Railway Bonus 2022: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ମୋଦି ସରକାର କଲେ ଦୀପାବଳୀ ବୋନସ ଘୋଷଣା, ମିଳିବ ୭୮ ଦିନର ଅତିରିକ୍ତ ଦରମା
Advertisement
Article Detail0/zeeodisha/odisha1376753

Railway Bonus 2022: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ମୋଦି ସରକାର କଲେ ଦୀପାବଳୀ ବୋନସ ଘୋଷଣା, ମିଳିବ ୭୮ ଦିନର ଅତିରିକ୍ତ ଦରମା

Railway Bonus 2022: ବିଗତ ଦିନରେ କେନ୍ଦ୍ରର ମୋଦି ସରକାର ନିଜର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଘୋଷଣା କରିଥିଲେ । ଯାହା ଫଳରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ବଡ଼ ଧରଣ ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଭାରତୀୟ ରେଲୱେର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରାଯାଇଛି ।  ଶନିବାର ରେଳ କର୍ମଚାରୀ (Railway Employees) ଙ୍କ ପାଇଁ ୭୮ ଦିନର ବେତନ (Salary) ର ବରାବର ବୋନସ (Bonus) ଘୋଷଣା କରିଛି । 

Railway Bonus 2022: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ମୋଦି ସରକାର କଲେ ଦୀପାବଳୀ ବୋନସ ଘୋଷଣା, ମିଳିବ ୭୮ ଦିନର ଅତିରିକ୍ତ ଦରମା

ନୂଆଦିଲ୍ଲୀ: Railway Bonus 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ (Union Cabinet) ଶନିବାର ରେଳ କର୍ମଚାରୀ (Railway Employees) ଙ୍କ ପାଇଁ ୭୮ ଦିନର ବେତନ (Salary) ର ବରାବର ବୋନସ (Bonus) ଘୋଷଣା କରିଛି । ଦଶହରା ଛୁଟି (Dussehra 2022) ପୂର୍ବରୁ ସେମାନଙ୍କୁ ଏହି ଅର୍ଥ ରାଶି ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦିଆଯିବ । ତେବେ ଆରପିଏଫ ଓ ଆରପିଏସଏଫ କର୍ମଚାରୀମାନେ ଏହି ସୁବିଧା ପାଇବେ ନାହିଁ । ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାର (Central Government) ଙ୍କ ଏହି ନିଷ୍ପତ୍ତିର ଲାଭ ରେଲୱେ (Indian Railways) ର ୧୧.୨୭ ଲକ୍ଷ ରେଳ କର୍ମଚାରୀଙ୍କୁ ମିଳିବ । ରେଳ ମନ୍ତ୍ରଣାଳୟ କହିଛି ଯେ, ରେଳ କର୍ମଚାରୀମାନେ ଲକଡାଉନ ସମୟରେ ମଧ୍ୟ ଖାଦ୍ୟ, ଖତ, କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀର ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିଥିଲେ । 

ଭାରତୀୟ ରେଲୱେ କହିଛି ଯେ, ଗତ ତିନିବର୍ଷ ମଧ୍ୟରେ ମାଲ ପରିବହନ ଟ୍ରାଫିକରେ ବଜାର ଅଂଶ ହାସଲ କରିବା ଓ ଉପଯୁକ୍ତ ନୀତିଗତ ପଦକ୍ଷେପ ମାଧ୍ୟମରେ ଯାତ୍ରୀ ଭଡ଼ାରେ ଆଦାୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଏହାର ପରିମାଣ ସ୍ୱରୂପ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ରେ ରେଲୱେ ନିଜର ଆର୍ଥିକ ଗତି ପ୍ରାପ୍ତ କରିନେଇଛି, ଯାହା ମହାମାରୀ କାରଣରୁ ବ୍ୟାହତ ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ରେଲୱେ ୧୮୪ ନିୟୁତ ଟନ୍ ମାଲ ପରିବହନ କରିଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତର ସର୍ବାଧିକ ।

ବୋନସର ପେମେଣ୍ଟ ଏକ ପ୍ରୋତ୍ସାହନ ରୂପେ କାର୍ଯ୍ୟ କରିବ । ଏହା ବହୁ ସଂଖ୍ୟକ ରେଳ କର୍ମଚାରୀ, ବିଶେଷକରି ରେଲୱେର କାର୍ଯ୍ୟଦକ୍ଷତା ଓ ସଂଞ୍ଚାଳନରେ ସାମିଲ ଲୋକଙ୍କୁ  ସେମାନଙ୍କର ଉତ୍ପାଦନରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ । ବୋନସ ପେମେଣ୍ଟରୁ ଆଗାମୀ ପାର୍ବଣ ଋତୁରେ ଅର୍ଥ ବ୍ୟବସ୍ଥାରେ ଚାହିଦାରେ ମଧ୍ୟ ବୃଦ୍ଧି ଘଟିବ । ରେଳ କର୍ମଚାରୀଙ୍କୁ ୭୮ ଦିନ ପାଇଁ ବୋନସ ଦେବା ପାଇଁ ୧,୮୩୨.୦୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ବୋନସ ଦେୟ ପାଇଁ ନିର୍ଦ୍ଧାରିତ ଦରମା ଗଣନା ସୀମା ହେଉଛି ମାସକୁ ୭,୦୦୦ ଟଙ୍କା । ରେଳ କର୍ମଚାରୀଙ୍କୁ ୭୮ ଦିନ ପାଇଁ ସର୍ବାଧିକ ୧୭,୯୫୧ ଟଙ୍କା ଦିଆଯିବ ।

ଅଧିକ ପଢ଼ନ୍ତୁ:-ଆରମ୍ଭ ହୋଇସାରିଛି ତୃତୀୟ ବିଶ୍ୱଯୁଦ୍ଧ, ମାନିବାକୁ ପ୍ରସ୍ତୁତ ନୁହଁନ୍ତି ପାଶ୍ଚାତ୍ୟ ଦେଶ!

ଅଧିକ ପଢ଼ନ୍ତୁ:-ଘରର ଏହି ସ୍ଥାନରେ ଲଗାନ୍ତୁ ଘଣ୍ଟା, ଖୋଲି ଯିବ ଆପଣଙ୍କ ଭାଗ୍ୟର ତାଲା

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି

ଆପଣଙ୍କୁ କହି ରଖୁଛୁ ଯେ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ପରେ ଚଳିତ ବର୍ଷ ଏଥିରେ ୩ ପ୍ରତିଶତ ବୃଦ୍ଧି କରିଥିଲା । ବର୍ତ୍ତମାନ ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ପରେ ବର୍ତ୍ତମାନ କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଇବେ । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।