦୧ ମଦ୍ରାସା ଅନ୍ତର୍ଭୂକ୍ତ ରହିଥିଲା।

ରିପୋର୍ଟ ଅନୁଯାୟୀ ଭାରତ-ନେପାଳ ସୀମା ନିକଟରେ ଅବସ୍ଥିତ ନେପାଳ ଅଞ୍ଚଳରେ ବହୁ ସଂଖ୍ୟାରେ ମଦ୍ରାସା ଏବଂ ମସଜିଦ ନିର୍ମାଣ କରାଯାଉଛି। ଗତ ୨୦୨୧ ବର୍ଷରେ ଯେଉଁଠାରେ ମୋଟ ୩୩୪ ମଦ୍ରାସା ଏବଂ ମସଜିଦ ରହିଥିବା ରେକର୍ଡ କରାଯାଇଥିଲା। ହେଲେ ୨୦୧୮ ବର୍ଷରେ ମଦ୍ରାସା ଏବଂ ମସଜିଦ ସଂଖ୍ୟା ୩୧୧ ରହିଥିଲା। ନେପାଳ ସୀମା ଅଞ୍ଚଳରେ ତିନୋଟି ନୂତନ ମଦ୍ରାସା ଏବଂ ମସଜିଦ ନିର୍ମାଣ ସମ୍ପର୍କରେ ତଥ୍ୟ ମିଳିଥିଲା। କେବଳ ୨ ବର୍ଷ ମଧ୍ୟରେ ନିର୍ମାଣାଧୀନ ମଦ୍ରାସା-ମସଜିଦ ସଂଖ୍ୟା ୧୬ ହୋଇଯାଇଥିଲା। 

ନେପାଳ ନିକଟବର୍ତ୍ତୀ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାରେ ଅବସ୍ଥିତ ରହିଥିବା ଭାରତୀୟ ଗ୍ରାମରେ ମଧ୍ୟ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାରାଜଗଞ୍ଜ, ସିଦ୍ଧାର୍ଥନଗର, ବଳରାମପୁର, ବହରାଇଚ, ଶ୍ରାବସ୍ତି ଏବଂ ପିଲିଭିତ ଭଳି ଜିଲ୍ଲାରେ ସୀମାନ୍ତ ଗ୍ରାମରେ ମୁସଲମାନ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏକ ରିପୋର୍ଟ ଅନୁଯାୟୀ ମହାରାଜଗଞ୍ଜ ଜିଲ୍ଲାର ସୀମା ନିକଟରେ ରହିଥିବା ମୋଟ ୩୦୨ ଗ୍ରାମ ମଧ୍ୟରୁ ୬୬ ଗ୍ରାମ ରହିଛି। ଯେଉଁଠି ମୁସଲିମ ଜନସଂଖ୍ୟା ବିଗତ କିଛି ବର୍ଷ ମଧ୍ୟରେ ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଠାରେ ଅନେକ ଗାଁ ମୁସଲିମ ପ୍ରାଧାନ୍ୟ ଗ୍ରାମରେ ପରିଣତ ହୋଇଛି।

ସେହିଭଳି ସିଦ୍ଧାର୍ଥ ନଗର ଜିଲ୍ଲାର ୨୭୦ ଗାଁ ମଧ୍ୟରୁ ୧୨୪ ଗାଁ, ବଳରାମପୁର ଜିଲ୍ଲାର ୧୬୪ଗାଁ ମଧ୍ୟରୁ ୧୩ ଗାଁ, ବହରାଇଚ ଜିଲ୍ଲାର ୮୩ ଗାଁ ମଧ୍ୟରୁ ୪୫ ଗାଁ, ଶ୍ରାବସ୍ତୀ ଜିଲ୍ଲାର ୧୧୫ ଗାଁ ମଧ୍ୟରୁ ୫୩ ଗାଁ ଏବଂ ପିଲିଭିତ ଜିଲ୍ଲାର ୪୬ ଗାଁ ମଧ୍ୟରୁଦୁଇଟି ଗ୍ରାମରେ ମୁସଲିମ ଜନସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ମଧ୍ୟରୁ ଅନେକ ଗାଁ ମୁସଲିମ ବହୁଳ ଗ୍ରାମରେ ପରିଣତ ହୋଇସାରିଛି। ଭାରତ-ନେପାଳ ସୀମାରେ ବୃଦ୍ଧି ପାଉଥିବା ଜିହାଦୀ କାର୍ଯ୍ୟକଳାପକୁ ନେଇ ସୁରକ୍ଷା ଏଜେନ୍ସି ଚିନ୍ତା ପ୍ରକଟ କରିଛି। ଭାରତୀୟ ସୁରକ୍ଷା ଏଜେନ୍ସି ଅନୁଯାୟୀ ବିଗତ କିଛି ମାସ ମଧ୍ୟରେ ଭାରତ-ନେପାଳ ସୀମା ଆତଙ୍କବାଦୀଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ ଭାବରେ ଉଭା ହୋଇଛି। ଯାହା ଆତଙ୍କବାଦୀଙ୍କ ଜିହାଦୀ କାର୍ଯ୍ୟକଳାପ ଲାଗି ନୂଆ ଠିକଣା ପାଲଟିଛି।

Also Read: Rise of Security Threat: ସୀମାରେ ବଢୁଛି ମଦ୍ରାସା-ମସଜିଦ ନିର୍ମାଣ, ବିପଦରେ ସୀମା ସୁରକ୍ଷା

 

ସୁରକ୍ଷା ଏଜେନ୍ସି ଅନୁଯାୟୀ ନେପାଳ ଠାରେ କାର୍ଯ୍ୟ କରୁଥିବା ଏକ ଏନଜିଓ ପାକିସ୍ତାନ, ତୁର୍କୀ, ସାଉଦି ଆରବ ଏବଂ କାତାର ଭଳି ଦେଶରୁ ବହୁ ଅର୍ଥ ପାଉଛି। ନେପାଳ-ଭାରତ ସୀମାରେ ମଦ୍ରାସା ଏବଂ ମସଜିଦ ନିର୍ମାଣ କରାଯାଉଛି। ଏହାର ଫାଇଦା ନେ ଜିହାଦୀ ଏବଂ ଆତଙ୍କବାଦୀ ଭାରତ-ନେପାଳ ସୀମା ଖୋଲା ମେଲାରେ ରହିବା କିମ୍ବା ବୁଲିବାର ସୁଯୋଗ ପାଇପାରିବେ। ନେପାଳ ଭଳି ଦେଶରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ବହୁତ ସକ୍ରିୟ ରହିଛି। ଭାରତ-ନେପାଳ ସୀମା ଖୋଲା ରହିଥିବାରୁ ଆତଙ୍କୀ ଗୋଷ୍ଠୀକୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଆଇଏସଆଇ ଏପରି ଷଡ଼ଯନ୍ତ୍ର ରଚି ଥାଇପାରେ।

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ପୋଲିସ ଡିଜି/ଆଇଜି ସମ୍ମିଳନୀରେ ମଧ୍ୟ ଭାରତ-ନେପାଳ ସୀମାରେ ଜିହାଦି କାର୍ଯ୍ୟକଳାପକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଥିଲା। ଏହି ସମ୍ମିଳନୀରେ କୁହାଯାଇଥିଲା ଯେ ପାକିସ୍ତାନ ମାଟିରେ ସକ୍ରିୟ ରହିଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସାହାଯ୍ୟ କରୁଛି। ଏହା ମଧ୍ୟ କୁହାଯାଇଥିଲା ଯେ ପାକିସ୍ତାନୀ ଏଜେନ୍ସି ଆଇଏସଆଇ ସେହି ଆତଙ୍କବାଦୀଙ୍କୁ କଳା ବଜାରରୁ ଅସ୍ତ୍ର କ୍ରୟ କରି ଆମେରିକୀୟ ଅସ୍ତ୍ର ଯୋଗାଉଛି। ଆଫଗାନିସ୍ତାନ-ପାକିସ୍ଥାନ ସୀମାରେ ରହିଥିବା କଳା ବଜାରରୁ ଅସ୍ତ୍ରଶସ୍ତ୍ର କ୍ରୟ କରାଯାଉଛି। ଏହାକୁ ନଜରରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସତର୍କ ନଜର ରଖାଯାଇଛି।