Ram Navami: ଶିବ ସେନା ଭବନ ଆଗରେ ହନୁମାନ ଚାଳିସା ବଜାଇଲେ MNS
Advertisement

Ram Navami: ଶିବ ସେନା ଭବନ ଆଗରେ ହନୁମାନ ଚାଳିସା ବଜାଇଲେ MNS

ଦଳ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ଯାଇ ଏମଏନଏସ କର୍ମକର୍ତ୍ତା ମୁମ୍ବାଇସ୍ଥିତ ଶିବ ସେନା ଭବନ ଆଗରେ ଲାଉଡ଼ ସ୍ପୀକର ଲଗାଇଥିଲେ। 

Ram Navami: ଶିବ ସେନା ଭବନ ଆଗରେ ହନୁମାନ ଚାଳିସା ବଜାଇଲେ MNS

ମୁମ୍ବାଇ: ଏପ୍ରିଲ ୧୦ ତାରିଖ ରବିବାର ସମଗ୍ର ଦେଶରେ ପାଳିତ ହୋଇଯାଇଛି ରାମ ନବମୀ। ଏହି ଅବସରରେ ମୁମ୍ବାଇସ୍ଥିତ ଶିବ ସେନା ଭବନ ଆଗରେ ଲାଉଡ଼ ସ୍ପୀକର ଯୋଗେ ହନୁମାନ ଚାଳିସା ପାଠ କରିଛି ମହାରାଷ୍ଟ୍ର ନବ ନିର୍ମାଣ ସେନା। ସଦ୍ୟ ରାଜ୍ୟରେ ଲାଉଡ଼ ସ୍ପୀକର ପ୍ରସଙ୍ଗକୁ ନେଇ ଜାରି ରହିଥିବା ବିବାଦ ଥମି ନଥିବା ବେଳେ ପୁଣି ଥରେ ଏହି ମାମଲା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। 

ଶିବ ସେନା ଭବନ ଆଗରେ ଲାଉଡ଼ ସ୍ପୀକର ଯୋଗେ ହନୁମାନ ଚାଳିସା (Hanuman Chalisa) ପାଠ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ନବ ନିର୍ମାଣ ସେନା (Maharashtra Navnirman Sena) ଏମଏନଏସ ମୁଖ୍ୟ (MNS Chief) ରାଜ ଠାକରେ କହିଛନ୍ତି ଏହି କାମ ଲାଗି ଆମେ ରାମ ନବମୀ ଦିନକୁ ଚୟନ କରିଥିଲୁ। ଦଳ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ଯାଇ ଏମଏନଏସ କର୍ମକର୍ତ୍ତା ମୁମ୍ବାଇସ୍ଥିତ ଶିବ ସେନା ଭବନ ଆଗରେ ଲାଉଡ଼ ସ୍ପୀକର ଲଗାଇଥିଲେ। 

ଏହାକୁ ନଜରରେ ଶିବ ସେନା ଭବନ ଆଗରେ ପୋଲିସ ମୁତୟନ କରାଯାଇଥିଲା। ମସଜିଦ ଠାରେ ବ୍ୟବହାର ହେଉଥିବା ଲାଉଡ ସ୍ପିକର ବାବଦରେ ସ୍ୱର ଉଠାଇବା ପରେ MNS ଶିବସେନା ଭବନ ସମ୍ମୁଖରେ ଏକ ପୋଷ୍ଟର ଲଗାଇଥିଲାଯ ଯେଉଁଠାରେ ଦଳର ମୁଖ୍ୟ ରାଜ ଠାକରେଙ୍କୁ ଶିବସେନା ସଂସ୍ଥାପକ ବାଲା ସାହେବଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି କୁହାଯାଉଥିଲା।

Also Read: Loud Speaker: ଆଜାନ ବନ୍ଦ ନହେଲେ ଆମେ ବଜାଇବୁ ଭଜନ

କିଛି ଦିନ ପୂର୍ବେ ଏମଏନଏସ ମୁଖ୍ୟ ରାଜ ଠାକରେ ମସଜିଦ ଠାରେ ବ୍ୟବହୃତ ଲାଉଡ ସ୍ପୀକର ହଟାଇବାକୁ ଦାବି କରିଥିଲେ। ମୁମ୍ବାଇସ୍ଥିତ ଶିବାଜୀ ପାର୍କ ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ସେ କହିଥିଲେ ମସଜିଦ ଭଳି ସ୍ଥାନରେ ଏତେ ଉଚ୍ଚ ସ୍ୱରରେ ଲାଉଡ ସ୍ପୀକର କାହିଁକି ବଜାଯାଉଛି? ଯଦି ଏହାକୁ ବନ୍ଦ କରାନଯାଏ ତାହେଲେ ଏହା ଠାରୁ ଅଧିକ ଉଚ୍ଚ ସ୍ୱରରେ ମସଜିଦ ବାହାରେ ହନୁମାନ ଚାଳିସା ପାଠ କରାଯିବ। ମୁଁ ପ୍ରାର୍ଥନା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧର୍ମ ବିରୋଧୀ ନୁହେଁ। ମୁଁ ମୋର ଧର୍ମ ପାଇଁ ଗର୍ବିତ।