ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା ବାନାର୍ଜୀଙ୍କ ନେଲେ ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1267844

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା ବାନାର୍ଜୀଙ୍କ ନେଲେ ବଡ଼ ନିଷ୍ପତ୍ତି

Vice Presidential Election: ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଟିଏମସି ଉପରାଷ୍ଟ୍ରପତି ନିର୍ବାଚନ ଠାରୁ ନିଜକୁ ଦୂରେଇ ରଖିବ ଓ ନିର୍ବାଚନରେ ​​ଭାଗ ନେବ ନାହିଁ । ଟିଏମସି ପୂର୍ବରୁ କହିଥିଲା ଯେ ସଂସଦୀୟ ଦଳ ବୈଠକ ପରେ ହିଁ ନିଷ୍ପତ୍ତି ନିଆଯିବ ।

ସାଙ୍କେତିକ ଫଟୋ

Mamata banerjee on vice president election: ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମମତା ବାନାର୍ଜୀ (Mamta Banerjee) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଟିଏମସି ସାଂସଦ ତଥା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ (Abhishek Banerjee) କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ​​ଟିଏମସି (TMC) ଭୋଟ୍ ଦେବା ଠାରୁ ଦୂରେଇ ରହିବ । କହିରଖୁଛୁ ଯେ ଶରଦ ପାୱାର ଟିଏମସିକୁ ନି କହିଥିଲେ ଯେ ସେ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ (Margaret Alva) ସମର୍ଥନ କରିବାକୁ କହିଛନ୍ତି । ଏହା ଉପରେ ଟିଏମସି ପକ୍ଷରୁ କୁହାଯାଇଛି ଯେ ସଂସଦୀୟ ଦଳ ବୈଠକ ପରେ ଜୁଲାଇ ୨୧ ରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ରାଷ୍ଟ୍ରପତି ଯଶବନ୍ତ ସିହ୍ନାଙ୍କୁ କରିଥିଲେ ପ୍ରାର୍ଥୀ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବହୁତ ଆକ୍ଟିଭ ଦେଖାଯାଇଥିଲା । ସେ ଦିଲ୍ଲୀରେ ପହଞ୍ଚିବା ପରେ ବିରୋଧୀ ଦଳକୁ ନେଇ ଏକ ବୈଠକ କରିଥିଲେ । ଯଦିଓ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସେହି ବୈଠକରେ ନିଆଯାଇପାରି ନଥିଲା । ପରେ ଟିଏମସି ନେତା ଥିବା ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା । ଯଶବନ୍ତ ସିହ୍ନାଙ୍କ ପ୍ରାର୍ଥୀ ନିଷ୍ପତ୍ତି ନିଆଯିବା ପରେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ନିର୍ବାଚନରେ ​​ଏତେ ସକ୍ରିୟ ଥିବା ଦଳର ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ନଦେବା ନିଷ୍ପତ୍ତି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ।

ଦେଶକୁ ଶାସନ କରୁଥିବା ଏନଡିଏ ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ୨୦୧୯ ରେ ପଶ୍ଚିମବଙ୍ଗରେ ରାଜ୍ୟପାଳ ହେବା ପରଠାରୁ ବେଙ୍ଗଲ ସରକାରଙ୍କୁ ଟାର୍ଗେଟ କରି ଅନେକ ସମୟରେ ସେ ଖବରରେ ରହିଆସିଥିଲେ । ଏଥି ସହିତ ସିଏମ ମମତା ବାନାର୍ଜୀଙ୍କୁ ଅଲଭାଙ୍କୁ ସମର୍ଥନ ନକରିବାକୁ ନିଷ୍ପତ୍ତି ବିରୋଧୀ ଶିବିର ପାଇଁ ଏକ ବଡ ପ୍ରତିବନ୍ଧକ ବୋଲି କୁହାଯାଉଛି ।

ମଙ୍ଗଳବାର ଦିନ ଅଲଭା ନିଜ ନାମାଙ୍କନପତ୍ର ଦାଖଲ କରିଥିଲେ । ଟିଏମସି ପ୍ରତିନିଧୀମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ନଥିଲେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ୬ ଅଗଷ୍ଟରେ ଅନୁଷ୍ଠିତ ହେବ । ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ୧୯ ଜୁଲାଇ ରହିଛି ।

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପିଏମ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର

ଏହା ବି ପଢ଼ନ୍ତୁ: ଗତ ଦୁଇ ବର୍ଷ ମଧ୍ୟରେ କେତେ ଲୋକ ପାଇଛନ୍ତି ସରକାରୀ ଚାକିରି? ସଂସଦରେ ମନ୍ତ୍ରୀ ଦେଲେ ଏହି ଜବାବ