nobel prize: ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ
Advertisement

nobel prize: ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ

ଶାର୍ପଲେସ୍ ଦ୍ୱିତୀୟ ଥର ପାଇଁ ନୋବେଲ ପୁରସ୍କାର ଜିତିଛନ୍ତି। ଏହା ସହିତ ସେ ପଞ୍ଚମ ବ୍ୟକ୍ତି ଭାବରେ ଏହିପରି ଉପଲବ୍ଧି ହାସଲ କରିଛନ୍ତି। ସେ ୨୦୦୧ ରେ ରସାୟନ ବିଜ୍ଞାନ ନୋବେଲ ମଧ୍ୟ ଜିତିଥିଲେ।

nobel prize: ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ

ନୂଆଦିଲ୍ଲୀ: ଭେଷଜ ଓ ପଦାର୍ଥ ବିଜ୍ଞାନ ପରେ ଆଜି ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ ପାଇଁ ଆଜି ୩ ବୈଜ୍ଞାନିକଙ୍କ ନାଁ ଘୋଷଣା କରାଯାଇଛି। ଅଣୁ ନିର୍ମାଣ ପାଇଁ ଏକ କୁଶଳ ଉପକରଣ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଗବେଷଣା ପାଇଁ ବୈଜ୍ଞାନିକ କ୍ୟାରୋଲିନ ବେର୍ତ୍ତୋଜିଙ୍କ ସହ ମୋର୍ଟେନ ମେଲଡାଲ ଓ ବ୍ୟାରି ସାର୍ପଲେସ ଏହି ପୁରସ୍କାର ପାଇବେ।  

ଏଠାରେ କହି ରଖୁ କି ଶାର୍ପଲେସ୍ ଦ୍ୱିତୀୟ ଥର ପାଇଁ ନୋବେଲ ପୁରସ୍କାର ଜିତିଛନ୍ତି। ଏହା ସହିତ ସେ ପଞ୍ଚମ ବ୍ୟକ୍ତି ଭାବରେ ଏହିପରି ଉପଲବ୍ଧି ହାସଲ କରିଛନ୍ତି। ସେ ୨୦୦୧ ରେ ରସାୟନ ବିଜ୍ଞାନ ନୋବେଲ ମଧ୍ୟ ଜିତିଥିଲେ। ୨୦୨୧ ରସାୟନ ବିଜ୍ଞାନ ପୁରସ୍କାର ମଧ୍ୟ ଦୁଇ ଅନୁସନ୍ଧାନକାରୀଙ୍କୁ ପ୍ରଦାନ କରାଯାଇଥିଲା। ଜର୍ମାନୀର ବେଞ୍ଜାମିନ୍ ଲିଷ୍ଟ ଏବଂ ସ୍କଟଲ୍ୟାଣ୍ଡର ଜନ୍ମିତ ଡେଭିଡ ଡବ୍ଲୁସି ମ୍ୟାକମିଲାନ ଅଣୁ ତିଆରି କରିବାର ଏକ ସବୁଜ, ପରିଷ୍କାର ଉପାୟରେ ଅନୁସନ୍ଧାନ ପାଇଁ ଏହି ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ ସୋମବାରରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି। ସୋମବାର ଭେଷଜ ପାଇଁ ଘୋଷଣା ହୋଇଥିଲା। ଭେଷଜରେ ସ୍ୱେଣ୍ଟ ପାବୋଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଏହି ସପ୍ତାହରେ ଗୁରୁବାର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ। ସେହିପରି ୧୦ ତାରିଖରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ ।

ଉଲ୍ଲେଖଯୋଗ୍ୟ ଉଦ୍‌ଭାବକ ଆଲ୍‌ଫ୍ରେଡ୍‌ ନେବେଲ୍‌ଙ୍କ ଇଚ୍ଛାକୁ ଆଧାର କରି ମାନବଜାତିର ପ୍ରଭୁତ୍ବ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ବ ଓ ସଙ୍ଗଠନଗୁଡ଼ିକୁ ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମରଣୋତ୍ତର ପୁରସ୍କାର ଦିଆଯିବ ନାହିଁ ୧୯୭୪ରୁ ନୋବେଲ୍‌ ଫାଉଣ୍ଡେସନ୍‌ ସ୍ଥିର କରିଛି। କିନ୍ତୁ, ପୁରସ୍କାର ଘୋଷଣା (ଅକ୍ଟୋବର) ଓ ପୁରସ୍କାର ପ୍ରଦାନ (ଡିସେମ୍ବର) ମଧ୍ୟରେ ଯଦି ପୁରସ୍କାର ପାଇବାକୁ ଥିବା କୌଣସି ବ୍ୟକ୍ତି ମରିଯାଆନ୍ତି ତାଙ୍କୁ ପୁରସ୍କାର ଦିଆଯିବ। ଏହି ପରିବର୍ତ୍ତନ ପୂର୍ବରୁ ମାତ୍ର ୨ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସମ୍ପ୍ରତି ପ୍ରତି ବିଭାଗରେ ନୋବେଲ୍‌ ପୁରସ୍କାର ବାବଦରେ ୮୯୫,୦୦୦ ଡଲାର୍‌ ଏବଂ ୧୮ କ୍ୟାରେଟ୍‌ର ସ୍ବର୍ଣ୍ଣପଦକ ପ୍ରଦାନ କରାଯାଉଛି।