Lok Sabha: ଲୋକସଭାର ପ୍ରଶ୍ନକାଳ ଆଜି ପୁଣିଥର ବ୍ୟାହତ ହୋଇଛି। ଲଗାତାର 3ଦିନ ହେଲା ପ୍ରଶ୍ନକାଳ ଚାଲିପାରୁ ନାହିଁ। ଅଦାନୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ହେତୁ ଗୃହକୁ ଆଜି ମଧ୍ୟାହ୍ନ 12ଟା ଯାଏ ବାଚସ୍ପତି ମୁଲତବୀ କରିଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବ ପରେ ବାଚସ୍ପତି ନବ ନିର୍ବାଚିତ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏବଂ ରବୀନ୍ଦ୍ର ବସନ୍ତରାୟ ଚୋଭନଙ୍କୁ ଶପଥପାଠ କରାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ।
ଜାତୀୟ ରାଜପଥ ସମ୍ପର୍କିତ ଦୁଇଟି ପ୍ରଶ୍ନର ଉତ୍ତରକୁ ଗୃହର ଉପସ୍ଥାପନ କରିବାର ସୁଯୋଗ ମିଳିଥିଲା। ମନ୍ତ୍ରୀ ନିତିନ ଗଡ଼କରୀ ଯୄତରାଜପଥ ସମ୍ପର୍କରେ ବରଗଡ଼ ସାଂସଦ ପଚାରିଥିବ ପ୍ରଶ୍ନ ର ଉତ୍ତର ରଖିଥିଲେ। ଏହି ସମୟରେ ବିରୋଧୀ ଦଳ ସାଂସଦମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଦେଖି ବାଚସ୍ପତି ଓମ ବିର୍ଲା ସଦସ୍ୟମାନଙ୍କୁ ସମସ୍ତ ବିଷୟରେ ଆଲୋଚନା ପାଇଁ ସୁଯୋଗ ଦେବ ବୋଲି କହିଥିଲେ. ଯେଉଁ ପ୍ରସଙ୍ଗ ଦେଶରବନୁହେଁ ସେ ସମ୍ବନ୍ଧରେ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ। ଏପରିକି ସାଂସଦ ମାନେ ସେମାନଙ୍କ ଅଂଚଳର ବିଭିନ୍ନ ପ୍ରସଙ୍ଗକୁ ଆଲୋଚନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ବିରୋଧି ଏହାକୁ ନ ଶୁଣି ଗୃହର ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟକୁ ମୁଲତବୀ କରିଥିଲେ ବାଚସ୍ପତି.