Gajalakshmi Raja Yoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ଚାକିରିରେ ମିଳିବ ପଦୋନ୍ନତି ସହ ଆକସ୍ମିକ ଧନଲାଭର ରହିଛି ଯୋଗ!
Advertisement
Article Detail0/zeeodisha/odisha2296336

Gajalakshmi Raja Yoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ଚାକିରିରେ ମିଳିବ ପଦୋନ୍ନତି ସହ ଆକସ୍ମିକ ଧନଲାଭର ରହିଛି ଯୋଗ!

Gajalakshmi Raja Yoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା  ଜୁଲାଇ ୮ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବେ । ପରେ ବୃହସ୍ପତି ପୁଣିଥରେ ଅଗଷ୍ଟ ୩ରେ ସେହି ରାଶିରେ ଓଲଟା ଚଳନ କରିବେ। ବୃହସ୍ପତିଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ତେବେ, ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ।  ତେବେ ଆସନ୍ତୁ ଜାଣିବା ଏହି ଗଜଲକ୍ଷ୍ମୀ ରାଜଯୋଗ କେଉଁ ସବୁ ରାଶିଙ୍କୁ ଧନବାନ୍ କରିବାକୁ ଯାଉଛି।

 Gajalakshmi Raja Yoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ଚାକିରିରେ ମିଳିବ ପଦୋନ୍ନତି ସହ ଆକସ୍ମିକ ଧନଲାଭର ରହିଛି ଯୋଗ!

Gajalakshmi Raja Yoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର ଗୁରୁ ବୋଲି କୁହାଯାଏ। ତେବେ, ବୃହସ୍ପତିଙ୍କ ଚଳନ ବା ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଶାସ୍ତ୍ର ଅନୁଯାୟୀ, ଆସନ୍ତା  ଜୁଲାଇ ୮ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବେ । ପରେ ବୃହସ୍ପତି ପୁଣିଥରେ ଅଗଷ୍ଟ ୩ରେ ସେହି ରାଶିରେ ଓଲଟା ଚଳନ କରିବେ। ବୃହସ୍ପତିଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ତେବେ, ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ।  ତେବେ ଆସନ୍ତୁ ଜାଣିବା ଏହି ଗଜଲକ୍ଷ୍ମୀ ରାଜଯୋଗ କେଉଁ ସବୁ ରାଶିଙ୍କୁ ଧନବାନ୍ କରିବାକୁ ଯାଉଛି।

ALSO READ: Road Accident: ତାମଡା ଘାଟିରେ ବ୍ରେକ୍ ଫେଲ୍ ହେଲା ଯାତ୍ରୀବାହୀ ବସ୍ , ଘଟଣାସ୍ଥଳରେ...

ମେଷ ରାଶି:  ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବୃହସ୍ପତିଙ୍କର ଶୁଭ ପ୍ରଭାବ ଯୋଗୁଁ, ଚାକିରିରେ କ୍ଷେତ୍ରରେ ପଦୋନ୍ନତି ସହ ପ୍ରସଂଶା ମିଳିବ । ବେରୋଜଗାରୀମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରିବେ। ନିବେଶରୁ ହଠାତ୍ ଲାଭ ମିଳିବ । ସ୍ବାସ୍ଥ୍ୟ ଭଲ ରହିବ। 

କର୍କଟ ରାଶି: ବୃହସ୍ପତିଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁକୂଳ ରହିବ । ଜୀବନରେ ଉନ୍ନତି ଆସିବ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକେ ବିବାହ ନେଇ ଭଲ ପ୍ରସ୍ତାବ ପାଇପାରନ୍ତି । ବିନିଯୋଗରୁ ଆର୍ଥିକ ଭାବେ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ ।

ସିଂହ ରାଶି: ଏହି ସମୟରେ ସିଂହ ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

ଧନୁ ରାଶି:  ଗଜଲକ୍ଷ୍ମୀ ରାଜଯୋଗ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ। ବୃହସ୍ପତି ଚଳନ ଫଳରେ ଆର୍ଥିକ ଲାଭ ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ପ୍ରେମୀ ଯୁଗଳ ପ୍ରେମ ସଂପର୍କରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବ । ବୈବାହିକ ଜୀବନ ସୁଖମୟ ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)