Indian Railway: ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ନେଇ ଆସିଲା ବଡ ଖବର, ପଢନ୍ତୁ ପୁରା ରିପୋର୍ଟ
Advertisement
Article Detail0/zeeodisha/odisha1648253

Indian Railway: ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ନେଇ ଆସିଲା ବଡ ଖବର, ପଢନ୍ତୁ ପୁରା ରିପୋର୍ଟ

Vande Bharat Express: ବିନା ଚିକେଟ ସହାୟତାରେ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଯୋଗେ ଯାତ୍ରା କରିବାକୁ ନେଇ ସତର୍କ ହୋଇଉଠିଛି ଭାରତୀୟ ରେଳବାଇ।  

Indian Railway: ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ନେଇ ଆସିଲା ବଡ ଖବର, ପଢନ୍ତୁ ପୁରା ରିପୋର୍ଟ

Vande Bharat Train: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ତାହା ହେଉଛି ଯଦି କୌଣସି ଯାତ୍ରୀ ବିନା ଟିକେଟ ସହାୟତାରେ ବନ୍ଦେ ଭାରତ ଟ୍ରେନ ଯୋଗେ ଯାତ୍ରା କରୁଥିବାର ଧରାପଡ଼ନ୍ତି ତାହେଲେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ। ଏପରିକି ଏହି ଘଟଣାରେ ରେଳ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେମି ହାଇସ୍ପୀଡ ଟ୍ରେନ (Semi High Speed Train) ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ହେଉଛି ଦେଶରେ ସେବା ଯୋଗାଉଥିବା ଅନ୍ୟତମ ଦ୍ରୁତତମ ଯାତ୍ରୀବାହୀ ଟ୍ରେନ (Fastest Passenger Train)। ଏହି ଟ୍ରେନ୍ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ମଧ୍ୟ ବହୁତ ସକ୍ରିୟ ରହିଥାନ୍ତି। ନିକଟରେ ଚେନ୍ନାଇ-କୋଏମ୍ବାଟୁର ବନ୍ଦେ ଭାରତ ଟ୍ରେନ୍କୁ (Chennai Coimbatore Vande Bharat Express) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ହେଲେ ବିନା ଟିକେଟ ସହାୟତାରେ ବନ୍ଦେ ଭାରତ ଟ୍ରେନ ଯୋଗେ ମାଗଣା ଯାତ୍ରା କରିବା ଆପଣଙ୍କ ଲାଗି ବହୁତ ମହଙ୍ଗା ପଡ଼ିପାରେ। ଏହା ସହିତ ରେଳ କର୍ମଚାରୀଙ୍କୁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ମାଗଣାରେ ବନ୍ଦେ ଭାରତ ଟ୍ରେନ ଯୋଗେ ଯାତ୍ରା କରିବା ରେଳବାଇ ଅଧିକାରୀଙ୍କ (Railway Official) ପାଇଁ ମହଙ୍ଗା ପଡିଛି। ଯେତେବେଳେ ବରିଷ୍ଠ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ଜଣାପଡ଼ିଲା, ସେତେବେଳେ ସେମାନେ ବିନା ଟିକେଟ ଯୋଗେ ଯାତ୍ରା କରୁଥିବା ଲୋକଙ୍କ ବିରୋଧରେ ଜରିମାନା ଆଦାୟ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଏହି ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବିଳାସପୁର ଠାରୁ ନାଗପୁର ପର୍ଯ୍ୟନ୍ତ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ (Bilaspur Nagpur Vande Bharat Express) ଯୋଗେ ଯାତ୍ରା କରୁଥିଲେ।

୬୫ ରେଳବାଇ ଅଧିକାରୀଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ
ବିଳାସପୁର ରେଳବାଇ ମଣ୍ଡଳର (Bilaspur Railway Zone) ବରିଷ୍ଠ ଅଧିକାରୀ ୬୫ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବରିଷ୍ଠ ରେଳ ମଣ୍ଡଳ ଅଧିକାରୀ ବିଶ୍ୱାସ କରୁଛନ୍ତି ଯେ ଏହା ନିୟମ ନ ଜାଣି ଅଧିକାରୀଙ୍କ ଯାତ୍ରା ସହିତ ଜଡିତ। ଅନଭିଜ୍ଞତାରେ ଲୋକେ ବନ୍ଦେ ଭାରତ ଟ୍ରେନ (Vande Bharat Train) ଯୋଗେ ଯାତ୍ରା କରିଥିଲେ। ଆମେ ଆପଣଙ୍କୁ କହି ରଖୁଛୁ ଯେ ବିଗତ କିଛି ଦିନ ମଧ୍ୟରେ ବିଲାସପୁର ଠାରୁ ନାଗପୁର ପର୍ଯ୍ୟନ୍ତ ଚଳାଚଳ କରୁଥିବା ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ ଯୋଗେ, ବିଗତ କିଛି ଦିନ ମଧ୍ୟରେ ୬୫ ଜଣ ରେଳ ଅଧିକାରୀ ନିୟମ ବିରୋଧରେ ଯାତ୍ରା କରିବା ବେଳେ ଧରାପଡିଥିଲେ। ଏହି ଅଧିକାରୀଙ୍କ ମଧ୍ୟରୁ ଅନେକ ସେମାନଙ୍କ ପରିବାର ସହିତ ଯାତ୍ରା କରୁଥିଲେ।

ବିଳାସପୁର ରେଳ ମଣ୍ଡଳର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ସାକେତ ରଞ୍ଜନ କହିଛନ୍ତି ଯେ ଏହା ଏକ ଗମ୍ଭୀର ବିଷୟ କିମ୍ବା ଅବହେଳା ନୁହେଁ। ଏହି ଘଟଣା ରେଳବାଇର ଆଭ୍ୟନ୍ତରୀଣ ବ୍ୟପାର। ଏହି ଆକଳନ ଯାହା ଆପଣଙ୍କୁ କୁହାଯାଇଛି ତାହା ମଧ୍ୟ ଭୁଲ ହୋଇପାରେ ବୋଲି କହିଛନ୍ତି ରେଳବାଇ ଲୋକସମ୍ପର୍କ ଅଧିକାରୀ।