JOB Crisis: ଟ୍ୱିଟର, ଫେସବୁକ ପରେ ବଡ଼ ଧରଣର ଛଟେଇ ଆରମ୍ଭ କଲା ଏହି କମ୍ପାନୀ
Advertisement

JOB Crisis: ଟ୍ୱିଟର, ଫେସବୁକ ପରେ ବଡ଼ ଧରଣର ଛଟେଇ ଆରମ୍ଭ କଲା ଏହି କମ୍ପାନୀ

ସ୍ନାପ ଚାଟ ଚଳିତ ବର୍ଷ ପାଖାପାଖି ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । କମ୍ପାନୀର ନିଯୁକ୍ତି ସାଇଜକୁ ଯଦି ଦେଖାଯାଏ ତେବେ ପାଖାପାଖି ଏକ ହଜାର ଲୋକଙ୍କୁ କାଢିଦେଇଥିଲା 

JOB Crisis: ଟ୍ୱିଟର, ଫେସବୁକ ପରେ ବଡ଼ ଧରଣର ଛଟେଇ ଆରମ୍ଭ କଲା ଏହି କମ୍ପାନୀ

JOB Crisis: ନୂଆଦିଲ୍ଲୀ: ବିଗତ କିଛି ମାସ ତଳେ ସମଗ୍ର ବିଶ୍ୱରେ ବଡ଼ ଧରଣର ଛଟେଇ କରି ଆସୁଛନ୍ତି ବଡ଼ ବଡ଼ ଆଇଟି କମ୍ପାନୀ ଗୁଡ଼ିକ। ତେବେ ଏହି ଛଟେଇର ମୂଖ୍ୟ କାରଣ ହେଉଛି ତମାମ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥା। ମୁଖ୍ୟତ ଅର୍ଥନୈତିକ ମନ୍ଥରତା ହେତୁ ଗତ କିଛି ମାସ ମଧ୍ୟରେ ବିଶ୍ୱର ବୈଷୟିକ କମ୍ପାନୀଗୁଡିକରେ ବ୍ୟାପକ ମାତ୍ରାରେ ଛଟେଇ କରୁଥିବା ଦେଖିବାକୁ ମିଳିଛି। ଟ୍ୱିଟର, ନେଟଫ୍ଲିକ୍ସ, ମାଇକ୍ରୋସଫ୍ଟ, ସ୍ନାପଚାଟ ପରି ବଡ ବଢ଼ ବୈଷୟିକ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ଚାକିରିରୁ କାଢ଼ି ଦେଉଥିବା ଦେଖିବାକୁ ମିଳିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ମେଟା, ଆମାଜନ ଏବଂ ଅନ୍ୟାନ୍ୟ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ନିଯୁକ୍ତି ଦେବା ବନ୍ଦ କରିଦେଇଛନ୍ତି। ପିଙ୍କ ସ୍ଲିପ୍ସକୁ ହସ୍ତାନ୍ତର କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। 

ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ମଧ୍ୟ ଗତ ଦଶନ୍ଧି ମଧ୍ୟରେ ବଢୁଥିବା ୟୁଜର୍ ବେସ୍ ସତ୍ତ୍ୱେ ମୁଦ୍ରାସ୍ପିତିକୁ ନେଇ ଚିନ୍ତିତ ହୋଇ ପଡ଼ିଛି। କମ୍ପାନୀ ଅତି କମରେ ୫ ଶହ କର୍ମଚାରୀଙ୍କୁ କାଢିବା ପରେ ଦୁଇ ଦୁଇ ଥର ଡାଉନସାଇଜିଂ ସମୟ ଦେଇ ଗତି କରିଛି। ଗୋଟିଏ ଥର ମେ ମାସରେ ଏହି ସମସ୍ୟାକୁ ସମ୍ମୁଖିନ କରିଥିବା ବେଳେ ଦ୍ୱିତୀୟ ଥର ଜୁନରେ ସାମ୍ନା କରିଥିଲା। 

ସେହିପରି ସ୍ନାପ ଚାଟ ଚଳିତ ବର୍ଷ ପାଖାପାଖି ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । କମ୍ପାନୀର ନିଯୁକ୍ତି ସାଇଜକୁ ଯଦି ଦେଖାଯାଏ ତେବେ ପାଖାପାଖି ଏକ ହଜାର ଲୋକଙ୍କୁ କାଢିଦେଇଥିଲା ଏହି ସୋସିଆଲ ମିଡ଼ିଆ କମ୍ପାନୀ। କମ୍ପାନୀର ସିଇଓ ଇଓ୍ୱାନ ସ୍ପିଗର କହିଥିଲେ କି କୌଣସି ସ୍ଥିତିରେ ବି ସ୍ନାପଚାର ଭବିଷ୍ୟତକୁ ଉଜ୍ଜ୍ୱଳ କରିବାକୁ ହେଲେ ବର୍ତ୍ତମାନ ଏହି ଛଟେଇ କରିବାକୁ ପଡ଼ୁଛି। 

ଏଲନ ମସ୍କଙ୍କ ଦ୍ୱାରା ନିକଟରେ କିଣିଯାଇଥିବା ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ମଧ୍ୟ ଏକ ବଡ଼ଧରଣର ଛଟେଇ ଆରମ୍ଭ କରାଯାଇଛି। ଟ୍ୱିଟର ପ୍ରାୟ ୫୦ ପ୍ରତିଶତ ଅର୍ଥାତ ପ୍ରାୟ ୪ ହଜାର ଲୋକଙ୍କୁ ଚାକିରିରୁ ବାହାର କରିଦେଇଥିଲା। ସେହିପରି ଅନ୍ୟ କର୍ମଚାରୀଙ୍କର ଦରମାକୁ ମଧ୍ୟ କମାଇ ଦେଇଥିଲେ। 

ସେହିପରି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରବିବାର ରିପୋର୍ଟ କରିଛି ଯେ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଖର୍ଚ୍ଚ ହ୍ରାସ କରିବାକୁ ଚାକିରିରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ୁଛି। ଏହା ବ୍ୟତୀତ କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ନିଯୁକ୍ତି ଉପରେ ଏକ ରୋକ ମଧ୍ୟ ରଖିଥିଲା। ମେଟାର ଅନ୍ୟତମ ବୃହତ ଅଂଶୀଦାରମାନଙ୍କ ମଧ୍ୟରୁ ଆଲ୍ଟିମିଟର କ୍ୟାପିଟାଲ୍ ମ୍ୟାନେଜମେଣ୍ଟ ଗତ ମାସରେ ମାର୍କ ଜୁକରବର୍ଗଙ୍କୁ ଏକ ଖୋଲା ଚିଠି ଲେଖି ଲୋକଙ୍କୁ ଆର୍ଥିକ ସ୍ଥିର କରିବାକୁ ଖର୍ଚ୍ଚ କାଟିବାକୁ ଅନୁରୋଧ କରିଥିଲେ।

ଆମାଜନ ମଧ୍ୟ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ବରଖାସ୍ତ କରିଛି। ମୋଟ କେତେ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏକ ମାସର ସମୀକ୍ଷା ପରେ ଆମାଜନ ଏହାର ୟୁନିଟର କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଖୋଜିବାକୁ କହିଛି, ଯେଉଁଥିରୁ କମ୍ପାନୀ ଲାଭ କରିବାରେ ଅସମର୍ଥ ଥିଲା। କେତେକ ଦଳ କର୍ମଚାରୀଙ୍କୁ ଅଧିକ ଲାଭଜନକ କ୍ଷେତ୍ରରେ ପୁନଃ ନିଯୁକ୍ତି ଏବଂ ରୋବୋଟିକ୍ସ ଏବଂ ଖୁଚୁରା ପରି କ୍ଷେତ୍ରରେ ଦଳ ଛାଡିବାକୁ କୁହାଯାଇଛି।