ବିବାହିତ ଲୋକଙ୍କ ପାଇଁ ଜବରଦସ୍ତ ସରକାରୀ ଯୋଜନା ! ପ୍ରତି ମାସରେ ମିଳିବ ୧୦ ହଜାର ପେନସନ
Advertisement

ବିବାହିତ ଲୋକଙ୍କ ପାଇଁ ଜବରଦସ୍ତ ସରକାରୀ ଯୋଜନା ! ପ୍ରତି ମାସରେ ମିଳିବ ୧୦ ହଜାର ପେନସନ

ଯେଉଁମାନଙ୍କର ଏକ ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ ଅଛି ସେମାନେ ଏଥିରେ ସହଜରେ ବିନିଯୋଗ କରିପାରିବେ । ଏହି ଯୋଜନାରେ, ଜମାକାରୀମାନେ ୬୦ ବର୍ଷ ପରେ ପେନସନ ପାଇବା ଆରମ୍ଭ କରନ୍ତି।

ବିବାହିତ ଲୋକଙ୍କ ପାଇଁ ଜବରଦସ୍ତ ସରକାରୀ ଯୋଜନା ! ପ୍ରତି ମାସରେ ମିଳିବ ୧୦ ହଜାର ପେନସନ

ନୂଆଦିଲ୍ଲୀ: Atal Pension Yojana; ବୃଦ୍ଧାବସ୍ଥାକୁ ନେଇ ସମସ୍ତଙ୍କ ଚିନ୍ତା ଥାଏ । ଯଦି ଆପଣବି ଅବସର ପରେ ସୁରକ୍ଷିତ ଭାବେ ରହିବାକୁ କେଉଁଠାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ  (Atal Pension Yojana- APY) ସବୁଠାରୁ ଭଲ ବିକଳ୍ପ। ଏହି ଯୋଜନାରେ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଆକାଉଣ୍ଟ ଖୋଲି ୧୦ ହଜାର ଟଙ୍କା ଯାଏଁ ପେନସନର ଲାଭ ଉଠାଇପାରିବେ । ତେବେ ଚାଲନ୍ତୁ ଜାଣିବା ସରକାରଙ୍କ ଏହି ଦମଦାର ଯୋଜନା ବିଷୟରେ...

ଅଟଳ ପେନସନ ଯୋଜନା (Atal Pension Yojana) ବର୍ଷ ୨୦୧୫ରେ ଆରମ୍ଭ କରାଯାଇଥିଲା । ସେହି ସମୟରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହା ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ୧୮ ରୁ ୪୦ ବର୍ଷର ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ବିନିଯୋଗ କରିପାରିବେ ଏବଂ ପେନସନ ଯୋଜନାର ଲାଭ ଉଠାଇ ପାରିବେ । ଯେଉଁମାନଙ୍କର ଏକ ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ ଅଛି ସେମାନେ ଏଥିରେ ସହଜରେ ବିନିଯୋଗ କରିପାରିବେ । ଏହି ଯୋଜନାରେ, ଜମାକାରୀମାନେ ୬୦ ବର୍ଷ ପରେ ପେନସନ ପାଇବା ଆରମ୍ଭ କରନ୍ତି।

Also Read: ନୂଆବର୍ଷରୁ ଘରେ ପଶୁ ପଶୁ ବାଜିଲା ଚାଳ, କମିଶନରେଟ ପାଇଁ ବଡ଼ ଚ୍ୟାଲେଞ୍ଜ

ଅଟଳ ପେନସନ ସ୍କିମ୍ ହେଉଛି ଏକ ସରକାରୀ ଯୋଜନା ଯେଉଁଥିରେ ଆପଣଙ୍କ ଦ୍ୱାରା କରାଯାଇଥିବା ବିନିଯୋଗ ଆପଣଙ୍କ ବୟସ ଉପରେ ନିର୍ଭର କରେ । ଏହି ଯୋଜନା ଅଧୀନରେ, ଆପଣ ସର୍ବନିମ୍ନ ମାସିକ ପେନସନ୍ ୧୦୦୦, ୨୦୦୦, ୩୦୦୦, ୪୦୦୦ ଏବଂ ସର୍ବାଧିକ ୫୦୦୦ ଟଙ୍କା ପାଇପାରିବେ । ଏହା ଏକ ନିରାପଦ ପୁଞ୍ଜି ବିନିଯୋଗ ଯେଉଁଥିରେ ଯଦି ଆପଣ ପଞ୍ଜିକରଣ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏକ ସଞ୍ଚୟ ଆକାଉଣ୍ଟ, ଆଧାର ନମ୍ବର ଏବଂ ଏକ ମୋବାଇଲ୍ ନମ୍ବର (Mobile Number) ରହିବା ଆବଶ୍ୟକ । 

Also Read: ଏହି ଦୁଇ ଖେଳାଳି ହେବେ ଭାରତର ପରବର୍ତ୍ତୀ ରୋହିତ ଓ ଧାୱନ! SA ଗସ୍ତ ପାଇଁ ହୋଇଛନ୍ତି ଚୟନ

ଏହି ଯୋଜନା ଅଧୀନରେ ୧୮ ରୁ ୪୦ ବର୍ଷର ଲୋକମାନେ ଅଟଳ ପେନସନ ଯୋଜନା (Atal Pension Scheme) ରେ ସେମାନଙ୍କର ନାମାଙ୍କନପତ୍ର ପାଇପାରିବେ । ଏଥିପାଇଁ ଆବେଦନକାରୀଙ୍କର ଏକ ବ୍ୟାଙ୍କ କିମ୍ବା ଡାକଘର ସହିତ ଏକ ସେଭିଂ ଆକାଉଣ୍ଟ ରହିବା ଜରୁରୀ । ଏହା ମଧ୍ୟ ମନେରଖନ୍ତୁ ଯେ, ଆପଣଙ୍କର କେବଳ ଗୋଟିଏ ଅଟଳ ପେନସନ ଆକାଉଣ୍ଟ୍ ରହିପାରିବ । ଆପଣ ଏହି ସ୍କିମ୍ ଅଧୀନରେ ଯେତେ ଶୀଘ୍ର ବିନିଯୋଗ କରିବେ, ସେତେ ଅଧିକ ଲାଭ ପାଇବେ । ଯଦି ଜଣେ ବ୍ୟକ୍ତି ୧୮ ବର୍ଷ ବୟସରେ ଅଟଳ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ୬୦ ବର୍ଷ ବୟସ ପରେ ତାଙ୍କୁ ମାସିକ ୫୦୦୦ ଟଙ୍କା ପେନସନ ପାଇଁ ମାସିକ ମାତ୍ର ୨୧୦ ଟଙ୍କା ଜମା କରିବାକୁ ପଡି଼ବ । ଏହିପରି, ଏହି ଯୋଜନା ଏକ ଭଲ ଲାଭ ଯୋଜନା ଅଟେ ।

Also Read: କେବେ ଶେଷ ହେବ କୋରୋନା; WHO ମୁଖ୍ୟ ଦେଲେ ଏହି ଜବାବ

ଦଶ ହଜାର ପର୍ଯ୍ୟନ୍ତ ପେନସନ ମିଳିବ କେମିତି

୩୯ ବର୍ଷରୁ କମ୍ ପତି-ପତ୍ନୀ ଏହି ଯୋଜନାକୁ ପୃଥକ ଭାବରେ ଉପଯୋଗ କରିପାରିବେ, ଯେଉଁଥିରୁ ସେମାନେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ଦଶହଜାର ଟଙ୍କା ମିଳିତ ପେନସନ ପାଇବେ । ଯଦି ସ୍ୱାମୀ ଏବଂ ସ୍ତ୍ରୀ ଯାହାଙ୍କ ବୟସ ୩୦ବର୍ଷ କିମ୍ବା ତା’ଠାରୁ କମ୍, ସେମାନେ ନିଜ ନିଜ APY  (Atal Pension Yojana) ଆକାଉଣ୍ଟରେ ମାସକୁ ୫୭୭ ଟଙ୍କା ଜମା କରିପାରିବେ। ଯଦି ସ୍ୱାମୀ-ସ୍ତ୍ରୀଙ୍କ ବୟସ ୩୫ ବର୍ଷ, ତେବେ ସେମାନଙ୍କୁ APY ଆକାଉଣ୍ଟରେ ପ୍ରତି ମାସରେ ୯୦୨ ଟଙ୍କା ଜମା କରିବାକୁ ପଡି଼ବ । ତେବେ ଗ୍ୟାରେଣ୍ଟି ହୋଇଥିବା ମାସିକ ପେନସନ ବ୍ୟତୀତ ଯଦି ପତି-ପତ୍ନୀଙ୍କ ମଧ୍ୟରୁ କାହାର ନିଧନ ହୁଏ ତେବେ ବଞ୍ଚିଥିବା ସ୍ୱାମୀ କିମ୍ବା ସ୍ତ୍ରୀ ପ୍ରତି ମାସରେ ପୂର୍ଣ୍ଣ ଜୀବନ ପେନସନ ସହିତ ୮.୫ ଲକ୍ଷ ଟଙ୍କା ପାଇବେ ।