New Parliament Building: ନୂତନ ସଂସଦ ଭବନ ନିର୍ମାଣରେ ବ୍ୟବହୃତ ହେଉଛି କେଉଁ ରାଜ୍ୟର କେଉଁ ସାମଗ୍ରୀ?
Advertisement

New Parliament Building: ନୂତନ ସଂସଦ ଭବନ ନିର୍ମାଣରେ ବ୍ୟବହୃତ ହେଉଛି କେଉଁ ରାଜ୍ୟର କେଉଁ ସାମଗ୍ରୀ?

Parliament Building: ନୂଆ ଭାରତର ଆବଶ୍ୟକତାକୁ ଦୃଷ୍ଚିରେ ରଖି ଏହି ନୂତନ ସଂସଦ ଭବନର ନିର୍ମାଣ କରାଯାଇଛି । ଦେଶର ଏହି ନୂତନ ସଂସଦ ଭବନ ଲୋକତନ୍ତ୍ରକୁ ଏକ ନୂଆ ପରିଚୟ ପ୍ରଦାନ କରିବ । ଦୁନିଆର ଅନ୍ୟ ଦେଶର ସଂସଦ ଭବନଠାରୁ ଆାମ ଦେଶର ସଂସଦ ଭବନ ସବୁଠାରୁ ବଡ଼ ଅଟେ । ଏହା ପ୍ରାୟ ୯.୫ ଏକର ଜମିରେ ନିର୍ମାଣ କରାଯାଇଛି । 

ସୌ(ସୋସିଆଲ ମିଡିଆ)

New Parliament Building: ଭାରତ ଦୁନିଆର ସବୁଠାରୁ ବଡ଼ ଓ ପୁରୁଣା ଗଣତନ୍ତ୍ର ଦେଶ ଅଟେ । ଏହାକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନର (New Parliament Building) ନିର୍ମାଣ କରାଯାଇଛି । ସମୟର ବଦଳିବା ସହ ଟେକ୍ନୋଲୋଜିରେ ମଧ୍ଯ ଦ୍ରୁତ ଗତିରେ ପରିବର୍ତ୍ତନ ଆସିଛି । ପୂର୍ବରୁ କାଗଜରେ ପ୍ରସ୍ତୁତ କରାଯାଉଥିବା ବଜେଟ ମୋଦୀ ସରକାରଙ୍କ ଶାସନରେ କିନ୍ତୁ କାଗଜବିହୀନ ହୋଇଛି । ମଇ ୨୮ ତାରିଖରେ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra modi) ନୂତନ ସଂସଦର ଉଦଘାଟନ କରିବେ । ଏହି ଦିନ ଭାରତୀୟ  ସଂସଦୀୟ ଇତିହାସ ଲାଗି ଏକ ଗୁରୁତ୍ବପୂର୍ଣ୍ଣ ଦିନ ହୋଇ ରହିବ । ନୂଆ ଭାରତର ଆବଶ୍ୟକତାକୁ ଦୃଷ୍ଚିରେ ରଖି ଏହି ନୂତନ ସଂସଦ ଭବନର ନିର୍ମାଣ କରାଯାଇଛି । ଦେଶର ଏହି ନୂତନ ସଂସଦ ଭବନ ଲୋକତନ୍ତ୍ରକୁ ଏକ ନୂଆ ପରିଚୟ ପ୍ରଦାନ କରିବ । ଦୁନିଆର ଅନ୍ୟ ଦେଶର ସଂସଦ ଭବନଠାରୁ ଆାମ ଦେଶର ସଂସଦ ଭବନ ସବୁଠାରୁ ବଡ଼ ଅଟେ । ଏହା ପ୍ରାୟ ୯.୫ ଏକର ଜମିରେ ନିର୍ମାଣ କରାଯାଇଛି । କୁହାଯାଉଛି, ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ (Budget 2023) ନୂଆ ଭବନରେ ହିଁ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ୪ ମହଲା ବିଶିଷ୍ଟ ଏହି ନୂଆ ସଂସଦ ଭବନରେ (New Parliament Building) ୧୨୨୪ ଜଣ ସାଂସଦ ବସିବା ଲାଗି ସୁବିଧା ରହିଛି । ଏଥିରେ ଏକ ବଡ଼ ହଲ, ଲାଇବ୍ରେରୀ ଓ ପାର୍କିଂ ନେଇ ବ୍ୟବସ୍ଥା କରାଯାଇଛି । ଏହି ନୂତନ ସଂସଦ ଭବନ ତିଆରି ହେବା ଲାଗି ପ୍ରାୟ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ଯ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସାମଗ୍ରୀ ଗୁଡିକ ସଂସଦ ଭବନ ନିର୍ମାଣରେ ଲଗାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଆର୍କଷଣୀୟ ଭବନ ତିଆରି କରିବା ଲାଗି କେଉଁ ରାଜ୍ୟର କେଉଁ ସାମଗ୍ରୀର ବ୍ୟବହାର ହୋଇଛି । ସଂସଦ ଭବନରେ ଅଟ୍ଟାଳିକାରେ ବ୍ୟବହୃତ ଶାଗୁଆନ କାଠ ମହାରାଷ୍ଟ୍ରର ନାଗପୁରରୁ ନିଆଯାଇଥିବା ବେଳେ ଉତ୍ତରପ୍ରଦେଶ ମିର୍ଜାପୁରରୁ ଗାଲିଚା (କୋର୍ପେଟ୍) ଓ ଭବନରେ ଥିବା ଆସବାବପତ୍ର ସବୁ ମୁମ୍ବାଇରେ ତିଆରି କରାଯାଇଛି । ସେହିପରି ତ୍ରିପୁରାର ବାଉଁଶ ଟଟାଣ ନିଆଯାଇଥିବା ବେଳେ ଓ ରାଜସ୍ଥାନର ସରମଥୁରାରୁ ଲାଲ ଓ ଧଳା ବାଲୁକା ପଥର ନିଆଯାଇଛି । ସେହିପରି, ଉଦୟପୁରରୁ କେଳରିୟା ସବୁଜ ପଥର, ଆଜମେର ନିକଟ ଲାଖାରୁ ଲାଲ୍ ମୁଗୁନି ପଥର ଓ ଆମ୍ବାଜୀର ଧଳା ମାର୍ବଲରେ ନିର୍ମିତ ହୋଇଛି ଏହି ନୂତନ ସଂସଦ ଭବନ । ସେହିପରି ଲୋକସଭା ଓ ରାଜ୍ୟସଭା ପ୍ରକୋଷ୍ଠର ଷ୍ଟିଲ ଢାଞ୍ଚା ଓ ଫଲସ୍ ସିଲିଙ୍ଗକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାମନ ଓ ଡ଼ିୟୁରୁ ଅଣାଯାଇଛି । ଅନ୍ୟପଟେ ସଂସଦ ଭବନରେ ଲାଗିଥିବା ପଥର ଝାଲେରି ରାଜସ୍ଥାନ ରାଜନଗର ଓ ଉତ୍ତରପ୍ରଦେଶର ନଏଡ଼ାରୁ ନିଆଯାଇଛି । ସେହିପରି ଭବନର କଂକ୍ରିଟ୍ କାମରେ ବ୍ୟବହାର ହୋଇଥିବା ବାଲି ହରିୟାଣା ଚରଖି ଦାଦ୍ରିରୁ ଯାଇଛି । ଭବନରେ ଲାଗିଥିବା ଫ୍ଲାଏ ଆସ ଇଟା ହରିୟାଣା ଓ ଉତ୍ତରପ୍ରଦେଶର ଇନ୍ଦୋରରୁ ନିଆଯାଇଛି ।

ଅନ୍ୟପଟେ, ଅଶୋକ ସଙ୍କେତ ଲାଗି ମହାରାଷ୍ଟ୍ର ଔରଙ୍ଗାବାଦ ଓ ରାଜସ୍ଥାନ ଜୟପୁରରୁ ନିଆଯାଇଥିବା ବେଳେ ଲୋକସଭା ଓ ରାଜ୍ୟସଭା ପ୍ରକୋଷ୍ଠ ବିରାଟ କାନ୍ଥରେ ଲଗାଯାଇଥିବା ଅଶୋକ ଚକ୍ର ମଧ୍ଯପ୍ରଦେଶ ଇନ୍ଦୋରରୁ ନିଆଯାଇଛି । ସେହିପରି ଅହମ୍ମଦାବାଦରୁ ପିତ୍ତଳ ନିର୍ମିତ ସାମଗ୍ରୀ ନିଆଯାଇଛି ।

Also Read-Shocking News: ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ, ଜାଣନ୍ତୁ କେମିତି...