ଓଡ଼ିଶା ହାଇକୋର୍ଟ ବିଚାରପତି ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀ ହେବେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାପତି
Advertisement
Article Detail0/zeeodisha/odisha2033525

ଓଡ଼ିଶା ହାଇକୋର୍ଟ ବିଚାରପତି ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀ ହେବେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାପତି

Supreme Court collegium: ଓଡ଼ିଶା ହାଇକୋର୍ଟ ବିଚାରପତି ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାପତି ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କ ସହ ଅନ୍ୟ ୪ ଜଣ ବିଚାରପତିଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟ ଲାଗି ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି ।

 

BR Sarangi

Supreme Court of India: ସୁପ୍ରିମ୍‍ କୋର୍ଟ କଲିଜିୟମ ନିଷ୍ପତ୍ତି ଆଧାରରେ ହାଇକୋର୍ଟ ମୁଖ୍ୟ ବିଚାପତି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶା ହାଇକୋର୍ଟ ବିଚାରପତି ବିଦ୍ୟୁତ୍‍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାପତି ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କ ସହ ଅନ୍ୟ ୪ ଜଣ ବିଚାରପତିଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟ ଲାଗି ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି।

ସୁପ୍ରିମକୋର୍ଟ କଲିଜିୟମ ରାଜସ୍ଥାନ, ଆହ୍ଲାବାଦ, ଗୌହାଟି, ପଞ୍ଜାବ ଆଣ୍ଡ ହରିୟାଣା ଓ ଝାଡଖଣ୍ଡ ହାଇକୋର୍ଟ ପାଇଁ ନୂତନ ପ୍ରଧାନ ବିଚାରପତି (ସିଜେ) ନିଯୁକ୍ତ କରିବାକୁ  ସୁପାରିଶ କରିଛନ୍ତି। 

ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ବି.ଆର ଗାଭାଇଙ୍କୁ ନେଇ ଗଠିତ କଲିଜିୟମ୍ ଏହି ପ୍ରସ୍ତାବ ପାରିତ କରିଛି। ଯାହାକୁ ଆଜି ସନ୍ଧ୍ୟାରେ ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରାଯାଇଛି ।

ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନିମ୍ନଲିଖିତ ବିଚାରପତିମାନଙ୍କୁ ସୁପାରିଶ କରାଯାଇଛି:

ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ପାଇଁ ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ ମନିନ୍ଦ୍ର ମୋହନ ଶ୍ରୀବାସ୍ତବଙ୍କୁ ସୁପାରିଶ କରାଯାଇଛି।

ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ପାଇଁ ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ଅରୁଣ ବସାଂଲୀଙ୍କୁ ନାମ ସୁପାରିଶ କରାଯାଇଛି।

ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ଗୌହାଟି ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।

ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ଶିଲ ନାଗୁଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।

ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।