Fire in Bus: କ୍ଷତି ପୂରଣ ଘୋଷଣା କଲେ ମହାରାଷ୍ଟ୍ର ସରକାର
Advertisement
Article Detail0/zeeodisha/odisha1385703

Fire in Bus: କ୍ଷତି ପୂରଣ ଘୋଷଣା କଲେ ମହାରାଷ୍ଟ୍ର ସରକାର

Maharashtra Govt:  ରାଜ୍ୟର ନାସିକ ଜିଲ୍ଲାରେ ହୋଇଥିବା ବସ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। 

Fire in Bus: କ୍ଷତି ପୂରଣ ଘୋଷଣା କଲେ ମହାରାଷ୍ଟ୍ର ସରକାର

Nashik Bus Accident: ମହାରାଷ୍ଟ୍ର ନାସିକ ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ସଡ଼କ ଦୁର୍ଘଟଣା। ଏଠାରେ ଏକ ବସ୍‌ରେ ନିଆଁ ଲାଗି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏନେଇ ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ବସ୍‌ରେ କ'ଣ ପାଇଁ ନିଆଁ ଲାଗିଛି ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ।

ଏକ ଘରୋଇ ଅପରେଟର ଦ୍ୱାରା ପରିଚାଳିତ ଏକ ବସ୍ ୟାଭତମାଲ (Yavatmal) ଠାରୁ ମୁମ୍ବାଇ (Mumbai) ଅଭିମୁଖେ ଯାତ୍ରା କରୁଥିଲା। ସକାଳ ସାଢେ ପାଞ୍ଚଟା ସମୟରେ ଏହି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେତେବେଳେ ବସ ଔରଙ୍ଗାବାଦ ଜିଲ୍ଲାର (Aurangabad District) କୈଳାଶ ନଗର ଅଞ୍ଚଳରେ ପହଞ୍ଚିଲା ସେତେବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ଘଟିବା ସମୟରେ ଶୋଇ ପଡିଥିଲେ ବସ୍ ଯାତ୍ରୀ। ଏହି କାରଣରୁ ଅନେକ ଧନଜୀବନ ସମ୍ପତ୍ତି ନଷ୍ଟ ହୋଇଯାଇଛି।

ଆମ୍ବୁଲାନ୍ସ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ମୃତଦେହକୁ ସିଟି ବସ୍‌ରେ ରଖିବାକୁ ପଡିଥିଲା। ଏହି ଘଟଣା ବାବଦରେ ପରେ ଘଟଣାସ୍ଥଳରେ ଛୁଟି ଥିଲା ଲୋକଙ୍କ ସୁଅ। ବସ୍‌ରେ କ'ଣ ପାଇଁ ନିଆଁ ଲାଗିଛି ତାହାର କାରଣ ବାବଦରେ ଯାଞ୍ଚ କରୁଛି ପୋଲିସ। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Also Read: ଡିଜେଲ ଟ୍ୟାଙ୍କର ସହ ପିଟିହେଲା କାଠ ବୋଝେଇ ଟ୍ରକ୍; ୯ ମୃତ

ରାଜ୍ୟରେ ଘଟିଥିବା ଏହି ସଡକ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ ନାସିକ ଭଳି ଏପରି ଅନେକ ସ୍ଥାନ ଯେଉଁଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି ତାହାର ନିରାକରଣ କରିବା ପାଇଁ ମୁଁ କିଛି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ଘଟିଥିବା ଦୁର୍ଘଟଣା ବହୁତ ଦୁଃଖଦାୟକ। ମୁଁ ସକାଳୁ ନାସିକ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗରେ ରହିଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯିବ। ଏହା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର।