NSA ଅଜିତ ଡୋଭାଲଙ୍କ ସହିତ ବୈଠକରେ କ’ଣ ହେଲା? ଇରାନ ପ୍ରତ୍ୟାହାର କରିନେଲା ନିଜ ବୟାନ
Advertisement
Article Detail0/zeeodisha/odisha1214050

NSA ଅଜିତ ଡୋଭାଲଙ୍କ ସହିତ ବୈଠକରେ କ’ଣ ହେଲା? ଇରାନ ପ୍ରତ୍ୟାହାର କରିନେଲା ନିଜ ବୟାନ

Prophet row: ମହମ୍ମଦଙ୍କ ବିଷୟରେ ବିବାଦୀୟ ଟିପ୍ପଣୀକୁ ନେଇ ଉତ୍ତେଜନା ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, କାହାର ବ୍ୟକ୍ତିଗତ ମନ୍ତବ୍ୟ ସରକାରଙ୍କ ବିଚାର ହୋଇପାରିବ ନାହିଁ ।

ସାଙ୍କେତିକ ଫଟୋ

Prophet Muhammad Row: ମହମ୍ମଦଙ୍କ (Muhammad) ଉପରେ ନବୀନ କୁମାର ଜିନ୍ଦଲ (Naveen Kumar Jindal) ଓ ନୁପୁର ଶର୍ମାଙ୍କ (Nupur Sharma) ଟିପ୍ପଣୀକୁ ନେଇ ଦେଶ ତଥା ବିଦେଶରେ ବିବାଦ ଲାଗି ରହିଛି । ଏହି ସମୟରେ, ସରକାର ସ୍ପଷ୍ଟ କରିଛନ୍ତି ଯେ କାହାର ବ୍ୟକ୍ତିଗତ ମନ୍ତବ୍ୟ ସରକାରଙ୍କ ବିଚାରକୁ ପ୍ରତିଫଳିତ କରେନାହିଁ । ବୈଦେଶିକ ମନ୍ତ୍ରଣାଳୟ (Ministry of Foreign Affairs) କହିଛି ଯେ ଯେଉଁମାନେ ଟିପ୍ପଣୀ ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚିଙ୍କୁ ଯେତେବେଳେ ପଚରାଗଲା ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ଇରାନର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏହି ବିବାଦୀୟ ମନ୍ତବ୍ୟର ପ୍ରସଙ୍ଗ ଉଠିଛି କି? ସେ କହିଥିଲେ ଯେ, ମୋ ଅନୁସାରେ ଏହି ପ୍ରସଙ୍ଗ ଉଠାଯାଇ ନାହିଁ ।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାହାନଙ୍କୁ ଭେଟିବା ସମୟରେ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦିଆଯାଇଥିବା ଖବର ବିଷୟରେ ଅରିନ୍ଦମ ବାଗଚିଙ୍କୁ ମଧ୍ୟ ପଚରାଯାଇଥିଲା । ଏହି ବିଷୟରେ ଇରାନର ବୟାନରେ ଦାବି କରାଯାଇଛି ଯେ ଯେଉଁମାନେ ଏପରି ମନ୍ତବ୍ୟ ଦିଅନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ଉପରେ ବାଗଚି କହିଛନ୍ତି ଯେ ଆପଣ ଯେଉଁ ବୟାନ ବିଷୟରେ କହୁଛନ୍ତି ତାହା ପ୍ରତ୍ୟାହାର କରାଯାଇଛି । କହି ରଖୁଛୁ ଯେ ବୁଧବାର ଦିନ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି ।

ଏହି ଦେଶଗୁଡିକ ନିନ୍ଦା କରିଛନ୍ତି
ନିକଟ ଅତୀତରେ ସଂୟୁକ୍ତ ଆରବ ଏମିରେଟ୍ସ, ସାଉଦି ଆରବ, ଇରାନ, ଇରାକ, ଲିବିୟା, ଇଣ୍ଡୋନେସିଆ, ମାଲଦ୍ୱୀପ, ଜୋର୍ଡାନ ଏବଂ ବହାରେନ ସମେତ ଅନେକ ଦେଶ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । କତାର, ଇରାନ ଏବଂ କୁଏତ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଥିଲେ ।

ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଭାରତୀୟ ଜନତା ପାର୍ଟି ନିଜ ମୁଖପାତ୍ର ନୁପୁର ଶର୍ମାଙ୍କୁ ନିଲମ୍ବନ କରିଥିଲା ଓ ଦଳର ଦିଲ୍ଲୀ ୟୁନିଟର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ବହିଷ୍କାର କରିଛନ୍ତି ।

ଏହା ବି ପଢ଼ନ୍ତୁ: ଟି-୨୦ କ୍ରିକେଟରେ ଭାରତର ଅଷ୍ଟମ ଅଧିନାୟକ ହେଲେ ଋଷଭ ପନ୍ତ, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

ଏହା ବି ପଢ଼ନ୍ତୁ: କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି? ଆଶ୍ଚର୍ଯ୍ୟ କରାଇପାରନ୍ତି ପିଏମ ମୋଦି, ଚର୍ଚ୍ଚାରେ ଏସବୁ ନାମ