ଚୀନ-ପାକ୍ ଛାତିରେ ଛନକା! ଆଜି White Houseରେ QUAD ସମ୍ମିଳନୀ, ସାମିଲ ହେବେ PM Modi
Advertisement

ଚୀନ-ପାକ୍ ଛାତିରେ ଛନକା! ଆଜି White Houseରେ QUAD ସମ୍ମିଳନୀ, ସାମିଲ ହେବେ PM Modi

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କୁ ଭେଟିବେ। ତେବେ ୨ ଶୀର୍ଷ ନେତାଙ୍କ ସାକ୍ଷାତକାର ଉପରେ ବିଶ୍ବର ନଜର ରହିଛି। ପ୍ରତିରକ୍ଷା, ବାଣିଜ୍ୟ, ଭାରତୀୟଙ୍କୁ ଭିସା ପ୍ରସଙ୍ଗ ବ୍ୟତୀତ ଅନ୍ୟ ବହୁ ପ୍ରସଂଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଫାଇଲ ଫଟୋ

ୱାଶିଂଟନ: ପ୍ରଧାନମନ୍ତ୍ରୀ ମୋଦି ଆଜି ହ୍ୱାଇଟ୍ ହାଉସରେ ହେବାକୁ ଥିବା QUAD ଦେଶର ସମ୍ମିଳନୀରେ ଭାଗ ନେବେ। ପିଏମ ମୋଦି, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ସହ ମିଶି ଡ୍ରାଗନ୍ ଅର୍ଥାତ୍ ଚୀନ ଉପରେ ଲଗାମ ଲଗାଇବାକୁ ରଣନୀତି ପ୍ରସ୍ତୁତ କରିବେ। QUAD ଦେଶର ବୈଠକ ପୂର୍ବରୁ ପିଏମ ମୋଦି ଜାପାନ ଏବଂ ଅଷ୍ଟ୍ରେଲିଆ ପିଏମଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ ପିଏମ ମୋଦି, ଚୀନ ସମେତ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କୁ ଭେଟିବେ। ତେବେ ୨ ଶୀର୍ଷ ନେତାଙ୍କ ସାକ୍ଷାତକାର ଉପରେ ବିଶ୍ବର ନଜର ରହିଛି। ପ୍ରତିରକ୍ଷା, ବାଣିଜ୍ୟ, ଭାରତୀୟଙ୍କୁ ଭିସା ପ୍ରସଙ୍ଗ ବ୍ୟତୀତ ଅନ୍ୟ ବହୁ ପ୍ରସଂଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ତେବେ ଆଫଗାନସ୍ତାନ (Afghanistan) ରେ ତାଲିବାନ ସରକାର ଗଠନକୁ ନେଇ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି । 

Also Read: ଜାତିସଂଘରେ ତାଲିବାନକୁ ବସାଇବାର ଦାବି ପଛରେ ପାକିସ୍ତାନର ହାତ, ଭାରତ ଏପରି ପଣ୍ଡ କଲା ପ୍ଲାନ୍

କ୍ୱାଡ ବୈଠକରେ ଭାରତ ସହ ମିତ୍ରଶକ୍ତି ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ହେବେ। ଯାହା ଉପରେ ରହିଛି ସାରା ଦୁନିଆର ନଜର ରହିଛି। ବର୍ତ୍ତମାନ ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବା ତାଲିବାନ ଓ ଆତଙ୍କବାଦ ପ୍ରସଙ୍ଗକୁ ନେଇ କ୍ୱାଡରେ ନୂଆ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା ସମ୍ଭାବନାକୁ ନେଇ ଚୀନ ଓ ପାକିସ୍ତାନ ବିଚଳିତ ହୋଇଛି। କାରଣ ଏହା ହେଉଛି ସେହି ମଞ୍ଚ ଯେଉଁଠୁ ହିଁ ସମସ୍ୟାର ସମାଧାନ ପାଇଁ ମିଳିପାରିବ ଅମୋଘ ଅସ୍ତ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତରେ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଚୀନକୁ ଚାଲେଞ୍ଜ ଦେବା ପାଇଁ ଓ ଚୀନ ବିସ୍ତାରବାଦ ନୀତି ଉପରେ ଲଗାମ କଷିବା ପାଇଁ ନିଆଯାଇପାରେ ପଡ଼ ନିଷ୍ପତ୍ତି ।  

କ୍ୱାଡ ସମୂହରେ ସାମିଲ ଭାରତ-ଆମେରିକା-ଜାପାନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟ ବୈଠକରେ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା ପାଇଁ ନୂଆ ରଣନୀତି ଉପରେ ଚର୍ଚ୍ଚା ହେବା ସମ୍ଭାବନା ରହିଛି। ପ୍ରଶାନ୍ତ ମହାସାଗର ସହିତ ଭାରତ ସୀମାର ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବା ବିସ୍ତାରବାଦୀ ଚୀନ ବିରୋଧରେ ପ୍ରସ୍ତୁତ ହେବ ରଣନୀତି। କିପରି ଚୀନର ପଥରୋଧ କରାଯାଇପାରିବ ସେନେଇ ମଧ୍ୟ ନୂଆ ଉପାୟ ସନ୍ଧାନ ହେବାକୁ ଯାଉଛି। ଏହା ହେଉଛି ପ୍ରଥମ ସୁଯୋଗ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ମଞ୍ଚରେ ଏକାଠି ହେବେ। 

Also Read: PM Modi US Visit: ଗସ୍ତ ଅବସରରେ ପ୍ରମୁଖ US Companies CEO ଙ୍କ ସହ କଲେ ଆଲୋଚନା

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପିଏମ ମୋଦି ଏନେଇ ରଣନୀତି ପ୍ରସ୍ତୁତ କରସାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆମେରିକା ଏପରି କିଛି ପଦକ୍ଷେପ ନେଇଥିଲା ଯାହା ଭାରତ ଉପରେ ଖରାପ ପ୍ରଭାବ ପକାଇଥିଲା। ଏବେ ପୁଣିଥରେ ଭାରତ-ଆମେରିକାର ସମ୍ପର୍କକୁ ନୂଆ ସୋପାନରେ ପହଞ୍ଚାଇବା ପାଇଁ ସୁଯୋଗ ଆସିଛି। 

କ୍ୱାଡ ବୈଠକରେ ସବୁଠାରୁ ପ୍ରଥମେ କୋରୋନା ସଂକ୍ରମଣ ସମସ୍ୟା ମୁକାବିଲା ନେଇ ଚର୍ଚ୍ଚା ହେବା ସମ୍ଭାବନା ରହିଛି। ଦ୍ୱିତୀୟରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ୪ ମିତ୍ର ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଉପରେ ମଧ୍ୟ ଆଲୋଚନା ହେବାକୁ ଯାଉଛି। ଏହାସହିତ ସମୁଦ୍ର ସୁରକ୍ଷାକୁ ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଗତ କିଛି ବର୍ଷ ମଧ୍ୟରେ ଚୀନ ବିରୋଧରେ କିଛି ଦେଶ ଖୋଲାଖୋଲି ମତ ରଖୁଛନ୍ତି। ଏହାସହିତ ଭାରତ-ଚୀନ ବିବାଦ ପରେ ଏହି ଦେଶ ଗୁଡ଼ିକ ଚୀନକୁ ବିରୋଧ ତୀବ୍ର କରିଛନ୍ତି।

Also Read: Washingtonରେ ଆମେରିକା ଉପ-ରାଷ୍ଟ୍ରପତି Harris-ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ, ଏହି ପ୍ରସଙ୍ଗ

ଅନ୍ୟପଟେ ୨୫ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଜାତିସଙ୍ଘର ସମାଧାରଣ ପରିଷଦକୁ ସମ୍ବୋଧନ କରିବାକୁ ଯାଉଛନ୍ତି। ମୋଦିଙ୍କ ଭାଷଣକୁ ସାରା ଦୁନିଆର ନେତାମାନେ ବି ଅପେକ୍ଷା କରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ୍ସ ରହିଥାଏ। ପୂର୍ବରୁ ମୋଦି ମିଳିତ ଜାତିସଂଘ ମଞ୍ଚରେ ଆତଙ୍କବାଦୀ ଓ ପାକିସ୍ତାନ ଘେରିଛନ୍ତି ତ ଚୀନକୁ ବି ଚେତାବନୀ ଶୁଣାଇ ସାରିଛନ୍ତି। ପ୍ରାୟତଃ ସବୁବେଳେ ସେ ବିଶ୍ୱର ବଡ଼ ବିପଦ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।  ପ୍ରଧାନମନ୍ତ୍ରୀ କେବଳ ଭାରତର ପ୍ରସଙ୍ଗ ଉପସ୍ଥାପନ ବଦଳରେ ବିଶ୍ୱ ସାମ୍ନା କରୁଥିବା ସମସ୍ୟା ଓ ତାର ସମାଧାନର ରାସ୍ତା ଦେଖାଇଛନ୍ତି ।

ଚଳିତ ବର୍ଷ UN ସାଧାରଣ ପରିଷଦରେ ମୁଖ୍ୟତ କୋଭିଡ ମୁକାବିଲା ଉପରେ ଫୋକସ ରହିଛି। ଏହାବ୍ୟତୀତ ଆଫଗାନିସ୍ତାନ, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାକୁ ଯାଉଛି। ସମ୍ମିଳନୀରେ ହାବାକୁ ଯାଇଥିବା ପ୍ରସଙ୍ଗ ମଧ୍ୟରେ କୋରୋନା ପ୍ରବାବରେ ଦୁର୍ବଳ ହୋଇଥିବା ଅର୍ଥନୀତିକୁ ନୂଆ ଦିଶା ଦେବା ପାଇଁ ରଣନୀତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି। ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ବୈଠକରେ ଚର୍ଚ୍ଚା ସମ୍ଭାବନା ରହିଛି।