Indian Inflation: ବଢୁଥିବା ମହଙ୍ଗାକୁ ନେଇ ଚେତାବନୀ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର
Advertisement

Indian Inflation: ବଢୁଥିବା ମହଙ୍ଗାକୁ ନେଇ ଚେତାବନୀ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

Indian Inflation: ନିୟନ୍ତ୍ରଣ ହେଉନି ମୁଦ୍ରାସ୍ଫୀତି । ୬ ପ୍ରତିଶତରୁ ଅଧିକ ମୁଦ୍ରାସ୍ଫୀତି ଭାରତର ଅଭିବୃଦ୍ଧିରେ ସାଜିପାରେ ବାଧକ । ଚେତାବନୀ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମୁଦ୍ରାସ୍ଫୀତିର ମୁକାବିଲା କରିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଜାରି ରଖିଛି ପ୍ରୟାସ ।

 Indian Inflation: ବଢୁଥିବା ମହଙ୍ଗାକୁ ନେଇ ଚେତାବନୀ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

Indian Inflation, ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ବାରମ୍ୱାର ଉଦ୍ୟମପରେ ମଧ୍ୟ ଦେଶରେ ମହଙ୍ଗାମାଡ଼ ନିୟନ୍ତ୍ରଣକୁ ଆସିପାରୁନାହିଁ । ଗୋଟିଏ ଜାତୀୟ ଦୈନିକ ଖବରକାଗଜର ଲିଡରସିପ୍ ସମ୍ମିଳନୀରେ ଅଂଶଗ୍ରହଣ କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର, ଶକ୍ତିକାନ୍ତ ଦାସ (Reserve Bank of India Governor Shaktikanta Das) ଶନିବାର କହିଛନ୍ତି ଯେ, ୪ରୁ ୬ ପ୍ରତିଶତ ମଧ୍ୟରେ ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ଅର୍ଥନୀତିର ମୁଦ୍ରା ନୀତିକୁ ସହାୟକ ହୋଇପାରିବ । 

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ୬ ପ୍ରତିଶତରୁ ଅଧିକ ମୁଦ୍ରାସ୍ଫୀତି (Inflation) ଭାରତର ଅଭିବୃଦ୍ଧି ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହାସହିତ ଆଉଗୋଟିଏ କଥା ସେ ଏଠାରେ ସ୍ପଷ୍ଟ କରିଛନ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଅକ୍ଟୋବରର ମୁଦ୍ରାସ୍ଫୀତି ଯେତେବେଳେ ଆସିବ ସେତେବେଳେ ଆଶା କରାଯାଉଛି ଯେ ଏହା ୭ ପ୍ରତିଶତରୁ କମ୍ ରହିବ । ସେ ଆହୁରି ମଧ୍ୟ କହିଛନ୍ତି, "ଆରବିଆଇର ଆଭ୍ୟନ୍ତରୀଣ କମିଟି (Internal committee of RBI) ଏକ ବିସ୍ତୃତ ବିଶ୍ଳେଷଣ (detailed analysis) କରିଛି ଏବଂ ଜାଣିବାକୁ ପାଇଛି ଯେ +/- ୨% ବ୍ୟାଣ୍ଡ ସହିତ ୪ ପ୍ରତିଶତ ମୁଦ୍ରାସ୍ଫୀତି ଲକ୍ଷ୍ୟ ଆମକୁ ନୀତି ନିର୍ଣ୍ଣୟ ପାଇଁ ନମନୀୟତା ଦେଇପାରେ।"

Also Read: Bus Accident: କେନାଲକୁ ବସ ଖସି ତିନି ଶିଶୁ ସମେତ ୨୧ ମୃତ, ୬ ଗୁରୁତର

 

ୟୁକ୍ରେନ ଯୁଦ୍ଧ ପରେ ଭାରତରେ ମୁଦ୍ରାସ୍ଫୀତି ହାର ୬.୩ ପ୍ରତିଶତରୁ ୭.୩ ପ୍ରତିଶତ ମଧ୍ୟରେ ରହିଛି । ଶକ୍ତିକାନ୍ତ ଦାଶ ଏହା ମଧ୍ୟ କହିଛନ୍ତି ଯେ, ଫେବୃଆରୀରେ ମୁଦ୍ରାସ୍ଫୀତି ହାର ୪% ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ । "ଆମେ ଆକଳନ କରିଥିଲୁ ଯେ, ଆମର ତେଲର ମୁଦ୍ରାସ୍ଫୀତି ଅଧିକତମ ୧୦୦ ଆମେରିକୀୟ ଡଲାର (USD 100 dollar ) ପ୍ରତି ବ୍ୟାରେଲ ପିଛା ରହିପାରେ।  କିନ୍ତୁ ୟୁକ୍ରେନ ଯୁଦ୍ଧ (Ukraine war) ପରେ ଜରୁରୀ ମୂଲ୍ୟର ହଠାତ୍ ବୃଦ୍ଧି ଅନିଶ୍ଚିତତା ସୃଷ୍ଟି କରିଥିଲା । ଯାହାକି ସାରା ବିଶ୍ୱରେ ମୁଦ୍ରାସ୍ଫୀତି ସୃଷ୍ଟି କରିଥିଲା ​​ଏବଂ ଆମ ଦେଶ ମଧ୍ୟ ସେଥିପାଇଁ ପ୍ରଭାବିତ ହୋଇଥିଲା।" ବୋଲି ରିଜର୍ଭ ବ୍ୟାଙ୍କ କହିଛି ।

ମୁଦ୍ରାସ୍ଫୀତି ବଢିବାର କିଛି ପ୍ରମୁଖ କାରଣ: 

କୋଭିଡ୍‌ ମହାମାରୀ, ୟୁକ୍ରେନ୍‌-ଋଷ୍‌ ଯୁଦ୍ଧ, ଆର୍ଥିକ ମାନ୍ଦାବସ୍ଥା କାରଣରୁ ଭାରତ ସମେତ ବିଶ୍ୱରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି । ବର୍ତ୍ତମାନ ଦେଶର ଜିଡିପିରେ ଉନ୍ନତି ପରିଲକ୍ଷିତ ହେଉଛି । ବିଶ୍ୱସ୍ତରର ଅର୍ଥନୀତି ଠାରୁ ଭାରତର ଅର୍ଥନୀତିରେ ଦ୍ରୁତ ଉନ୍ନତି ଦେଖିବାକୁ ମିଳୁଛି । ମହଙ୍ଗା ମାଡ଼ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି । ରିଜର୍ଭ ବ୍ୟାଙ୍କ୍‌ ଅଧିନିୟମ ଅନୁସାରେ, ଯଦି ମୁଦ୍ରାସ୍ଫୀତି ୩ଟି କ୍ୱାଟର ମଧ୍ୟରେ ନିୟନ୍ତ୍ରଣକୁ ନଆସେ ତେବେ ଆର୍‌ବିଆଇ, କେନ୍ଦ୍ର ସରକାରଙ୍କୁ ଏହାର କାରଣ ଏବଂ ମହଙ୍ଗାକୁ ପ୍ରତିହତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ୱନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ସ୍ଥିର (tackling inflation) ରହିଆସିଛି କାରଣ ମୁଦ୍ରାସ୍ଫୀତିର ମୁକାବିଲା କରିବାରେ ଆମର ଅଧିକାରୀମାନେ ସଫଳ ହୋଇଛନ୍ତି।