Shri Krishna Janmasthmi: ମୁସଲିମ ଆକ୍ରମଣକାରୀଙ୍କ କୋପରୁ ବର୍ତ୍ତି ପାରିନାହିଁ ଶ୍ରୀକୃଷ୍ଣ ଜନ୍ମଭୂମି
Advertisement
Article Detail0/zeeodisha/odisha1308727

Shri Krishna Janmasthmi: ମୁସଲିମ ଆକ୍ରମଣକାରୀଙ୍କ କୋପରୁ ବର୍ତ୍ତି ପାରିନାହିଁ ଶ୍ରୀକୃଷ୍ଣ ଜନ୍ମଭୂମି

Lord Krishnas Janmbhoomi:  ଭଗବାନ କୃଷ୍ଣଙ୍କ ଜନ୍ମଭୂମି ସବୁ ବେଳେ ସୁରକ୍ଷିତ ରହିନାହିଁ। ଏହି ମନ୍ଦିର ନିକଟରେ ଏକ ଶାହୀ ଇଦଗାହ ​​ମସଜିଦ ରହିଛି। ମଥୁରା  ନଗରୀର ମନ୍ଦିର-ମସଜିଦ ବିବାଦ ବହୁ ପୁରୁଣା।

Shri Krishna Janmasthmi: ମୁସଲିମ ଆକ୍ରମଣକାରୀଙ୍କ କୋପରୁ ବର୍ତ୍ତି ପାରିନାହିଁ ଶ୍ରୀକୃଷ୍ଣ ଜନ୍ମଭୂମି

Lord Krishnas Janmbhoomi: ଭାରତ ସମେତ ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଜନ୍ମାଷ୍ଟମୀ। ହେଲେ ଭାଗବାନ କୃଷ୍ଣଙ୍କ ଜନ୍ମଭୂମି କୁହାଯାଉଥିବା ମଥୁରା ନଗରୀର ପାଳିତ ହେଉଥିବା ଜନ୍ମାଷ୍ଟମୀ ଉତ୍ସବର ରହିଥାଏ ସ୍ୱତନ୍ତ୍ର ମହତ୍ତ୍ୱ।  ବିଷୟରେ ଆଉ କିଛି ଅଛି। ଭଗବାନ ଶ୍ରୀକୃଷ୍ଣ ଏଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ମଥୁରା ନଗରୀରେ ଏକ ବିଶାଳ ମନ୍ଦିର ରହିଛି ଯେଉଁଠି ଭକ୍ତଙ୍କ ଭିଡ ଜମିଛି। କୁହାଯାଏ ଯେ ପ୍ରାୟ ୫୦୦୦ ବର୍ଷ ପୂର୍ବେ ମଲାପୁରା ଅଞ୍ଚଳର କାଟରା କେଶବ ଦେବ ଠାରେ ରାଜା କଂସଙ୍କ ଏକ ବଡ଼ କାରାଗାର ରହିଥିଲା। ଭଗବାନ କୃଷ୍ଣ ଭ୍ରାଦବ ମାସ ଅଷ୍ଟମୀ ତାରିଖରେ ଏହି କାରାଗାରରେ ଜନ୍ମଗ୍ରହଣ କରିଥିଲେ।

କାରାଗାର ରହିଥିବା ଏହି ସ୍ଥାନରେ ବର୍ତ୍ତମାନ ମନ୍ଦିର ନିର୍ମାଣ କରାଯାଇ ସାରିଛି। ହେଲେ ଭଗବାନ କୃଷ୍ଣଙ୍କ ଜନ୍ମଭୂମି (Lord Krishna Janmbhoomi) ସବୁ ବେଳେ ସୁରକ୍ଷିତ ରହିନାହିଁ। ଏହି ମନ୍ଦିର ନିକଟରେ ଏକ ଶାହୀ ଇଦଗାହ ​​ମସଜିଦ (Shahi Idgah Masjid) ରହିଛି। ମଥୁରା  ନଗରୀର ମନ୍ଦିର-ମସଜିଦ ବିବାଦ (Mathura Temple Mosque Dispute) ବହୁ ପୁରୁଣା। ଏହି ମାମଲାରେ ବର୍ତ୍ତମାନର ବିଚରାଧିନ ରହିଛି। ଏତିହାସିକଙ୍କ କହିବା କଥା ଭଗବାନ କୃଷ୍ଣଙ୍କ (Lord Krishna) ଏହି ମନ୍ଦିରକୁ (Mathura Krishna Temple) ୩ ଥର ଭଙ୍ଗାଯିବା ସହ ୪ ଥର ଏହାର ନିର୍ମାଣ କରାଯାଇଛି। ଗୁଜୁରାଟ ସୋମନାଥ ମନ୍ଦିର (Gujarat Somnath Temple) ଭଳି ମୁସଲିମ ଆକ୍ରମଣକାରୀ ମହମୁଦ ଗଜନୀ (Muslim Invader Mahmood Ghaznavi) ମଧ୍ୟ ଏହି ମନ୍ଦିର ଉପରେ ଆକ୍ରମଣ କରି ଏହାକୁ ନଷ୍ଟ କରିଦେଇଥିଲେ।

Also Read: Hinduphobia: ବିଦେଶ ମାଟିରୁ ପ୍ରସାରିତ ହେଉଛି ହିନ୍ଦୁ ବିରୋଧି ଏଜେଣ୍ଡା

କୁହାଯାଏ ଯେ ଭଗବାନ କୃଷ୍ଣଙ୍କ ଅଣ ନାତି ବଜ୍ରନାଭ ପ୍ରଥମ ଥର ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ। ଏଠାରେ ମିଳିଥିବା ଶିଳାଲେଖା ଉପରେ ବ୍ରାହ୍ମୀ ଲିପିରେ ଲେଖାଯାଇଥିବା ତଥ୍ୟକୁ ଆଧାର କରି କୁହାଯାଇଛି ଯେ ଶୋଡାସଙ୍କ ଶାସନ କାଳରେ ବାସୁ ନାମକ ଜଣେ ବ୍ୟକ୍ତି ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଏକ ମନ୍ଦିର ନିର୍ମାଣ କରିଥିଲେ। ସେ ତୋରଣ ଦ୍ୱାର ଏବଂ ଯଜ୍ଞ ବେଦିକା ମଧ୍ୟ ନିର୍ମାଣ କରିଥିଲେ।

ଐତିହାସିକ ମତ ଅନୁଯାୟୀ ସମ୍ରାଟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ (Emperor Chandragupta Vikramaditya) ଦ୍ୱାରା ନିର୍ମିତ ଏହି ମନ୍ଦିରକୁ ୧୦୧୭ ଖ୍ରୀଷ୍ଟାବ୍ଦରେ ମହମୁଦ ଗଜନୀ ଆକ୍ରମଣ କରି ଏଠାରେ ଲୁଟପାଟ କରିଥିଲେ। ବିକ୍ରମାଦିତ୍ୟ ୪୦୦ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହା ଏକ ବିଶାଳ ମନ୍ଦିର ଥିଲା। ଏହା ପରେ ୧୧୫୦ ଖ୍ରୀଷ୍ଟାବ୍ଦରେ ଜନୁଜା ପୁଣିଥରେ ମଥୁରା ରାଜା ବିଜୟପାଳ ଦେବଙ୍କ ଶାସନ କାଳରେ ଏହି ମନ୍ଦିର ନିର୍ମାଣ କରିଥିଲେ। ହେଲେ ଷୋଡଶ ଶତାବ୍ଦୀରେ ମୁସଲିମ ଶାସକ ସିକନ୍ଦର ଲୋଧି କୃଷ୍ଣ ଜନ୍ମଭୂମି ଉପରେ ନିର୍ମିତ ମନ୍ଦିର ଉପରେ ଆକ୍ରମଣ କରି ଏହାକୁ ଧ୍ୱଂସ କରି ଦେଇଥିଲେ। ଏହାରେ ପ୍ରାୟ ୧୨୫ ବର୍ଷ ପରେ ଅରୋଛ ରାଜା ବୀର ସିଂହ ବୁନ୍ଦେଲା ଚତୁର୍ଥ ଥର ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ।

Also Read: Temple in Saudi Arabia: ସାଉଦି ଆରବରୁ ମିଳିଲା ୮ ହଜାର ବର୍ଷର ପୁରୁଣା ମନ୍ଦିର

ଗତ ୧୬୫୮ ଖ୍ରୀଷ୍ଟାବ୍ଦରେ ଯେତେବେଳେ ଧର୍ମାନ୍ଧ ମୁସଲମାନ ଭାବେ ଜଣାଶୁଣା ଔରଙ୍ଗଜେବ (Mughal Ruler Aurangzeb) ମୋଗଲ ସୁଲତାନ ଦାୟିତ୍ୱ ଗ୍ରହଣ କଲେ ତାଙ୍କ ରାଜତ୍ୱ ସମୟରେ ମଥୁରା ଉପରେ ଆକ୍ରମଣ କରାଯାଇଥିଲା। ୧୬୬୯ ଖ୍ରୀଷ୍ଟାବ୍ଦରେ ମୋଗଲ ଶାସକ ଔରଙ୍ଗଜେବ ମନ୍ଦିର ଭାଙ୍ଗି ଏହାର ଏକ ଭାଗରେ ମସଜିଦ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମସଜିଦ ୧୬୭୦ ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ ହୋଇଥିଲା। ସେହି ବର୍ଷ ସେଠାରେ ଇଦ୍ ନମାଜ ପଢାଯାଇଥିଲା। ଯାହା ବର୍ତ୍ତମାନ ଶାହୀ ଇଦଗାହ ​​ମସଜିଦ ନାମରେ ଜଣାଶୁଣା। 

କିଛି ପୁରୁଣା ସମୟର ରିପୋର୍ଟ ଜରିଆରେ କୁହାଯାଇଛି ଯେ ଏହି ସ୍ଥାନକୁ ୧୮୧୫ ମସିହାରେ ବ୍ରିଟିଶ ଶାସନ କାଳରେ ବନାରସର ରାଜା ପଟନିମାଲ କିଣିଥିଲେ। ୧୯୪୦ ମସିହାରେ ଯେତେବେଳେ ପଣ୍ଡିତ ମଦନ ମୋହନ ମାଲବୀୟ ଏଠାକୁ ଆସିଥିଲେ ସେତେବେଳେ ସେ ଭବବାନ କୃଷ୍ଣଙ୍କ ଜନ୍ମସ୍ଥାନ ଦେଖି ସେ ଅତ୍ୟନ୍ତ ନିରାଶ ହୋଇ ଉଠିଥିଲେ। ଯେତେବେଳେ ଦେଶର ପ୍ରସିଦ୍ଧ ଶିଳ୍ପପତି ଜୁଗଳକିଶୋର ବିର୍ଲା ୧୯୪୩ ମସିହା ମଥୁରା ଆସିଲେ ସେତେବେଳେ ସେ ମଧ୍ୟ ଏହାର ଅବସ୍ଥା ଦେଖି ଦୁଃଖିତ ହୋଇଥିଲେ। ଏହି ସମୟରେ ମାଲବୀୟ କୃଷ୍ଣ ଜନ୍ମଭୂମିର ପୁନରୁଦ୍ଧାର କରିବା ଲାଗି ବିର୍ଲାଙ୍କୁ ଏକ ଚିଠି ଲେଖିଥିଲେ। ବିର୍ଲା ମଧ୍ୟ ତାଙ୍କ ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ।

Also Read: Pakistan ରେ ବଢୁଛି ସଂଖ୍ୟାଲଘୁ ବିରୋଧି ଅତ୍ୟାଚାର; ପୁଣି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

୧୯୪୪ ମସିହା ଫେବୃଆରୀ ୭ ତାରିଖରେ କଟରା କେଶବ ଦେବଙ୍କୁ ରାଜ ପଟନିମଲଙ୍କ ତତ୍କାଳୀନ ଉତ୍ତରାଧିକାରୀଙ୍କ ଠାରୁ କିଣାଯାଇଥିଲା। ୧୯୪୬ ମସିହାରେ ମାଲବୀୟଙ୍କ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ବିର୍ଲା ୧୯୫୧ ମସିହା ୨୧ ଫେବୃଆରୀରେ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ। ଜୟଦୟଲ ଡାଲମିଆଙ୍କ ସହ ମିଶି ସେ ଏହି ଜମିରେ ଏକ ମନ୍ଦିର ନିର୍ମାଣ କରିବାକୁ ଆଗ୍ରହୀ ଥିଲେ। ଶିଳ୍ପପତିଙ୍କ ସହାୟତାରେ ୧୯୫୩ ମସିହାରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ୧୯୫୮ ମସିହା ୧୬ ସେପ୍ଟେମ୍ବରରେ ଶ୍ରୀକୃଷ୍ଣ କେଶବ ଦେବ ମନ୍ଦିରର ବର୍ତ୍ତମାନର ସ୍ୱରୂପ ପ୍ରସ୍ତୁତ ହୋଇଥିଲା।