ପୁଟିନଙ୍କ ବଢ଼ିଲା ଟେନସନ୍! ୟୁକ୍ରେନ ପହଞ୍ଚିଲେ ପୋଲାଣ୍ଡ ସମେତ ଏସବୁ ଦେଶର ରାଷ୍ଟ୍ରପତି
Advertisement

ପୁଟିନଙ୍କ ବଢ଼ିଲା ଟେନସନ୍! ୟୁକ୍ରେନ ପହଞ୍ଚିଲେ ପୋଲାଣ୍ଡ ସମେତ ଏସବୁ ଦେଶର ରାଷ୍ଟ୍ରପତି

Russia-Ukraine War: ବୁଧବାର ଡୁଡାଙ୍କ ପ୍ରବକ୍ତା ପାଭେଲ ସଜ୍ରୋତ୍ କହିଛନ୍ତି ଯେ, ପୋଲାଣ୍ଡର ରାଷ୍ଟ୍ରପତି ବର୍ତ୍ତମାନ ଲିଥୁଆ, ଲାଟଭିଆ ଏବଂ ଇଷ୍ଟୋନିଆର ରାଷ୍ଟ୍ରପତିଙ୍କ ସହ ୟୁକ୍ରେନରେ ଅଛନ୍ତି । ସେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପାଇଁ କୀଭ ଯାତ୍ରା କରୁଛନ୍ତି । ସୁରକ୍ଷା କାରଣରୁ ସେ କୌଣସି ବିବରଣୀ ଦେଇନାହାଁନ୍ତି ।

ପୁଟିନଙ୍କ ବଢ଼ିଲା ଟେନସନ୍! ୟୁକ୍ରେନ ପହଞ୍ଚିଲେ ପୋଲାଣ୍ଡ ସମେତ ଏସବୁ ଦେଶର ରାଷ୍ଟ୍ରପତି

ନୂଆଦିଲ୍ଲୀ: Russia-Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୫୦ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ସମୟରେ ୟୁକ୍ରେନ ସମର୍ଥନ କରିବା ପାଇଁ ପୋଲଣ୍ଡ (Poland) ଓ ୩ଟି ବାଲ୍ଟିକ ଦେଶ (Baltic Countries) ର ରାଷ୍ଟ୍ରପତି ୟୁକ୍ରେନର ରାଜଧାନୀ କୀଭ (Kyiv) ପହଞ୍ଚିଛନ୍ତି । ବୁଧବାର ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା (Polish President Andrzej Duda) ୟୁକ୍ରେନ ଯୁଦ୍ଧକୁ 'ଆତଙ୍କବାଦ' ବୋଲି କହିଛନ୍ତି ଓ ଏହି ଅପରାଧର ଅପରାଧୀ ଓ ଯିଏ ଆଦେଶ ଦେଇଛନ୍ତି ସେମାନେ ଦୋଷୀ ବୋଲି ସେ କହିଛନ୍ତି । ତିନି ବାଲ୍ଟିକ୍ ରାଷ୍ଟ୍ରପତିଙ୍କ ସହ ଡୁଡା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukrainian President Volodymyr Zelensky) ଙ୍କ ସହ ସାକ୍ଷାତ କରିବାକୁ କୀଭକୁ ଯାଇଛନ୍ତି ।

ବୁଧବାର ଡୁଡାଙ୍କ ପ୍ରବକ୍ତା ପାଭେଲ ସଜ୍ରୋତ୍ କହିଛନ୍ତି ଯେ, ପୋଲାଣ୍ଡର ରାଷ୍ଟ୍ରପତି ବର୍ତ୍ତମାନ ଲିଥୁଆ, ଲାଟଭିଆ ଏବଂ ଇଷ୍ଟୋନିଆର ରାଷ୍ଟ୍ରପତିଙ୍କ ସହ ୟୁକ୍ରେନରେ ଅଛନ୍ତି । ସେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପାଇଁ କୀଭ ଯାତ୍ରା କରୁଛନ୍ତି । ସୁରକ୍ଷା କାରଣରୁ ସେ କୌଣସି ବିବରଣୀ ଦେଇନାହାଁନ୍ତି ।

ପାଭେଲ କହିଛନ୍ତି ଯେ, ଡୁଡା ସାଙ୍କେତିକ ସମର୍ଥନ, ରାଜନୈତିକ ସମର୍ଥନ ଏବଂ ରିଲିଫ ସାମଗ୍ରୀ ଉପରେ ଆଲୋଚନା କରିବାକୁ ଆସିଛନ୍ତି । ସେ କହିଛନ୍ତି ଯେ ଏହି ଚାରି ଦେଶ ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସମସ୍ତ ଦେଶର ସୀମା ଋଷ (Russia) ସହିତ ଲାଗିଛି ଓ ସେମାନେ ୟୁକ୍ରେନକୁ ଅସ୍ତ୍ର ଯୋଗାଉଛନ୍ତି, ଯାହାକୁ ସେମାନେ 'ପ୍ରତିରକ୍ଷା' ଭାବରେ ଦର୍ଶାଉଛନ୍ତି ।

ଏହା ବି ପଢ଼ନ୍ତୁ:-କଂଗ୍ରେସ ଛାଡ଼ିବେ ହାର୍ଦ୍ଦିକ ପଟେଲ! ଦଳକୁ ନେଇ ଦେଲା ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷକୁ ଲାଗିଲା ପୁଣି ବଡ଼ ଝଟକା, ସହିବାକୁ ପଡ଼ିଲା ଏହି କ୍ଷତି

ଏହା ବି ପଢ଼ନ୍ତୁ:-ଏହି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ଛାଡ଼ିବେ କଂଗ୍ରେସ ବିଧାୟକ

 

ଚାରିଜଣ ରାଷ୍ଟ୍ରପତିଙ୍କ ଟ୍ରେନରେ ଚଢ଼ିବା ଓ ଯାତ୍ରା ସମୟରେ ଏକ ଟେବୁଲ ପାଖରେ ବସିଥିବାର ଫଟୋ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଇଷ୍ଟୋନିଆର ରାଷ୍ଟ୍ରପତି ଆଲାର୍ କରିସ୍ ଏକ ଟ୍ୱିଟର ପୋଷ୍ଟରେ କହିଛନ୍ତି ଯେ, ୟୁକ୍ରେନବାସୀଙ୍କୁ ଆମର ଦୃଢ଼ ସମର୍ଥନ ପ୍ରଦର୍ଶନ କରିବାକୁ ଆମେ ଏଠାରେ ଗସ୍ତ କରିଛୁ । ଆମେ ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ କରିବୁ । ଲିଥୁଆର ରାଷ୍ଟ୍ରପତି ଜୋର ଦେଇ କହିଛନ୍ତି ଯେ, ଏହି ଯୁଦ୍ଧରେ ଆମକୁ ଜିତିବାକୁ ପଡ଼ିବ । ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତର ବିବରଣୀ ସାର୍ବଜନୀନ କରାଯାଇ ନାହିଁ । ପୋଲାଣ୍ଡର ରାଷ୍ଟ୍ରପତି ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲୋଦିମିର ଜେଲେନସ୍କିଙ୍କ ସହ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି ।