Kurnool News: ଜେଲ୍ ବାହାରେ ବାହୁନି ବାହୁନି କାନ୍ଦୁଛି କୁନି ଝିଅ, ମୋ ମା'କୁ...
Advertisement

Kurnool News: ଜେଲ୍ ବାହାରେ ବାହୁନି ବାହୁନି କାନ୍ଦୁଛି କୁନି ଝିଅ, ମୋ ମା'କୁ...

Kurnool News:  ଯାହା ଫଳରେ ମହିଳାଙ୍କୁ ଗିରଫ କରାଯାଇଥିଲା। ହେଲେ ଏହାପରେ ଆରମ୍ଭ ହୋଇଥିଲା ସମସ୍ୟା ।୪ ଭାଇ ଭଉଣୀଙ୍କୁ ନେଇ ୯ବର୍ଷୀୟ ନାବାଳିକା ମାଙ୍କୁ ଭେଟିବାକୁ ଯାଇଥିଲେ ହେଲେ ସମ୍ଭବ ହୋଇନଥିଲା। ଏହି ଭିଡିଓ ଟି ଭାଇରାଲ ହେବା ପରେ ଜେଲ୍ ସୁପରିଟେଣ୍ଡଣ୍ଟ ମହିଳାଙ୍କୁ ତାଙ୍କ ଝିଅ ସହ ଭେଟ ହେବାକୁ ଅନୁମତି ଦେଇଥିଲେ। 

 

Kurnool News: ଜେଲ୍ ବାହାରେ ବାହୁନି ବାହୁନି କାନ୍ଦୁଛି କୁନି ଝିଅ, ମୋ ମା'କୁ...

Kurnool News: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଗୋଟେ କୁନି ଝିଅ ଏକ ଗେଟ୍ ସାମ୍ନାରେ ଛିଡ଼ା ହୋଇ ବାହୁନି ବାହୁନି କାନ୍ଦୁଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଥିଲା। ଘଟଣାଟି ଗତକାଲିର । ଏହି ଘଟଣାଟି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଅଞ୍ଚଳର (Andhra Pradesh Kurnool)  । ଏହି ଭିଡିଓ ଭାଇରାଲ ପରେ ଏହି କୁନି ଝିଅକୁ ତାଙ୍କ ମା ସହ ଭେଟ ହେବାକୁ ଦିଆଯାଇଥିଲା । ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଯେ କୁନି ଝିଅଟି ବାହୁନି ବାହୁନି କାହିଁକି କାନ୍ଦୁଥିଲା। ଘଟଣାରେ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ସହରର ମଣ୍ଡଳ ତହସିଲଦାର କାର୍ଯ୍ୟାଳୟ ଅଞ୍ଚଳର। ଦେଖିବାକୁ ମିଳିଥିଲା ଯେ, କିଛି ଲୋକ ନିଜ ସମ୍ପର୍କୀୟକୁ ଜେଲରେ ଭେଟିବାକୁ ଆସିଥିଲେ ଆଉ ଏହି ଭିଡିଓଟି ସୋସିଆଲ ମିଡିଆରେ ସେୟାର କରିଥିଲେ। 

ଘଟଣାଟି ଥିଲା ଏମିତି, ଏହି କୁନି ଝିଅର ମାକୁ ଜେଲ୍ ରେ ରଖାଯାଇଛି । କାରଣ ସେହି ମହିଳାଙ୍କ ଉପରେ ଚୋରି କରିବାର ଅଭିଯୋଗ ରହିଛି। ମହିଳାଙ୍କ ସ୍ୱାମୀ ମହିଳାଙ୍କୁ ଓ ୫ ପିଲାଙ୍କୁ ଛାଡି ଦେଇଥିଲେ । ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ରହିଛନ୍ତି । କଷ୍ଟେ ମଷ୍ଟେ ମହିଳା ନିଜର ୫ ପିଲାଙ୍କୁ ନେଇ ପ୍ରତିପୋଷଣ କରୁଥିଲେ ହେଲେ ହଠାତ୍ ତାଙ୍କ ଉପରେ ଚୋରି କରିବାର ଅଭିଯୋଗ ଆସିଥିଲା । ଯାହା ଫଳରେ ମହିଳାଙ୍କୁ ଗିରଫ କରାଯାଇଥିଲା। ହେଲେ ଏହାପରେ ଆରମ୍ଭ ହୋଇଥିଲା ସମସ୍ୟା ।୪ ଭାଇ ଭଉଣୀଙ୍କୁ ନେଇ ୯ବର୍ଷୀୟ ନାବାଳିକା ମାଙ୍କୁ ଭେଟିବାକୁ ଯାଇଥିଲେ ହେଲେ ସମ୍ଭବ ହୋଇନଥିଲା। ଏହି ଭିଡିଓ ଟି ଭାଇରାଲ (Video Viral) ହେବା ପରେ ଜେଲ୍ ସୁପରିଟେଣ୍ଡଣ୍ଟ ମହିଳାଙ୍କୁ ତାଙ୍କ ଝିଅ ସହ ଭେଟ ହେବାକୁ ଅନୁମତି ଦେଇଥିଲେ। 

ସେପଟେ ଅନ୍ୟ ପିଲାମାନଙ୍କୁ ମହିଳାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲା ଜେଲ ଅଧୀକ୍ଷକ(Jail Superintendent) ଗାନି ନାୟକ କହିଛନ୍ତି ଯେ ମହିଳାଙ୍କ ନାଁ ହେଉଛି ଖଜଭୀ । ତାଙ୍କର ପାଞ୍ଚ ସନ୍ତାନ ସନ୍ତତି ଅଛନ୍ତି ଏବଂ କୁର୍ଣ୍ଣୁଲ ସହରର ଭାଦିଗିରିରେ ରୁହନ୍ତି। ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ପାଇଁ ତାଙ୍କୁ ଛାଡି ଦେଇଥିଲେ। ସେ ଦିନ ମଜୁରିୟା ଭାବରେ କାମ କରିବା ଆରମ୍ଭ କରି ସେ ପରିବାର ପ୍ରତିପୋଷଣ କରିଥିଲେ। ଖଜାଭୀ ଅନେକ ଚୋରିର ଅପରାଧୀ ବୋଲି ଜଣାଯାଇଛି। ସେପଟେ ନଅ ବର୍ଷର ନାବାଳିକାକୁ ତାଙ୍କ ମା ସହିତ ରହିବାକୁ ଅନୁମତି ଦିଆଯିବ କି ବୋଲି ପଚରାଯାଇଥିବା ବେଳେ ନାୟକ ସ୍ପଷ୍ଟ କରିଛନ୍ତି ଯେ ନିୟମ ଅନୁଯାୟୀ କେବଳ ଛଅ ବର୍ଷରୁ କମ୍ ପିଲାମାନଙ୍କୁ ତାଙ୍କ ମା’ଙ୍କ ସହିତ ଜେଲରେ ରହିବାକୁ ଅନୁମତି ଦିଆଯାଇଛି।

କୁର୍ଣ୍ଣୁଲ ଜିଲ୍ଲା ଶିଶୁ କଲ୍ୟାଣ କମିଟିର ସଭାପତି ଏସ ଜୁବୈଦା ବେଗମ୍ କହିଛନ୍ତି ଯେ, ସେମାନେ ଖଜଭୀଙ୍କ ଘରକୁ ଯାଇ ପରିସ୍ଥିତିର ଆକଳନ କରିବା ସହ ତାଙ୍କ ପିଲାମାନଙ୍କୁ ଭେଟିବେ। ସେ କହିଛନ୍ତି, “ଯଦି ଆବଶ୍ୟକ ହୁଏ ତେବେ ଆମେ ସେମାନଙ୍କୁ ଏକ ଚାଇଲ୍ଡ ହୋମ କେୟାରକୁ (Child Home Care) ସ୍ଥାନାନ୍ତର କରିବୁ କିମ୍ବା ସେମାନଙ୍କୁ ସମ୍ପର୍କୀୟଙ୍କ ସହିତ ରହିବାକୁ ଦେବାକୁ ଅନୁମତି ଦେବୁ। 

Also Read:  ଆରାଧ୍ୟାଙ୍କ ସହ ସେଲିବ୍ରିଟିଙ୍କ ପିଲା ପଢୁଥିବା ସ୍କୁଲର ମାସିକ ଫି କେତେ, କଣ ମିଳେ ସୁବିଧା ?

Also Read: Vegetable Price: ମହଙ୍ଗା ମାଡ଼, ବାଇଗଣ କିଲୋ ୧୦୦ କୁ ରସୁଣ ଦାମ ୨୮୦ ପାର୍