North Korea Govt Order: 'ନିଜ ପିଲାଙ୍କ ନାମ ରଖନ୍ତୁ ବୋମା, ବନ୍ଧୁକ ଏବଂ ସାଟେଲାଇଟ'
Advertisement

North Korea Govt Order: 'ନିଜ ପିଲାଙ୍କ ନାମ ରଖନ୍ତୁ ବୋମା, ବନ୍ଧୁକ ଏବଂ ସାଟେଲାଇଟ'

North Korea Name: ଉତ୍ତର କୋରିଆ ସେହି ନାମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି, ଯାହାକୁ ଦେଶର ସରକାର ଅତି ନରମ ମନେ କରୁଛନ୍ତି। ଦେଶର ସରକାର ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଲୋକଙ୍କୁ ଅଧିକ ଦେଶପ୍ରେମୀ ଏବଂ ଆଦର୍ଶଗତ ନାମ ରଖିବାକୁ ହେବ।

 North Korea Govt Order: 'ନିଜ ପିଲାଙ୍କ ନାମ ରଖନ୍ତୁ ବୋମା, ବନ୍ଧୁକ ଏବଂ ସାଟେଲାଇଟ'

North Korea News: ପୁଣି ଥରେ ନିଜର ଆଦେଶ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉଙ୍ଗ। ସଦ୍ୟ କିମ୍ ଯେଉଁ ଆଦେଶ ଦେଇଛନ୍ତି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଉତ୍ତର କୋରିଆର ଅଭିଭାବକଙ୍କୁ ମିଳିଛି  ଏକ ଅଜବ ଆଦେଶ। ଉତ୍ତର କୋରିଆ ଅଧିକାରୀ ଦେଶର ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କ ନାମକୁ ବୋମା, ବନ୍ଧୁକ ଏବଂ ଉପଗ୍ରହ ଭଳି ଶବ୍ଦରେ ନାମିତ କରିବାକୁ କହିଛନ୍ତି। 

ପିଲାଙ୍କ ଏଭଳି ନାମକରଣ ଦେଶପ୍ରେମରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। ଉତ୍ତର କୋରିଆ (North Korea) ସେହି ନାମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି, ଯାହାକୁ ଦେଶର ସରକାର ଅତି ନରମ ମନେ କରୁଛନ୍ତି। ଏହାପୂର୍ବରୁ କମ୍ୟୁନିଷ୍ଟ ସରକାର ଲୋକଙ୍କୁ ଦକ୍ଷିଣ କୋରିଆ ପରି 'ଏ-ରି' (A Ri Love One) 'ସୁ-ମି' (Su Mi Means Super Beauty) ଭଳି ସୁନ୍ଦର ନାମ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ହେଲେ ବର୍ତ୍ତମାନ ଉତ୍ତର କୋରିଆ ସରକାର ଦେଶବାସୀଙ୍କୁ (North Korean Citizens) ନିର୍ଦ୍ଦେଶ ଦେଇଛନ୍ତି ଯେ ଏପରି ନାମ ଥିବା ଲୋକଙ୍କୁ ଅଧିକ ଦେଶପ୍ରେମୀ ଏବଂ ଆଦର୍ଶଗତ ନାମ ରଖିବାକୁ ହେବ।

Also Read: ଉତ୍ତର କୋରିଆରେ ୧୧ ଦିନ ଯାଏଁ ହସିବା ଓ ମଦ ପିଇବା ଉପରେ ବ୍ୟାନ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉଙ୍ଗ ଚାହୁଁଛନ୍ତି ଯେ, ଦେଶର ଅଭିଭାବକ ସେମାନଙ୍କ ପିଲାଙ୍କ ନାମ ଏପରି ରଖନ୍ତୁ। ଯିଏ କେହି ଆଦେଶ ପାଳନ କରନ୍ତି ନାହିଁ, ତାହେଲେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ। ପିଲାଙ୍କ ନାମ କ'ଣ ରଖାଯିବ ତାହର ଏକ ତାଲିକା ଜାରି କରିଛନ୍ତି ଉତ୍ତର କୋରିଆ ସରକାର। ଏହି ତାଲିକାରେ ସାମିଲ ହୋଇଥିବା ନାଁ ହେଉଛି ପକ୍-୨ ଅର୍ଥାତ ବୋମା (Pok II Means Bomb), ଚୁଙ୍ଗ୍ ସିମ୍ ଅର୍ଥାତ ବିଶ୍ୱସ୍ତତା (Chung Sim Means Loyalty) ଏବଂ ଉଇ ସଙ୍ଗ ଅର୍ଥାତ ଉପଗ୍ରହ (Ui Song Means Satelite) ଅନ୍ତର୍ଭୁକ୍ତ। ରେଡିଓ ଫ୍ରି ଏସିଆ (Radio Free Asia) ସହିତ କଥାବାର୍ତ୍ତା କରୁଥିବା ଜଣେ ନାଗରିକ କହିଛନ୍ତି ଯେ, ଲୋକ ଅଭିଯୋଗ କରୁଛନ୍ତି ଯେ ସରକାର ଯାହା ଚାହୁଁଛନ୍ତି ତାହା ନାମକରଣ କରିବାକୁ ଅଧିକାରୀ ଚାପ ପକାଉଛନ୍ତି। ଗତ ମାସରୁ ଲୋକଙ୍କୁ ନୋଟିସ ଜାରି କରାଯାଉଛି। ନାମ ପରିବର୍ତ୍ତନ କରିବାକୁ ତାଙ୍କୁ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

Also Read: North କୋରିଆରେ ଖାଇବା ମନା ! ଦାମ ଶୁଣିଲେ ଉଡ଼ିଯିବ ହୋସ୍

ଦେଶର ନାଗରିକଙ୍କ ପାଇଁ ଜାରି ହୋଇଥିବା ଆଦେଶ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର କୋରିଆ ସରକାର (North Korean Govt)। ଏନେଇ କୁହାଯାଇଛି ଯେ କ୍ରାନ୍ତିକାରୀ ମାନକ ପୂରଣ କରିବା ପାଇଁ ସେମାନଙ୍କ ନାମର ରାଜନୈତିକ ସମ୍ପର୍କ ରହିବା ଆବଶ୍ୟକ। ହେଲେ ଦେଶର ସରକାରଙ୍କ ଏହି ଆଦେଶକୁ ତାତି ଉଠିଛନ୍ତି ଉତ୍ତର କୋରିଆ ଅଭିଭାବକ (North Korean Guardian)। ସେମାନେ ନାମ ପରିବର୍ତ୍ତନ କରିବାକୁ ନେଇ ଡରୁଛନ୍ତି। ଦେଶର ନାଗରିକ ପ୍ରଶ୍ନ ଉଠାଇଛନ୍ତି ଯେ ଜଣେ ବ୍ୟକ୍ତି କିପରି ନିଜର ନାମ ରଖିବାର ସ୍ୱାଧୀନତା ପାଇପାରିବ ନାହିଁ। ଉତ୍ତର କୋରିଆ ଅଧିକାରୀ କହିଛନ୍ତି ଯେ ଦେଶର ନାଗରିକଙ୍କ ନାମ ଦକ୍ଷିଣ କୋରିଆ ଭଳି ହେବା ଠିକ ନୁହେଁ। ଉତ୍ତର କୋରିଆ ପ୍ରାୟତ ଦକ୍ଷିଣ ସୀମାନ୍ତ ଅଞ୍ଚଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥାଏ। ଯେଉଁଥିପାଇଁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗିଥାଏ।