Income Tax Raids: ୧୦୦ଟି ସ୍ଥାନରେ ଆଇଟି ରେଡ଼, ଜାଣନ୍ତୁ କଣ ରହିଛି ମାମଲା
Advertisement

Income Tax Raids: ୧୦୦ଟି ସ୍ଥାନରେ ଆଇଟି ରେଡ଼, ଜାଣନ୍ତୁ କଣ ରହିଛି ମାମଲା

ନୂଆଦିଲ୍ଲୀ: ଆଜି ଦେଶର ୧୦୦ରୁ ଅଧିକ ସ୍ଥାନରେ ଆୟକର ବିଭାଗ (Income Tax) ଚଢାଉ ଜାରି ରଖିଛି। କୁହାଯାଉଛି କି ରାଜନୈତିକ ଦଳ (Political Party) ଗୁଡ଼ିକୁ ଆସୁଥିବା ଫଣ୍ଡିଂ (Funding) ମାମଲାରେ ଏହି ଚଢାଉ ଜାରି ରହିଛି। ଦିଲ୍ଲୀ ଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ (Uttarakhand), କର୍ଣ୍ଣାଟକ (Karnatak), ରାଜସ୍ଥାନ (Rajsthan) ଆଦି ସ୍ଥ

Income Tax Raids: ୧୦୦ଟି ସ୍ଥାନରେ ଆଇଟି ରେଡ଼, ଜାଣନ୍ତୁ କଣ ରହିଛି ମାମଲା

Income Tax Raids: ନୂଆଦିଲ୍ଲୀ: ଆଜି ଦେଶର ୧୦୦ରୁ ଅଧିକ ସ୍ଥାନରେ ଆୟକର ବିଭାଗ (Income Tax) ଚଢାଉ ଜାରି ରଖିଛି। କୁହାଯାଉଛି କି ରାଜନୈତିକ ଦଳ (Political Party) ଗୁଡ଼ିକୁ ଆସୁଥିବା ଫଣ୍ଡିଂ (Funding) ମାମଲାରେ ଏହି ଚଢାଉ ଜାରି ରହିଛି। ଦିଲ୍ଲୀ ଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ (Uttarakhand), କର୍ଣ୍ଣାଟକ (Karnatak), ରାଜସ୍ଥାନ (Rajsthan) ଆଦି ସ୍ଥାନରେ ଚଢାଉ କରିଛି ଆୟକର ବିଭାଗ। ଦିଲ୍ଲୀର କିଛି ବ୍ୟବସାୟୀ ଟ୍ୟାକ୍ସ ଫାଙ୍କିବା ତଥା ଚୋରି ମାମଲାରେ ଆୟକର ବିଭାଗ ସ୍କାନରରେ ପୂର୍ବରୁ ରହି ଆସିଛନ୍ତି। ଜୟପୁରରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି। 

ବୁଧବାର ସକାଳ ପ୍ରାୟ ସାଢେ ୬ଟା ପରଠାରୁ ହିଁ ଏହି ଚଢାଉ ଆରମ୍ଭ କରିଛି ଆୟକର ବିଭାଗ।  ମୁଖ୍ୟତଃ ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ, ହରିୟାଣା ଏବଂ ଗୁଜରାଟରେ ଆୟକର ମିଳିତ ଭାବେ ଚଢାଉ କରିଛି। ଏହି ଆୟକର କାର୍ଯ୍ୟ ଛୋଟ ଛୋଟ ରାଜନୈତିକ ଦଳ ସହ ଜଡିତ। ଯେଉଁମାନେ ଲୋକଙ୍କଠାରୁ ଚାନ୍ଦା ନେଇଥିଲେ ଏବଂ ପରେ ନଗଦ ଫେରସ୍ତ କରିଥିଲେ। ବିଭାଗର ଏହି କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଉପରେ ଆଧାରିତ। ଏହା ସହିତ ସେହି କର୍ପୋରେଟରମାନେ ମଧ୍ୟ ଆୟକର ବିଭାଗର ଟାର୍ଗେଟରେ ଅଛନ୍ତି, ଯେଉଁମାନେ ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ରାଜନୈତିକ ଦଳକୁ ଚାନ୍ଦା ଆକାରରେ ଦାନ କରିଛନ୍ତି। 

ରାଜସ୍ଥାନ ମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢାଉ
ରାଜସ୍ଥାନରେ ମଧ୍ୟାହ୍ନ ଭୋଜନରୁ ଆୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ଗୃହ ରାଜ୍ୟ ମନ୍ତ୍ରୀ ରାଜେନ୍ଦ୍ର ଯାଦବ ଓ ମିଡ ଡେ ମିଲ କାରବାର ଉପରେ ଆୟକର ବିଭାଗ ଚଢାଉ କରିଛି। ମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କର କୋଟପୁତଲୀରେ ଖାଦ୍ୟ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି ଉପରେ ମଧ୍ୟ ଚଢାଉ କରିଛି। ତେବେ ମୋଟ ୫୩ଟି ସ୍ଥାନରେ ଆୟକର ବିଭାଗର ଅଧିକାରୀମାନେ ପହଞ୍ଚି ଚଢାଉ କରିଥିବା ନେଇ ସୂଚନା ରହିଛି। ଏହି ଚଢାଉରେ ଅଧିକାରୀମାନେ ପ୍ରାୟ ୧୦୦ଟି ଗାଡ଼ିର ବ୍ୟବହାର କରାଯାଉଛି। ୩ ଶହରୁ ଅଧିକ ପୋଲିସ କର୍ମୀ ଏହି ଚଢାଉରେ ସାମିଲ ହୋଇଛନ୍ତି। ଜୟପୁର ଜିଲ୍ଲୀ କୋଟପୁତଲୀରେ ମଧ୍ୟ ଚଢାଉ କରାଯାଇଛି। ଏହି ଟିମରେ କିଛି ସିଆରପିଏଫ ଯବାନ ମଧ୍ୟ ରହିଥିବା ଜଣାପଡ଼ିଛି। 

ବେଙ୍ଗାଲୁରୁରେ ମଧ୍ୟ ଚଢାଉ ହୋଇଥିବା ନେଇ ଖବର ରହିଛି। କୁହାଯାଉଛି କି ମଣିପାଲ ଗ୍ରୁପରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି। ବେଙ୍ଗାଲୁରୁରେ କେବଳ ୨୦ଟିରୁ ଊର୍ଦ୍ଧ୍ୱ ଜାଗାରେ ଚଢାଉ କରାଯାଇଛି। ଏହି ସବୁ ଅନୁଷ୍ଠାନ ଗୁଡ଼ିକ ବିରୋଧରେ ଆୟକର ଫାଙ୍କିଥିବା ନେଇ ଅଭିଯୋଗ ରହିଛି। ମୁମ୍ବାଇରେ ମଧ୍ୟ ଚଢାଉ ଜାରି ରହିଛି। ମୁମ୍ବାଇରେ ୪ ରୁ ୫ଟି ସ୍ଥାନରେ ଆୟକର ବିଭାଗ ଚଢାଉ କରୁଛି। ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ବିଶ୍ୱସ୍ତ ସୂତ୍ରରୁ ଆୟକର ଫାଙ୍କିବା ନେଇ ସୂଚନା ଆସିବା ପରେ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। କିନ୍ତୁ କେଉଁଠାରେ ସବୁ ଚଢାଉ ଜାରି ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। 

ଅଧିକ ପଢନ୍ତୁ: ସରକାରୀ ସଂସ୍ଥାରେ ଝୁଲିବ ତାଲା, ମୋଦି ସରକାର କରୁଛନ୍ତି ଏହି ବଡ଼ ଯୋଜନା