ଘରୋଇ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବଡ଼ ଖୁସି ଖବର, ଗ୍ରାଚ୍ୟୁଇଟିକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ଆଦେଶ
Advertisement
Article Detail0/zeeodisha/odisha1329785

ଘରୋଇ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବଡ଼ ଖୁସି ଖବର, ଗ୍ରାଚ୍ୟୁଇଟିକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ଆଦେଶ

Private School Teachers: ଆପଣଙ୍କୁ କହି ରଖୁଛୁ ଯେ, ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ପ୍ରସଙ୍ଗରେ ଅନେକ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ସେମାନେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣା, ଆହ୍ଲାବାଦ, ମଧ୍ୟପ୍ରଦେଶ, ଛତିଶଗଡ, ବମ୍ବେ ଏବଂ ଗୁଜୁରାଟ ହାଇକୋର୍ଟରୁ କୌଣସି ରିହାତି ପାଇନାହାଁନ୍ତି । ଏହି ନିଷ୍ପତ୍ତିଗୁଡିକ ବିଦ୍ୟାଳୟଗୁଡ଼ିକ ଦ୍ୱାରା ଉଚ୍ଚତମ ନ୍ୟାୟାଳୟରେ ପୃଥକ ଭାବରେ ଚ୍ୟାଲେଞ୍ଜ କରାଯାଇଥିଲା । 

ଘରୋଇ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବଡ଼ ଖୁସି ଖବର, ଗ୍ରାଚ୍ୟୁଇଟିକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ଆଦେଶ

ନୂଆଦିଲ୍ଲୀ: Private School Teachers: ଘରୋଇ ବିଦ୍ୟାଳୟ (Private School) ରେ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ସୁପ୍ରିମକୋର୍ଟ (Supreme Court) କହିଛନ୍ତି ଯେ, ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ହେଉଛନ୍ତି କର୍ମଚାରୀ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୦୯ରେ ସଂଶୋଧିତ ପେମେଣ୍ଟ ଅଫ୍ ଗ୍ରାଚ୍ୟୁଇଟି ଆକ୍ଟ ଅନୁଯାୟୀ ସେମାନେ ଗ୍ରାଚ୍ୟୁଇଟି ପାଇବାକୁ ହକଦାର । ଆପଣଙ୍କୁ କହି ରଖୁଛୁ ଯେ, ପିଏଜି ଅଧିନିୟମ ସେପ୍ଟେମ୍ୱର ୧୬, ୧୯୭୨ ଠାରୁ ବଳବତ୍ତର ରହିଛି । ଏହା ଅଧୀନରେ ସେହି କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି (Gratuity) ର ଲାଭ ଦେବାର ସୁବିଧା ପ୍ରଦାନ କରାଯାଇଛି, ଯେଉଁମାନେ କୌଣସି କାରଣରୁ ସଂସ୍ଥା ଛାଡ଼ିବା, ସେବା ନିବୃତ୍ତି କିମ୍ୱା ଇସ୍ତଫା ଦେବା ପୂର୍ବରୁ ଅତି କମରେ ୫ ବର୍ଷ ଧରି ନିରନ୍ତର କାର୍ଯ୍ୟ କରିଛନ୍ତି । ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ଏପ୍ରିଲ୍ ୩, ୧୯୯୭ରେ ଜାରି କରାଯାଇଥିବା ବିଜ୍ଞପ୍ତି ମାଧ୍ୟମରେ ଦଶ କିମ୍ବା ଅଧିକ କର୍ମଚାରୀ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା । ଏପରି ପରିସ୍ଥିତିରେ ଏହି ପ୍ରାବଧାନ ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ ।

ଅନେକ ହାଇକୋର୍ଟରେ ମାମଲା ହାରିବା ପରେ ଘରୋଇ ବିଦ୍ୟାଳୟଗୁଡ଼ିକ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ୨୦୦୯ ସଂଶୋଧନକୁ ଚ୍ୟାଲେଞ୍ଜ କରିଥିଲେ । ସେମାନଙ୍କ କହିବାନୁସାରେ, ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକମାନଙ୍କୁ ପେମେଣ୍ଟ ଅଫ୍ ଗ୍ରାଚ୍ୟୁଇଟି (ସଂଶୋଧନ) ଅଧିନିୟମ ୨୦୦୯ର ଧାରା ୨ (ଇ) ଅନୁଯାୟୀ କର୍ମଚାରୀ ଭାବରେ ଧରାଯିବା ଉଚିତ ନୁହେଁ । ସେମାନେ ଅହମ୍ମଦାବାଦ ବେସରକାରୀ ପ୍ରାଥମିକ ଶିକ୍ଷକ ସଂଘ ମାମଲାରେ ଜାନୁଆରୀ ୨୦୦୪ର ରାୟ ଉପରେ ନିର୍ଭର କରିଥିଲେ, ଯେଉଁଥିରେ ଏହି ନୀତି ନିର୍ଦ୍ଧାରିତ କରାଯାଇଥିଲା ।

ବିଦ୍ୟାଳୟଗୁଡ଼ିକର ଯୁକ୍ତିକୁ ଖାରଜ କରି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ କହିଛନ୍ତି ଯେ, “ଏହି ସଂଶୋଧନ ବିଧେୟକ ତ୍ରୁଟି ଯୋଗୁଁ ଶିକ୍ଷକମାନଙ୍କ ସମ୍ମୁଖୀନ ହେଉଥିବା ଅନ୍ୟାୟ ଓ ଭେଦଭାବକୁ ଦୂର କରେ । ଏହି ନିଷ୍ପତ୍ତି ଘୋଷଣା ହେବା ପରେ ଏହା ବୁଝାଯାଇଥିଲା ।" ସୁପ୍ରିମକୋର୍ଟ ୨୦୦୪ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଥିବା ସଂଶୋଧନକୁ ଆଣିବା ଓ ଦୋଷ ଦୂର କରିବା ପାଇଁ ବିଧାୟୀ ଅଧିନିୟମକୁ ସମର୍ଥନ କରିଥିଲେ ।

ବିଦ୍ୟାଳୟଗୁଡ଼ିକ ସମାନତାର ସେମାନଙ୍କର ମୌଳିକ ଅଧିକାର (ଧାରା ୧୪), ବ୍ୟବସାୟ କରିବାର ଅଧିକାର (ଧାରା ୧୯ (୧) (g)), ଜୀବନ ଅଧିକାର (ଧାରା ୨୧) ଏବଂ ସମ୍ପତ୍ତି ଅଧିକାର (ଧାରା ୩୦୦A) ର ଉଲ୍ଲଂଘନ ବୋଲି ଦାବି କରିଛନ୍ତି । ବିଦ୍ୟାଳୟଗୁଡିକ କହିଛନ୍ତି ଯେ, ଶିକ୍ଷକମାନଙ୍କୁ ଗ୍ରାଚ୍ୟୁଇଟି ଦେବା ପାଇଁ ସେମାନଙ୍କ ପାଖରେ ଆର୍ଥିକ ଦୃଷ୍ଟିରୁ ସମ୍ୱଳ ନାହିଁ । ବେଞ୍ଚ ବିଦ୍ୟାଳୟଗୁଡ଼ିକୁ କହିଛନ୍ତି ଯେ, "ଗ୍ରାଚ୍ୟୁଇଟି ଦେୟ ଘରୋଇ ବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ପୁରସ୍କାର ନୁହେଁ, ଏହା ସେମାନଙ୍କର ସର୍ବନିମ୍ନ ସେବା ସର୍ତ୍ତ ମଧ୍ୟରୁ ଏକ ଅଟେ । ବେସରକାରୀ ବିଦ୍ୟାଳୟଗୁଡ଼ିକର ଯୁକ୍ତି ଯେ ଶିକ୍ଷକମାନଙ୍କୁ ଗ୍ରାଚ୍ୟୁଇଟି ଦେବାର କ୍ଷମତା ନାହିଁ । ସେମାନଙ୍କର ଯୁକ୍ତି ଅନୁଚିତ । ସମସ୍ତ ପ୍ରତିଷ୍ଠାନ PAG ଆକ୍ଟ ସହିତ ଅନ୍ୟାନ୍ୟ ନିୟମ ମାନିବାକୁ ବାଧ୍ୟ ।"

ବେଞ୍ଚ କହିଛନ୍ତି ଯେ, କେତେକ ରାଜ୍ୟରେ ଫି ନିର୍ଦ୍ଧାରଣ ନିୟମ ଥାଇପାରେ ଯାହା ଅତିରିକ୍ତ ଆର୍ଥିକ ବୋଝ ପୂରଣ ପାଇଁ ବିଦ୍ୟାଳୟଗୁଡ଼ିକୁ ଫି ବଢ଼ାଇବାକୁ ବାରଣ କରିଥାଏ । ଏହି ନିୟମ ମାନିବା ଅର୍ଥ ନୁହେଁ ଯେ ଶିକ୍ଷକମାନଙ୍କୁ ଗ୍ରାଚ୍ୟୁଇଟିରୁ ବଞ୍ଚିତ କରାଯିବା ଉଚିତ୍ । ଯିଏ ଏହାର ପ୍ରକୃତ ହକଦାର ଅଛନ୍ତି । ବେଞ୍ଚ ବେସରକାରୀ ବିଦ୍ୟାଳୟଗୁଡ଼ିକୁ PAG ଅଧିନିୟମ ଅନୁଯାୟୀ ୬ ସପ୍ତାହ ମଧ୍ୟରେ ସୁଧ ସହିତ କର୍ମଚାରୀ / ଶିକ୍ଷକମାନଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି ।

ଏହା ବି ପଢ଼ନ୍ତୁ:-୨୦୨୪ରେ ନୀତିଶ କୁମାର ନା ଅନ୍ୟ କେହି ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଜାଣନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଜବାବ

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର: ସ୍ଥିର ହୋଇଯାଇଛି ତାରିଖ, ପୁଣି ବଢ଼ିବ ଦରମା, ଜାଣନ୍ତୁ କେତେ ହେବ ବୃଦ୍ଧି?

ଏହା ବି ପଢ଼ନ୍ତୁ:-ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରରଣ ହ୍ରାସ, ଜାଣନ୍ତୁ କେତେ କମିଲା ରେଟ୍

ଆପଣଙ୍କୁ କହି ରଖୁଛୁ ଯେ, ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ପ୍ରସଙ୍ଗରେ ଅନେକ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ସେମାନେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣା, ଆହ୍ଲାବାଦ, ମଧ୍ୟପ୍ରଦେଶ, ଛତିଶଗଡ, ବମ୍ବେ ଏବଂ ଗୁଜୁରାଟ ହାଇକୋର୍ଟରୁ କୌଣସି ରିହାତି ପାଇନାହାଁନ୍ତି । ଏହି ନିଷ୍ପତ୍ତିଗୁଡିକ ବିଦ୍ୟାଳୟଗୁଡ଼ିକ ଦ୍ୱାରା ଉଚ୍ଚତମ ନ୍ୟାୟାଳୟରେ ପୃଥକ ଭାବରେ ଚ୍ୟାଲେଞ୍ଜ କରାଯାଇଥିଲା । ଏଠାରେ ମଧ୍ୟ ସେମାନେ ନିରାଶ ହୋଇଛନ୍ତି ।