ଉଦଘାଟନ ପୂର୍ବରୁ ଛିଙ୍କିଲା ବିଲେଇ: ମୋଦିଙ୍କ ପାଇଁ ପୂଜାରୀଙ୍କ ଅଶୁଭ ବାଣୀ
Advertisement

ଉଦଘାଟନ ପୂର୍ବରୁ ଛିଙ୍କିଲା ବିଲେଇ: ମୋଦିଙ୍କ ପାଇଁ ପୂଜାରୀଙ୍କ ଅଶୁଭ ବାଣୀ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ପୌରାଣିକ ନଗରୀ ଉଜ୍ଜୈନରେ ବୈଭବ, ପରମ୍ପରା, ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱ ବହନ କରିଥାଏ। ଏହାକୁ ଧ୍ୟାନରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ମହାକାଳ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ଯାହା ଆଜି ବାସ୍ତବ ରୂପ ନେଇଛି। ତେବେ ଏହାକୁ ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ କରିବେ ବୋଲି ଜଣା ପଡ଼ିଛି। 

ଉଦଘାଟନ ପୂର୍ବରୁ ଛିଙ୍କିଲା ବିଲେଇ: ମୋଦିଙ୍କ ପାଇଁ ପୂଜାରୀଙ୍କ ଅଶୁଭ ବାଣୀ

ନୂଆଦିଲ୍ଲୀ: ଉଜ୍ଜୈନରେ (Ujjain) ନବନିର୍ମିତ ମହାକାଳେଶ୍ୱର ଲୋକ କରିଡରକୁ (Mahakaleswar lok Corridor) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ (Prime Minister) ମୋଦି (Narendra Modi)। ଏହି କରିଡରକୁ ନେଇ ମୁଖ୍ୟମନ୍ତ୍ରୀ (Chief Minister) ଶିବରାଜ ସିଂହ ଚୌହାନ (Shivraj Singh Couhan) ୨୦୧୭ରେ ଏହାର ଉନ୍ନତି କରଣ କରିବାକୁ ସ୍ୱପ୍ନ ଦେଖିଥିଲେ। ଯାହା ଆଜି ବାସ୍ତବ ରୂପ ନେଇଛି। ତେବେ ମହାକାଳ ଦେବଙ୍କ ଆଶିର୍ବାଦ ତମାମ ଦେଶରେ ବରଷୁ ଥାଉ ବୋଲି ସେ କାମନା କରିଛନ୍ତି। ସୂଚନାଯୋଗ୍ୟ  ଶ୍ରୀ ମହାକାଳ କରିଡରେ ହେଉଛି ଏଭଳି ଏକ ସ୍ଥାନ ଯେଉଁଠାରେ ମହାପ୍ରଭୁ ଶିବଙ୍କର ଏକାଧିକ ରୂପ ଦେଖିବାକୁ ମିଳେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ପୌରାଣିକ ନଗରୀ ଉଜ୍ଜୈନରେ ବୈଭବ, ପରମ୍ପରା, ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱ ବହନ କରିଥାଏ। ଏହାକୁ ଧ୍ୟାନରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ମହାକାଳ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ଯାହା ଆଜି ବାସ୍ତବ ରୂପ ନେଇଛି। ତେବେ ଏହାକୁ ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ କରିବେ ବୋଲି ଜଣା ପଡ଼ିଛି। 

କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆଗମନ ଆଗରୁ କାଳୀ ବିରାଡ଼ି ଛିଙ୍କିଲା ଭଳି ମୋଦିଙ୍କ ପାଇଁ ଅଶୁଭ ସମୟ ଆକଳନ କରିଛନ୍ତି ସ୍ଥାନୀୟ ପୂଜାରୀ। ମୋଦିଙ୍କ ହାତରେ ବାବା ମହାକାଳଙ୍କ ଜଳାଭିଷେକ ଅଶୁଭ ରହିବ ବୋଲି ସ୍ଥାନୀୟ ପୂଜାରୀ ଭବିଷ୍ୟବାଣୀ କରିଛନ୍ତି। ମନ୍ଦିରର ପୂଜାରୀ କହିଛନ୍ତି କି ସନ୍ଧ୍ୟା ୫ଟା ପରେ ମନ୍ଦିରରେ ଜଳାଭିଷେକ କରାଯାଏ ନାହିଁ। ଫଳରେ ଏହି ସମୟରେ ମୋଦିଙ୍କୁ ଜଳାଭିଷେକ କରିବାର ସୁଯୋଗ ମିଳି ନ ପାରେ। 

ଏଠାରେ କହି ରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟା ସାଢେ ୬ଟାରେ ୨୦୦ରୁ ଅଧିକ ସନ୍ଥଙ୍କ ଉପସ୍ଥିତିରେ ମହାକାଳ ଲୋକ କରିଡରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରାୟ ୪୦ଟି ଦେଶରେ ହେବାର ସମ୍ଭାବନା ରହିଛି। ଏହି ସମୟରେ ଗାୟକ କୈଳାଶ ଖୈର ମହାକାଳ ସ୍ତୁତି ଗାନ କରିବେ ବୋଲି ଜଣାପଡ଼ିଛି। ଏହା ସହିତ ମଧ୍ୟ ପ୍ରଦେଶ, ଗୁଜୁରାଟ, ଝାରଖଣ୍ଡ, କେରଳ ସହିତ ମୋଟ ୬ଟି ରାଜ୍ୟର କଳାକାର ନିଜର କଳା ପ୍ରଦର୍ଶନ କରିବେ ବୋଲି ସୂଚନା ରହିଛି। ଇନ୍ଦୋରରେ ଉଜ୍ଜୈନ ପର୍ଯ୍ୟନ୍ତ ୬୦ କିଲୋମିଟର ଏରିଆକୁ ନବବଧୂ ଭଳି ସଜାଯାଇଛି। 

ଶ୍ରୀ ମହାକାଳ ଲୋକରେ ସ୍ଥାପିତ ପ୍ରତିମାଗୁଡ଼ିକ ତାଙ୍କୁ ଏକ ସୁନ୍ଦର ରୂପ ଦେଉଛନ୍ତି। ଏଠାରେ ଥିବା ନାଇଟ ଗାର୍ଡେନରେ ଭଗବାନ ଶିବଙ୍କ ଲୀଳା ଉପରେ ଆଧାରିତ ୧୯୦ଟି ମୂର୍ତ୍ତି ସ୍ଥାପନ କରାଯାଇଛି। ପରିସରରେ ୧୦୮ଟି ସ୍ତମ୍ଭ ମଧ୍ୟ ସ୍ଥାପନ କରାଯାଇଛି। ଏହା ଉପରେ ଭଗବାନ ଶିବ ଏବଂ ତାଙ୍କର ବିଭିନ୍ନ ଗୁଣ ଉପରେ ବିଭିନ୍ନ ଭଙ୍ଗୀକୁ ଆଧାର କରି ମୂର୍ତ୍ତି ଗୁଡ଼ିକ ଗଢା ଯାଇଛି। ଏହା ସହିତ ୧୮ ଫୁଟ ଉଞ୍ଚାର ୮ଟି ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି। ଏଥିରେ ନଟରାଜ, ଶିବଙ୍କ ପୁତ୍ର ଗଣେଶ ଓ କାର୍ତ୍ତିକ, ଦତ୍ତାତ୍ରେୟ ଆବତାର, ପଞ୍ଚମୂଖୀ ହନୁମାନ, ଚନ୍ଦ୍ରଶେଖର ମହାଦେବଙ୍କ କାହାଣୀ ଶିବ ଓ ସତ୍ତି, ସମୁଦ୍ରମନ୍ଥର ଦୃଶ୍ୟ ରହିଛି। 

ଏହି କରିଡ଼ର ଓ ମହାକାଳ ଲୋକ ପୀଠର ଉନ୍ନତି କରଣ ଦୁଇଟି ପର୍ଯ୍ୟାୟରେ ଜାରି ରହିଛି। ଏଥିପାଇଁ ଆନୁମାନିକ ୮୫୬ କୋଟି ଟଙ୍କର ଖର୍ଚ୍ଚ ହେବା ନେଇ ଅନୁମାନ କରାଯାଇଛି। ଯୋଜନାର ପ୍ରଥମ ପର୍ଯ୍ୟାୟରେ ୩୫୦ କୋଟି ଖର୍ଚ୍ଚ କରାଯିବ। ଭଗବାନ ଶ୍ରୀ ମହାକାଳେଶ୍ୱରଙ୍କ ଅଗଣାରେ ଛୋଟ ଓ ବଡ଼ ରୁଦ୍ରସାଗର, ହରସିଦ୍ଧ ମନ୍ଦିର, ଚାରଧାମ ମନ୍ଦିର, ବିକ୍ରମ ଟିଲା ପ୍ରମୁଖର ବିକାଶ କରାଯିବ। ଯେଉଁଥିରେ ମହାକାଳ ପ୍ଲାଜା, ମହାକାଲ କରିଡ଼ର, ମିଡ଼-ଓ୍ୱେ ଜୋନ, ମହାକାଲ ଥିମ ପାର୍କ, ଘାଟ ଏବଂ ଡେକ ଏରିଆ, ନୂଆ ସ୍କୁଲ କମ୍ପ୍ଲେକ୍ସ ଓ ଗଣେଶ ସ୍କୁଲ କମ୍ପ୍ଲେକ୍ସ ପ୍ରମୁଖର ମଧ୍ୟ ଉନ୍ନତି କରାଯିବ ବୋଲି ଜଣାପଡ଼ିଛି।