Odisha News: ଆଜି ମାଓବାଦୀଙ୍କ ବନ୍ଦ ଡାକରା, ମାଲକାନଗିରି ସୀମାନ୍ତରେ ପୁଲିସର କଡ଼ା ସୁରକ୍ଷା, ୩୩ ନକ୍ସଲଙ୍କ ଆତ୍ମସମର୍ପଣ
Advertisement
Article Detail0/zeeodisha/odisha2264315

Odisha News: ଆଜି ମାଓବାଦୀଙ୍କ ବନ୍ଦ ଡାକରା, ମାଲକାନଗିରି ସୀମାନ୍ତରେ ପୁଲିସର କଡ଼ା ସୁରକ୍ଷା, ୩୩ ନକ୍ସଲଙ୍କ ଆତ୍ମସମର୍ପଣ

Odisha News:  ମାଲକାନଗିରି, ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ମାଓବାଦୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରକୁ ବିରୋଧ କରି ଛତିଶଗଡ଼ରେ ମାଓବାଦୀ ମାନେ ବନ୍ଦ ଡାକରା ଦେଇଛନ୍ତି। ସେମାନେ ଆଜି ବନ୍ଦ ପାଳନକୁ ସମର୍ଥନ କରି ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। 

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha News:  ମାଲକାନଗିରି, ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ମାଓବାଦୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରକୁ ବିରୋଧ କରି ଛତିଶଗଡ଼ରେ ମାଓବାଦୀ ମାନେ ବନ୍ଦ ଡାକରା ଦେଇଛନ୍ତି। ସେମାନେ ଆଜି ବନ୍ଦ ପାଳନକୁ ସମର୍ଥନ କରି ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନ‌ରେ ବ୍ୟାନର ଓ ପୋଷ୍ଟର ମାରି ଲୋକଙ୍କୁ ଜଣାଇଛନ୍ତି। ଜନଯୁଦ୍ଧକୁ ତୀବ୍ରତର କରିବାକୁ ମାଓବାଦୀ ଆହ୍ବାନ ଦେବା ପରେ ଆଜି ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଅନ୍ୟପ‌ଟେ କମ୍ବିଂ ଅପରେସନକୁ ଗତିରୋଧ କରିବାକୁ ସୁକମା ଏବଂ ଦନ୍ତେୱାଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ମାନେ ଗଛ କାଟି ରାସ୍ତାରେ ପକାଇ ଦେଇଛନ୍ତି। ଏଥିସହ ସୁକମା ଜିଲ୍ଲାର ଭେଜ୍ଜି ଠାରେ ପୁଲିସ ଉପରକୁ ଗୁଳି ଚଳାଇଛନ୍ତି। 

ଏଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି। ଅନ୍ୟପଟେ ମାଓବାଦୀ ମାନେ ବ୍ୟାନର୍ ରେ ଦର୍ଶାଇଛନ୍ତି ଯେ, ବିଜାପୁର ଜିଲ୍ଲାର ପଡ଼ିଆରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୧୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗ୍ରାମବାସୀ ପ୍ରାଣ ହରାଇଛନ୍ତି। ଶିଳ୍ପସଂସ୍ଥାର ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜଳ, ଜଙ୍ଗଲ ସହ ଜମିକୁ ଅକ୍ତିଆର କରୁଛନ୍ତି। ବିରୋଧ କଲେ ନରସଂହାର କରିବାକୁ ପଛାଉନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ବିଜାପୁର ଜିଲ୍ଲାରେ ମଧ୍ୟ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନକୁ ଜୋର୍‌ଦାର କରିଛନ୍ତି। ପ୍ରାୟ ୨ହଜାର ଯବାନ ଘଞ୍ଚ ଜଙ୍ଗଲ ଏବଂ ସନ୍ଦିଗ୍ଧ ଠିକଣାରେ ଅପରେସନ ଜାରି ରଖିଛନ୍ତି। ଗୁଇନ୍ଦା ବିଭାଗ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖି ତୁରନ୍ତ ସୂଚନା ଦେଉଛି। ହିଂସା ଘଟାଇ ମାଓବାଦୀ ମାଲକାନଗିରି ଜିଲ୍ଲାରେ ପଶିବାର ସମ୍ଭାବନା ରହିଛି। ତେଣୁ ମାଲକାନଗିରି ଜିଲ୍ଲା ପୁଲିସ ମଧ୍ୟ ସତର୍କ ରହିଛି। ଆବଶ୍ୟକସ୍ଥଳେ ତୁରନ୍ତ ଅପେରସନ୍‌ ଆରମ୍ଭ କରିବାକୁ ଯବାନଙ୍କୁ ପ୍ରସ୍ତୁତ କରି ରଖାଯାଇଛି। 
ଅନ୍ୟପଟେ ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସଙ୍ଗଠନର ୩୩ଜଣ ମାଓବାଦୀ ପୁଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି। ଛତିଶଗଡ ବିଜାପୁର ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ମାନେ ବିଜାପୁର ଜିଲ୍ଲା ଗାଙ୍ଗୁଲୁର ଏରିଆ କମିଟି ସଦସ୍ୟ ବୋଲି ଜଣାପଡ଼ିଛି।