ଆଶ୍ଚର୍ଯ୍ୟ ହେଲେ ବି ସତ! ୧୦ ମାସର ଶିଶୁକନ୍ୟାକୁ ମିଳିଲା ରେଳବିଭାଗରେ ଚାକିରୀ
Advertisement
Article Detail0/zeeodisha/odisha1251700

ଆଶ୍ଚର୍ଯ୍ୟ ହେଲେ ବି ସତ! ୧୦ ମାସର ଶିଶୁକନ୍ୟାକୁ ମିଳିଲା ରେଳବିଭାଗରେ ଚାକିରୀ

India Railways: ୧୦ ମାସର ଶିଶୁ କନ୍ୟାର ଚାକିରି ନେଇ ସମସ୍ତ  ରେଜିଷ୍ଟ୍ରେସନ ସରିଥିବା ବେଳେ ଶିଶୁ କନ୍ୟା ୧୮ ବର୍ଷରେ ପାଦ ଦେଲେ ତାଙ୍କୁ ଅଫର ଲେଟର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ସୌ: ସୋସିଆଲ ମିଡିଆ

10 Month Old Child Gets Railways Job: କଥାରେ ଅଛି ବାପା ମାଙ୍କ ଅନ୍ତେ ଶିଶୁ ମୁଣ୍ଡରୁ ହାତ ଉଠିଯାଏ। ସାହାରା ଭାଙ୍ଗିଯାଏ । ହେଲେ ଛତିଶଗଡ଼ ରାୟପୁରରେ ଏମିତି ଏକ ଘଟଣା ଯାହା ଆଜି ସାରା ଦେଶରେ ଚର୍ଚ୍ଚା ହେଉଛି । ୧୦ ମାସର ଶିଶୁକୁ ମିଳିଲା ରେଳ ବିଭାଗରେ ଚାକିରୀ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ରେଳ ବିଭାଗରେ ଚାକିରି ପାଇଁ ଏକ ୧୦ ମାସର ଶିଶୁ କନ୍ୟାକୁ ଚୟନ କରାଯାଇଛି । ୧୦ ମାସର ଶିଶୁ କନ୍ୟାର ଚାକିରି ନେଇ ସମସ୍ତ  ରେଜିଷ୍ଟ୍ରେସନ ସରିଥିବା ବେଳେ ଶିଶୁ କନ୍ୟା ୧୮ ବର୍ଷରେ ପାଦ ଦେଲେ ତାଙ୍କୁ ଅଫର ଲେଟର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ବୁଧବାର ଏହି ଘୋଷଣା କରି ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେ ରାୟପୁର ଡିଭିଜନ । ପ୍ରକୃତ ଘଟଣାଟି ଏମିତି, ଏହି ଦଶ ମାସର ଶିଶୁ କନ୍ୟାର ପିତା ରେଳ ବିଭାଗର କର୍ମଚାରୀ ଥିଲେ। ହେଲେ ଏକ ସଡ଼କ ଦୁର୍ଘଟଣାରେ ଶିଶୁ ଜଣଙ୍କ ନିଜ ବାପା ଓ ମାଙ୍କୁ ହରାଇଥିଲେ। ଯାହାଫଳରେ ଶିଶୁକନ୍ୟାକୁ ଏହି ସରକାରୀ ଚାକିରୀରେ ନିଯୁକ୍ତ କରାଯିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ରେଳବିଭାଗର କହିବାନୁଯାୟୀ, ଦଶ ମାସର ଶିଶୁ ରାଧିକା ରେଳ ବିଭାଗର ଏକ ଖାସ୍ ବିଭାଗରେ ନିଯୁକ୍ତ ହୋଇଛନ୍ତି। ନିଜ ସମ୍ପର୍କୀୟଙ୍କ ଗହଣରେ ରାଧିକାଙ୍କ ନିଯୁକ୍ତି ପତ୍ରରେ ରେଳବିଭାଗ ଫିଙ୍ଗର ପ୍ରିଣ୍ଟ ମଧ୍ୟ ନେଇଛି। 

ଶିଶୁ କନ୍ୟା ରାଧିକାଙ୍କ ବାପା ରାଜେନ୍ଦ୍ର କୁମାର ଯାଦବ ଭିଲାଇରେ ଆସିଷ୍ଟାଣ୍ଟ ପିପି ୟାର୍ଡରେ ନିଯୁକ୍ତ ଥିଲେ। ସେ ଚରୌଦା ରେଳ ବିଭାଗ କ୍ୱାର୍ଟର୍ସରେ ରହୁଥିଲେ। ଜୁନ  ୧ ରେ ନିଜ ଗାଁରୁ ଅଫିସ ଆସିବା ସମୟରେ ରାଜେନ୍ଦ୍ର ଓ ତାଙ୍କ ପତ୍ନୀ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିଥିଲେ। ଯାହା ଫଳରେ ଶିଶୁକନ୍ୟା ରାଧିକା ନିଜ ଜେଜେ ମାଙ୍କ ଘରେ ରହିଆସୁଥିଲେ। ତେବେ ରେଳବିଭାଗର କର୍ମଚାରୀ ରାଧିକାଙ୍କ ଘରକୁ ଯାଇ ତାଙ୍କୁ ସବୁ ସୁବିଧା ଯୋଗାଇଥିଲେ। ପରେ ନିଜ ପିତାଙ୍କ ଚାକିରୀ କ୍ଷେତ୍ରକୁ ନେଇ ରାଧିକାଙ୍କୁ ନିଯୁକ୍ତି ନେଇ ନିଷ୍ପତ୍ତି ନେଇଥିଲେ।

ଶିଶୁ କନ୍ୟା ରାଧିକା ଯେତେବେଳେ ୧୮ ବର୍ଷର ହେବେ ଓ ଚାକିରୀରେ ନିଯୁକ୍ତ ହେବେ ସେତେବେଳେ ଚାକିରୀ ହିସାବରେ ତାଙ୍କୁ ସବୁ ସୁବିଧା, ସୁଯୋଗ ଯୋଗାଇ ଦିଆଯିବ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ତେବେ ଛତିଶଗଡର ଏହା ପ୍ରଥମ ଘଟଣା ଯେ, ବାପା ମାଙ୍କ ନିଧନ ପରେ କୌଣସି ୧୦ ମାସର ଶିଶୁକୁ ଚାକିରିରେ ନିଯୁକ୍ତି ମିଳିଛି। ଯାହାକୁ ନେଇ ସାରା ଦେଶ ଆଜି ଗର୍ବିତ ବୋଲି କହିଛନ୍ତି ରାୟପୁର ଡିଭିଜନର ସିନିୟର ଅଫିସିଆଲ ଶିବ ପ୍ରସାଦ।

ଏହା ବି ପଢ଼ନ୍ତୁ: ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀଙ୍କ ହାତରେ ଲାଗିଲା ୧୫ ମିଲିୟନ ନଗଦ ଟଙ୍କା