ଅଷ୍ଟମ ବେତନ ଆୟୋଗକୁ ନେଇ ମୋଦି ସରକାର ଦେଲେ ବଡ଼ ଅପଡେଟ୍, କେନ୍ଦ୍ର କର୍ମଚାରୀଙ୍କ ପାଇଁ କଲେ ବଡ଼ ଘୋଷଣା
Advertisement

ଅଷ୍ଟମ ବେତନ ଆୟୋଗକୁ ନେଇ ମୋଦି ସରକାର ଦେଲେ ବଡ଼ ଅପଡେଟ୍, କେନ୍ଦ୍ର କର୍ମଚାରୀଙ୍କ ପାଇଁ କଲେ ବଡ଼ ଘୋଷଣା

7th Pay Commission: ବର୍ତ୍ତମାନର ନିୟମ ପରି AICPI ସୂଚକାଙ୍କ ଆଧାରରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ । ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ସମୟରେ କେନ୍ଦ୍ର କର୍ମଚାରୀମାନେ ୩୪ ପ୍ରତିଶତ ମହଙ୍ଗା ଭତ୍ତା (DA) ପାଉଛନ୍ତି । 

ଅଷ୍ଟମ ବେତନ ଆୟୋଗକୁ ନେଇ ମୋଦି ସରକାର ଦେଲେ ବଡ଼ ଅପଡେଟ୍, କେନ୍ଦ୍ର କର୍ମଚାରୀଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: 7th Pay Commission: ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି କେନ୍ଦ୍ର କର୍ମଚାରୀ (Central government employees) ଅଛନ୍ତି, ତେବେ ଏହି ଖବର ଆପଣଙ୍କ ଜରୁରୀ । ଆଜ୍ଞା ହଁ, ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ସରକାର ତରଫରୁ ଜୁଲାଇର ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧିକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏହାପୂର୍ବରୁ ସରକାର ଅଷ୍ଟମ ବେତନ ଆୟୋଗ  (8th Pay Commission)  ଉପରେ ନିଜର ସ୍ଥିତିକୁ ସ୍ପଷ୍ଟ କରିଛନ୍ତି । ସରକାର ଅଷ୍ଟମ ବେତନ ଆୟୋଗ ଗଠନ କରିବେ କି ନାହିଁ ତାହା କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସଂସଦରେ ସରକାର ଅଷ୍ଟମ ବେତନ ଆୟୋଗ ଓ ଦରମା ବୃଦ୍ଧି ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ।

କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ (Pankaj Chaudhary) ଲୋକସଭାରେ ଏକ ଲିଖିତ ଉତ୍ତରରେ ସରକାରୀ କର୍ମଚାରୀଙ୍କ ଦରମା ସହ ଜଡିତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଅଷ୍ଟମ ବେତନ ଆୟୋଗ ଗଠନ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହି । କେତେକ ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଇଥିଲା ଯେ, ଏହା ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବ ।

ଅଷ୍ଟମ ବେତନ ଆୟୋଗ ଗଠନ ହେବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।  ଆପଣଙ୍କୁ କହି ରଖୁଛୁ ଯେ, ଫେବୃଆରୀ ୨୦୨୪ରେ ସରକାର ସପ୍ତମ ବେତନ ଆୟୋଗ ଗଠନ କରିଥିଲେ । ଯାହାର ସୁପାରିଶ ୧ ଜାନୁଆରୀ ୨୦୧୬ରୁ କାର୍ଯ୍ୟକାରୀ କରାଯାଇଥିଲା । ଯେତେବେଳେ ଅର୍ଥ ରାଜ୍ୟ ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ଦରଦାମ୍ ବୃଦ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ଦରମା କିପରି ବୃଦ୍ଧି ପାଇବ? ଏହା ଉପରେ ସେ କହିଛନ୍ତି ଯେ, ପ୍ରତି ୬ ମାସରେ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଦିଆଯିବ ।

ଏହା ବି ପଢ଼ନ୍ତୁ:-DL ନଥିଲେ ବି କଟିବନି ଚାଲାଣ! ଜାଣନ୍ତୁ କେମିତି

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ କୁମାର, ପୋଲ୍ ଖୋଲିଲେ ମୋଦି

ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସିଏମ ପଦ ପାଇଁ ତେଜସ୍ୱୀ ଯାଦବ ପ୍ରଥମ ପସନ୍ଦ, ଜାଣନ୍ତୁ ନୀତିଶ କୁମାର ବିଜେପିଠୁ ଅଲଗା ହେବା ପରେ କାହାକୁ ହେଉଛି ଅଧିକ ଲାଭ

 

ବର୍ତ୍ତମାନର ନିୟମ ପରି AICPI ସୂଚକାଙ୍କ ଆଧାରରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ । ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ସମୟରେ କେନ୍ଦ୍ର କର୍ମଚାରୀମାନେ ୩୪ ପ୍ରତିଶତ ମହଙ୍ଗା ଭତ୍ତା (DA) ପାଉଛନ୍ତି । ସରକାରଙ୍କ ତରଫରୁ ଏହାକୁ ଜାନୁଆରୀ ମାସରେ ବୃଦ୍ଧି କରାଯାଇଥିଲା । ଜୁଲାଇ ପାଇଁ ମହଙ୍ଗା ଭତ୍ତା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । AICPI ସୂଚକାଙ୍କ ତଥ୍ୟକୁ ଭିତ୍ତିକରି ଏଥର ଏହା ୪-୫ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସପ୍ତମ ବେତନ ଆୟୋଗର ସୁପାରିଶରେ ଜଷ୍ଟିସ ମାଥୁର କହିଥିଲେ ଯେ, ଆମେ ଆକ୍ରୋଡ ସୂତ୍ର ଅନୁଯାୟୀ ବେତନ ସଂରଚନା ସ୍ଥିର କରିବାକୁ ଚାହୁଁଛୁ । ଏହି ନିୟମରେ କୋଷ୍ଟ୍ ଅଫ୍ ଲିଭିଂକୁ ମଧ୍ୟ ଧ୍ୟାନକୁ ରଖାଯାଇଥାଏ । ଏହି ଫର୍ମୂଲା ୱାଲାସ୍ ରୁଡେଲ୍ ଆୟକରାୟଡ ପ୍ରଦାନ କରିଥିଲେ । ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୭,୦୦୦ରୁ ବଢ଼ାଇ ୧୮,୦୦୦ ଟଙ୍କା କରିଥିଲେ । ଜଷ୍ଟିସ ମାଥୁର ସୁପାରିଶରେ କହିଛନ୍ତି ଯେ, ସରକାର ପ୍ରତିବର୍ଷ ମୂଲ୍ୟ ସୂଚକାଙ୍କ ଅନୁଯାୟୀ କେନ୍ଦ୍ର କର୍ମଚାରୀଙ୍କ ଦରମା ସମୀକ୍ଷା କରିବା ଆବଶ୍ୟକ ।