ପୈଗମ୍ବରଙ୍କୁ ଅପମାନ: OIC ଦେଶକୁ ଜବାବ ଦେଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ
Advertisement

ପୈଗମ୍ବରଙ୍କୁ ଅପମାନ: OIC ଦେଶକୁ ଜବାବ ଦେଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ

ପାକିସ୍ତାନ ଭଳି ଧର୍ମାନ୍ଧ ଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ ଆଦି ସଂଖ୍ୟାଲଘୁ ସମ୍ପ୍ରଦାୟ ନିରନ୍ତର ନିର୍ଯ୍ୟାତିତ ହେଉଛି। ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ସ୍ଥିତିକୁ ନେଇ ଚିନ୍ତା କରିବା ଉଚିତ। 

ପୈଗମ୍ବରଙ୍କୁ ଅପମାନ: OIC ଦେଶକୁ ଜବାବ ଦେଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ

MEA hitbacks to OIC: ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ମୁସଲିମ ଦେଶଙ୍କୁ ନେଇ ଗଠିତ ଇସଲାମିକ ସହଯୋଗୀ ସଙ୍ଗଠନକୁ ଜବାବ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ଏନେଇ ସୋମବାର ଭାରତ ପକ୍ଷରୁ କୁହାଯାଇଛି ଏହି ବିବାଦ ପ୍ରସଙ୍ଗରେ OIC ଦେଶ ପକ୍ଷରୁ କରାଯାଉଥିବା ସମାଲୋଚନା ସଂକୀର୍ଣ୍ଣ ମନୋଭାବକୁ ଦର୍ଶାଇଛନ୍ତି। ଇସଲାମିକ ସହଯୋଗ ସଙ୍ଗଠନ ମହାସଚିବଙ୍କ ଭାରତ ବାବଦରେ ଦେଇଖିବା ବିବୃତ୍ତିକୁ ଆମେ ଦେଖିଛୁ। OIC ସଚିବାଳୟର ସଂକୀର୍ଣ୍ଣ ମନ୍ତବ୍ୟକୁ ଭାରତ ସରକାର ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି। 

ଭାରତ ସରକାର ସମସ୍ତ ଧର୍ମକୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରନ୍ତି। ଧାର୍ମିକ ବ୍ୟକ୍ତିତ୍ୱର ଅପମାନଜନକ ଟ୍ୱିଟ୍ ଏବଂ ମନ୍ତବ୍ୟ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିଲା। ସେମାନେ କୌଣସି ପ୍ରକାରେ ଭାରତ ସରକାରଙ୍କ ମତକୁ ପ୍ରତିଫଳିତ କରନ୍ତି ନାହିଁ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଏହି ମାମଲାରେ OIC ସଚିବାଳୟ ପୁନର୍ବାର ବିଭ୍ରାନ୍ତିକାରୀ ମନ୍ତବ୍ୟ ଦେଇଛି। ଯାହା କେବଳ ନ୍ୟସ୍ତ ସ୍ୱାର୍ଥର ଆଦେଶରେ ଅନୁସରଣ କରାଯାଉଥିବା ବିଭାଜନକାରୀ ଏଜେଣ୍ଡାକୁ ପ୍ରଦର୍ଶିତ କରୁଛି। ଆମେ OIC ସଚିବାଳୟକୁ ସେମାନଙ୍କ ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ନିବୃତ୍ତ ହେବା ଏବଂ ସମସ୍ତ ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଅନୁରୋଧ କରୁଛୁ। 

ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଭାରତ ଉଦ୍ଦେଶ୍ୟରେ କଟାକ୍ଷ କରି OIC କହିଛି ଏହି ଅପବ୍ୟବହାର ଭାରତରେ ଇସଲାମକୁ ଘୃଣା କରିବା ଏବଂ ମୁସଲମାନଙ୍କ ଉପରେ ସେମାନଙ୍କ ପ୍ରତିବନ୍ଧକକୁ ଦର୍ଶାଉଛି। ମୁସଲମାନଙ୍କ ସମ୍ପତ୍ତି ନଷ୍ଟ କରାଯିବା ବ୍ୟତୀତ ସେମାନଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ କରାଯାଉଛି।  

ଏହି ଘଟଣାକୁ ନିଜର ଏକ ଏଜେଣ୍ଡ କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଭଳି ଧର୍ମାନ୍ଧ ଦେଶକୁ ଜବାବ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ପାକିସ୍ତାନ ଉଦ୍ଦେଶ୍ୟରେ ଜବାବ ରଖି ଭାରତ ପକ୍ଷରୁ କୁହାଯାଇଛି ଯେଉଁ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ଉଲ୍ଲଂଘନ କରାଯାଉଛି ସେହି ଦେଶ ଅନ୍ୟ ଦେଶକୁ ପରାମର୍ଶ ଦେବା ଗ୍ରହଣୀୟ ନୁହେଁ। ଏହା ସମସ୍ତଙ୍କୁ ଜଣା ଯେ ପାକିସ୍ତାନ ଭଳି ଧର୍ମାନ୍ଧ ଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ ଆଦି ସଂଖ୍ୟାଲଘୁ ସମ୍ପ୍ରଦାୟ ନିରନ୍ତର ନିର୍ଯ୍ୟାତିତ ହେଉଛି। ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ସ୍ଥିତିକୁ ନେଇ ଚିନ୍ତା କରିବା ଉଚିତ। ପଡୋଶୀ ଦେଶ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବିଗାଡିବା ଠିକ ନୁହେଁ। OIC ବିବୃତ୍ତି ଉପରେ ଜବାବ ରଖି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତ ସମସ୍ତ ଧର୍ମ ପ୍ରତି ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରିଥାଏ। ମାତ୍ର ୫୭ ସଦସ୍ୟ ବିଶିଷ୍ଟ ଇସଲାମିକ ସହଯୋଗ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି କେବଳ ନ୍ୟସ୍ତ ସ୍ୱାର୍ଥର ଆଦେଶରେ ଅନୁସରଣ କରାଯାଉଥିବା ବିଭାଜନକାରୀ ଏଜେଣ୍ଡାକୁ ପ୍ରଦର୍ଶିତ କରୁଛି।   

ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଭାରତ ସରକାରଙ୍କୁ ଟାର୍ଗେଟ କରିଥିଲେ ପାକିସ୍ତାନ ଭଳି ଧର୍ମାନ୍ଧ ଦେଶର ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ। ଏନେଇ ଅଭିଯୋଗ କରି ସେ କହିଥିଲେ ବର୍ତ୍ତମାନର ଭାରତ ସରକାର ଧାର୍ମିକ ସ୍ୱାଧୀନତା ଏବଂ ବିଶେଷ ଭାବରେ ମୁସଲମାନଙ୍କ ଅଧିକାରକୁ ଉଲଂଘନ କରୁଛନ୍ତି। ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖାଯିବା ମାମଲାରେ ପାକିସ୍ତାନ ସୋମବାର ଭାରତୀୟ ଉଚ୍ଚାୟୁକ୍ତ ପ୍ରଭାରୀଙ୍କୁ ତଲବ କରିଥିଲା। 

ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିବାକୁ ନେଇ  ବିଜେପି ଏହାର ଜାତୀୟ ପ୍ରବକ୍ତା ନୁପୂର ଶର୍ମା ଏବଂ ଦଳର ଦିଲ୍ଲୀ ଶାଖା ମିଡି଼ଆ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରିଛି। ଏହି ୨ ବିଜେପି ନେତାଙ୍କ ବିବାଦୀୟ ବୟାନକୁ ସମାଲୋଚନା କରିଛନ୍ତି  ମୁସଲିମ ଦେଶ। ଏହି ମାମଲାରେ କତର, କୁୱେତ, ଇରାନ ଭାରତୀୟ ରାଜଦୂତଙ୍କୁ ରିପୋର୍ଟ ତଲବ କରିଛନ୍ତି। ସାଉଦି ଆରବ, ବାହାରିନ, ଆଫଗାନିସ୍ତାନ ଭଳି ଦେଶ ଏହି ବୟାନକୁ ନିନ୍ଦା କରିଛନ୍ତି। ଏହି ଘଟଣାରେ ସାଉଦି ଆରବ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି ଯେ ସେମାନେ ପୈଗମ୍ବର ମହମ୍ମଦଙ୍କୁ ଅପମାନିତ କରିଛନ୍ତି।

ଦଳୀୟ ନେତାଙ୍କ ବିରୋଧରେ ବିଜେପି ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛି ବାହାରିନ ବୈଦେଶିକ ମନ୍ତ୍ରଣାଳୟ। କୁଏତ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ରବିବାର ଦିନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଯାଇଛି ଏବଂ ଏସିଆ ବ୍ୟାପାରର ସହକାରୀ ବୈଦେଶିକ ମନ୍ତ୍ରୀ ତାଙ୍କୁ ଏକ ସରକାରୀ ବିରୋଧୀ ନୋଟ ପ୍ରଦାନ କରିଛନ୍ତି। ଯେଉଁଥିରେ ବିଜେପି ନେତାଙ୍କ ପକ୍ଷରୁ ପୈଗମ୍ବରକ୍ତାଙ୍କ ବାବଦରେ ରଖାଯାଇଥିବା ମନ୍ତବ୍ୟକୁ ନିନ୍ଦା କରାଯାଇଛି।

Also Read: 'ହିନ୍ଦୁ ହେଉଛନ୍ତି ଦଙ୍ଗାକାରୀ'

Also Read: ଦୁର୍ଗା ପୂଜାରେ କୋରାନର ଅପମାନ; ଗୁଜବ ପରେ ମୂର୍ତ୍ତି ସହ ପେଣ୍ଡାଲ ଭାଙ୍ଗିଦେଲେ କଟ୍ଟରପନ୍ଥୀ

Also Read: Pakistan ରେ ବଢୁଛି ସଂଖ୍ୟାଲଘୁ ବିରୋଧି ଅତ୍ୟାଚାର; ପୁଣି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା