MHA On Rohingya: ବିବାଦ ପରେ ଗୃହ ମନ୍ତ୍ରଣାଳୟ ଦେଲା ବଡ ବୟାନ; ଫ୍ଲାଟରେ ନୁହେଁ ଏଠାରେ ରହିବେ ରୋହିଙ୍ଗ୍ୟା
Advertisement
Article Detail0/zeeodisha/odisha1307104

MHA On Rohingya: ବିବାଦ ପରେ ଗୃହ ମନ୍ତ୍ରଣାଳୟ ଦେଲା ବଡ ବୟାନ; ଫ୍ଲାଟରେ ନୁହେଁ ଏଠାରେ ରହିବେ ରୋହିଙ୍ଗ୍ୟା

MHA On Rohingya: ରୋହିଙ୍ଗ୍ୟାଙ୍କ ଉପରେ ହାର୍ଦ୍ଦିକ ପୁରୀଙ୍କ ଟ୍ୱିଟ ପରେ ଏହି ବିବାଦ ସାମ୍ନାକୁ ଆସିଛି । ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ Ministry of Home Affairs) ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ନୂଆଦିଲ୍ଲୀର ବକ୍କାରୱାଲାରେ ରୋହିଙ୍ଗ୍ୟାଙ୍କୁ ଫ୍ଲାଟ ଯୋଗାଇବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି କୁହାଯାଇଛି ।

ସୌ: ସୋସିଆଲ ମିଡିଆ

MHA On Rohingya Refugees: ଦିଲ୍ଲୀର ବକ୍କାରୱାଲା (Bakkarwala) ଅଞ୍ଚଳରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ (Rohingya Refugees) ଆପାର୍ଟମେଣ୍ଟ, ଇଡବ୍ଲୁଏସ୍ ଫ୍ଲାଟ ଓ ପୋଲିସ୍ ସୁରକ୍ଷା ଯୋଗାଇଦେବା ଖବରକୁ ନେଇ ଗୃହ ମନ୍ତ୍ରଣାଳୟ (Ministry of Home Affairs) ସ୍ପଷ୍ଟିକରଣ ଦେଇଛି । ଗୃହ ମନ୍ତ୍ରଣାଳୟ କହିଛି ଯେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀଙ୍କ ସମ୍ପର୍କରେ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ । ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ରୋହିଙ୍ଗ୍ୟାମାନଙ୍କୁ ନିଜ ଦେଶକୁ ପଠାଯିବା ପର୍ଯ୍ୟନ୍ତ ଆଇନ ଅନୁଯାୟୀ ସେମାଙ୍କୁ ଅଟକ କେନ୍ଦ୍ରରେ ରଖାଯିବ ।

ଏହାପୂର୍ବରୁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ବୁଧବାର ଦିନ ଏକ ଟ୍ୱିଟ୍ କରିଥିଲେ ଓ ଯାହାପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ସେ ଲେଖିଛନ୍ତି, "ଦେଶରେ ଆଶ୍ରୟ ନେଇଥିବା ଲୋକଙ୍କୁ ଭାରତ ସର୍ବଦା ସ୍ୱାଗତ କରିଆସୁଛି । ଏକ ଐତିହାସିକ ନିଷ୍ପତ୍ତିରେ ସମସ୍ତ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କାରୱାଲା ଅଞ୍ଚଳରେ ଅବସ୍ଥିତ ଫ୍ଲାଟକୁ ସ୍ଥାନାନ୍ତର କରାଯିବ । ସେମାନଙ୍କୁ UNHCR ଦ୍ୱାରା ମୌଳିକ ସୁବିଧା ଦିଆଯିବ । ହାଇ କମିଶନରଙ୍କ ଦ୍ୱାରା ଜାରି ପରିଚୟ ପତ୍ର ଓ ଦିଲ୍ଲୀ ପୋଲିସର 24 ଘଣ୍ଟା ସୁରକ୍ଷା ଯୋଗାଇ ଦିଆଯିବ ।" ଯେଉଁମାନେ ଦେଶର ଶରଣାର୍ଥୀ ପଲିସି ଉପରେ ପ୍ରଶ୍ନ କରିଛନ୍ତି ସେମାନଙ୍କୁ ମଧ୍ୟ ମନ୍ତ୍ରୀ ସମାଲୋଚନା କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଏଭଳି ଲୋକମାନେ ନିରାଶ ହେବେ ବୋଲି ସେ କହିଛନ୍ତି ।

ଭିଏଚପି ଏହାକୁ ବିରୋଧ କରିଥିଲା । ହାର୍ଦ୍ଦିକ ପୁରୀଙ୍କ ଟ୍ୱିଟ ପରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଭାପତି ଆଲୋକ କୁମାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ ଦିଲ୍ଲୀରେ ରହିବା ପରିବର୍ତ୍ତେ ରୋହିଙ୍ଗ୍ୟାମାନଙ୍କୁ ଭାରତରୁ ବାହାରକୁ ପଠାଇବା ପାଇଁ ବ୍ୟବସ୍ଥା କରନ୍ତୁ । ଆଲୋକ କୁମାର ଆହୁରି କହିଛନ୍ତି ଯେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ ଦିଲ୍ଲୀର ମଜନୁ-କା-ତିଲା ଅଞ୍ଚଳରେ ଅମାନୁଷିକ ଅବସ୍ଥାରେ ବାସ କରୁଛନ୍ତି, ଏପରି ପରିସ୍ଥିତିରେ ରୋହିଙ୍ଗ୍ୟାମାନଙ୍କୁ ଦିଆଯାଇଥିବା ପୁରସ୍କାର ଆହୁରି ନିନ୍ଦନୀୟ । କେନ୍ଦ୍ର ସରକାର ତୁରନ୍ତ ଏହାର ନିଷ୍ପତ୍ତି ପ୍ରତ୍ୟାହାର କରିବା ଉଚିତ୍ ।

ଏହା ପରେ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟକରଣ କରିଥିଲା । ଗୃହ ମନ୍ତ୍ରଣାଳୟ କହିଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଥିଲା । ଗୃହ ମନ୍ତ୍ରଣାଳୟ କହିଛି ଯେ ସେ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ବର୍ତ୍ତମାନର ସ୍ଥାନରେ ସେମାନଙ୍କୁ ରହିବାକୁ ନିଶ୍ଚିତ କରନ୍ତୁ । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ସେମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସମ୍ପୃକ୍ତ ଦେଶକୁ ପଠାଇବା ପାଇଁ ଆଲୋଚନା ଚାଲିଛି । ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ରୋହିଙ୍ଗ୍ୟା ରହୁଥିବା ବସ୍ତିବାସିନ୍ଦାଙ୍କୁ ଦିଲ୍ଲୀ ସରକାର ବର୍ତ୍ତମାନ ସୁଦ୍ଧା ଅଟକ କେନ୍ଦ୍ର ଭାବରେ ଘୋଷଣା କରି ନାହିଁ, ତୁରନ୍ତ ଏହାକୁ କରିବାକୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ: Bihar Politics: ମହାମେଣ୍ଟକୁ ନେଇ ବଡ ବୟାନ ଦେଲେ ପ୍ରଶାନ୍ତ କିଶୋର; ବିହାରରେ ପୁଣି ବଦଳିବ ସରକାର

ଏହା ବି ପଢ଼ନ୍ତୁ: କୋର୍ଟ ଦେଲେ ବଡ ରାୟ : ସ୍ୱଳ୍ପ ଚର୍ମ କସା ବା ଉତ୍ତେଜକ ପୋଷାକ ପିନ୍ଧିବାକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର